ଶୁକ୍ର କଲେ ରାଶି ପରିବର୍ତ୍ତନ, ଏହି ରାଶିମାନଙ୍କୁ ରହିବାକୁ ହେବ ସାବଧାନ

ରାଶିଚକ୍ର ବହୁତ ହିଁ ଅଦ୍ଭୁତ ଅଟେ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ କହିଦେଉଛୁ କି ୨୮ ମାର୍ଚ୍ଚ ବୁଧବାର ଠାରୁ ଶୁକ୍ର ରାଶି ପରିବର୍ତ୍ତନ କରିଛନ୍ତି । ଶୁକ୍ର ମେଷ ରାଶିରୁ ବାହାରୁ ବୃଷ ରାଶିରେ ପ୍ରବେଶ କରିଛନ୍ତି ଓ ବୃଷ ରାଶିରେ ୪ ମାସ ରହିବେ । ଏମିତିରେ କିଛି ରାଶିମାନଙ୍କୁ ଏହାର ଅଶୁଭ ପ୍ରଭାବ ମିଳିବ ଓ ଏମାନଙ୍କୁ ଟିକେ ସାବଧାନ ରହିବାକୁ ପଡିବ । ତେବେ କେଉଁ ରାଶିଙ୍କୁ ରହିବାକୁ ହେବ ସାବଧାନ ସେହି ବିଷୟରେ ଆସନ୍ତୁ ଜାଣି ନେବା ।

ମେଷ ରାଶି

ରାଶିର ଧନ ଭାବରେ ଗୋଚର କରିବା ଦ୍ଵାରା ଆକସ୍ମିକ ଧନ ପ୍ରାପ୍ତି ହେବ । କୌଣସି ଦାମୀ ବସ୍ତୁ କ୍ରୟ କରିବେ । କିନ୍ତୁ ନିଜ ଆଖି ପ୍ରତି ସର୍ବଦା ସତର୍କ ରୁହନ୍ତୁ । ପରିବାର ସହ ଏକତ୍ରିତ ହୋଇ ରୁହନ୍ତୁ । ଏହି ସହିତ ପରିବାରର ସମସ୍ତ ସଦସ୍ୟଙ୍କ ଧ୍ୟାନ ରଖନ୍ତୁ ।

ମିଥୁନ ରାଶି

ରାଶିର ବ୍ୟୟ ଭାବରେ ଶୁକ୍ରର ଗୋଚର ହେବା ଦ୍ଵାରା ଶିକ୍ଷା – ପ୍ରତିଯୋଗୀତା ଏବଂ ସନ୍ତାନ ସମ୍ବନ୍ଧିତ ଚିନ୍ତା ବଢିପାରେ । ସେଥିପାଇଁ ସମସ୍ତ କାର୍ଯ୍ୟ ଅଥବା ନିର୍ଣ୍ଣୟ ନେବା ପୂର୍ବରୁ ସେହି ବିଷୟରେ ବୁଝି ସୁଝି ନିଅନ୍ତୁ । ଏହା ସହିତ ଅଧିକ ଖର୍ଚ ବି ହେବ ।

କନ୍ୟା ରାଶି

ଶୁକ୍ର ଗୋଚର ହେବା କାରଣରୁ ଆପଣଙ୍କୁ ଅଳ୍ପ ସମ୍ଭାଳି ରହିବାକୁ ହେବ । ଭାଇମାନଙ୍କ ସହିତ ମତଭେଦ କରନ୍ତୁ ନାହିଁ । ପାରିବାରିକ ଏକତା ଉପରେ ବିଶେଷ ଧ୍ୟାନ ରଖନ୍ତୁ ।

ତୁଳା ରାଶି

ରାଶିର ଅଷ୍ଟମ ଭାବରେ ଶୁକ୍ରର ଗୋଚର ବହୁତ ଭଲ ରହିବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରୁହନ୍ତୁ । କାର୍ଯ୍ୟକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହେବା ଠାରୁ ବଞ୍ଚନ୍ତୁ । ସେଥିପାଇଁ କାର୍ଯ୍ୟ ଶେଷ କରି ସିଧା ଘରକୁ ଯାଆନ୍ତୁ । କୋର୍ଟ କଚେରୀ ମାମଲାରେ ବି ଆପଣ ଫସି ପାରନ୍ତି ।

ଧନୁ ରାଶି

ଏହି ରାଶିରେ ଶତୃ ଭାବରେ ଶୁକ୍ରଙ୍କର ଗୋଚର ମିଶାମିଶି ରହିବ । ଆପଣଙ୍କ ଗୁପ୍ତ ଶତ୍ରୁ ବଢିବେ ଏହା ସହିତ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ବି ଲୋକମାନେ ଆପଣଙ୍କ ପଛରେ ଖରାପ କଥା କହିବେ । ସେଥିପାଇଁ ସାବଧାନ ରୁହନ୍ତୁ । ଏହି ସମୟରେ କାହାକୁ ବି ଟଙ୍କା ଦିଅନ୍ତୁ ନାହିଁ ।

ମୀନ ରାଶି

ଶୁକ୍ରଙ୍କର ଏହି ଗୋଚର କାରଣରୁ ଆପଣଙ୍କୁ ଅଳ୍ପ ସାବଧାନ ହୋଇ ରହିବାକୁ ହେବ । କୌଣସି ବି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପୂର୍ବରୁ ତାକୁ ସାର୍ବଜନୀକ କରନ୍ତୁ ନାହିଁ । ପରିବାରରେ ଗୁରୁଜନଙ୍କ ସହିତ ମତଭେଦ କରନ୍ତୁ ନାହିଁ । ବୁଦ୍ଧିମାନର ସହ ନିର୍ଣ୍ଣୟ ନିଅନ୍ତୁ ସଫଳତା ଆପଣଙ୍କ ହାତରେ ଲାଗିବ ।

Leave a Reply

Your email address will not be published. Required fields are marked *