ଶୁଖୁଆ (Dry Fish) ପ୍ରତି ବୃଦ୍ଧଙ୍କ ଅହେତୁକ ପ୍ରେମ, ଶୁଖୁଆକୁ ନେଇ ସେ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଶୁଖୁଆ ବା ଶୁଖା ମାଛ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସାଧାରଣ ଜନ ଜୀବନରେ ବହୁଳ ଭାବେ ବ୍ୟବହୃତ ଏକ ଖାଦ୍ୟ ପଦାର୍ଥ । ଆମିଷ ଭୋଜନ କରୁଥିବା ଲୋକେ ମାଛର ବିକଳ୍ପ ଭାବେ ଶୁଖୁଆ ବ୍ୟବହାର କରିଥାନ୍ତି । ଏହା ମାଛ ଅପେକ୍ଷା ବହୁତ ଶସ୍ତା ଅଟେ । ଓଡ଼ିଶାରେ ସାଧାରଣତଃ ମଧ୍ୟବିତ୍ତ ଓ କମ ରୋଜଗାର କରୁଥିବା ଲୋକେ ଶୁଖୁଆ ଖାଇଥାନ୍ତି । ଲଞ୍ଚ ଓ ଡଙ୍ଗାଦ୍ୱାରା ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମଛ ଧରନ୍ତି ।


ସେମାନେ ବରଫରେ ମାଛକୁ ରଖି କୂଳକୁ ଆସନ୍ତି ।  ମାଛକୁ ବିକ୍ରୟ କରାଗଲା ପରେ କିଛି ମାଛ ପଚିବା ଅବସ୍ଥାରେ ଥାଆନ୍ତି । ମାଛ ଧରାଲି ମାନେ ବଳକା ପଚା ମାଛକୁ ଲୁଣପାଣି ଓ ଫର୍ମାଲଡିହାଇଡ଼ ରସାୟନିକ ଦ୍ରବଣରେ ବୁଡ଼ାଇ ଦିଅନ୍ତି । ଏହା ମାଛକୁ ଶୀଘ୍ର ଶୁଖାଇବାରେ ସାହାଯ୍ୟ କରେ । ଲୋକେ ଏହି କେମିକାଲକୁ କଲିକତାରୁ ମଗାଇଥାଆନ୍ତି । ମାଟିତଳେ ପୋତି ରଖିଥାନ୍ତି ଏବଂ ଦରକାର ହେଲେ ବ୍ୟବହାର କରିଥାନ୍ତି ।

ତେବେ ଶୁଖୁଆ ଦୁଇ ପ୍ରକାରର, ସମୁଦ୍ର ମାଛକୁ ଶୁଖାଇ ଲୁଣି ଶୁଖୁଆ ତିଆରି କରାଯାଇଥାଏ ଓ ମଧୁର ଜଳରୁ ମିଳୁଥିବା ମାଛରୁ ମଧ୍ୟ ଶୁଖୁଆ ତିଆରି କରା ଯାଇଥାଏ । ସମୁଦ୍ରରୁ ଯାହା ଆସେ ସେଟା ଲୁଣି ଶୁଖୁଆ କୁହା ଯାଏ,ପ୍ରଥମେ ସମୁଦ୍ରରୁ ମାଛ ଆଣିବେ ତାକୁ ସମୁଦ୍ରର ବାଲିରେ ସୁଖେଇବେ ସୁଖିଲା ପରେ ସେ ହୁଏ ଲୁଣି ଶୁଖୁଆ ।

ତେବେ ଯୋଉଟା ମଧୁର ପାଣିରୁ ଆସେ ସେଟା ମଧୁର ଶୁଖୁଆ କୁହାଯାଏ ଚୁନା ମାଛ ଆଣିବାପରେ ତାକୁ ତେଲ ଲୁଣ ଦେଇ ମାଟି ହାଣ୍ଡିରେ ସୁଖା ଯାଏ ନିଆଁ ସହାୟତାରେ । ତେବେ ଲୁଣ ପାଣି ଓ ଫର୍ମାଲଡିହାଇଡ଼ ଦ୍ରବଣରେ ବ୍ୟବହାର ହୋଇଥିବା ଶୁଖୁଆ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏହା ଖାଇଲେ ଆଖିରୁ ପାଣି ଗଡ଼ିଥାଏ ଓ ମୋତିଆବିନ୍ଦୁ ବାହାରି ଦୃଷ୍ଟିଶକ୍ତି କମିଯାଏ । ଏତଦବ୍ୟତିତ ବୃକକ ରୋଗ, ଚର୍ମରୋଗ ଦେଖାଯିବା ସହ ଫୁସଫୁସ ସଂକ୍ରମଣ ହେବାର ସମ୍ଭାବନା ଥାଏ ।

ତେବେ ଆପଣ ମାନେ ବହୁତ ଶୁଖୁଆ ବେପାରୀ ଙ୍କୁ ତ ନିଶ୍ଚୟ ଦେଖିଥିବେ କିନ୍ତୁ ବର୍ତ୍ତମାନ ଜଣେ ଶୁଖୁଆ ବେପାରୀ ଖୁବ ଚର୍ଚ୍ଚା ରେ ଅଛନ୍ତି ତେବେ ସେ ହେଉଛନ୍ତି ନୃସିଂହ ଦାସ । ତେବେ ଭଦ୍ରକ ଚାନ୍ଦବାଲି ରେ ସେ ଦୀର୍ଘ ୬୦ ବର୍ଷ ହେଲାଣି ଶୁଖୁଆ ବିକୁଛନ୍ତି ଏବଂ ନିଜ ପେଟ ପୋଷୁଛନ୍ତି । ତେବେ ସେ ନିଜ ବୃତ୍ତି ଟିକୁ ଏତେ ମନ ଲଗାଇ ଦେଇଛନ୍ତି ଯେ ସେଥିରେ ସେ ପୁରା ଗବେଷଣା କରି ସାରିଲେଣି ।


ତେବେ ସେ କୁହନ୍ତି କି ଏହି ଶୁଖୁଆ ବିକି କରି ସେ ନିଜର ତିନୋଟି ଝିଅର ବାହାଘର କରିଛନ୍ତି ଆଉ ଗୋଟିଏ ପୁଅ ର ବାହାଘର ମଧ୍ୟ କରିବେ । ତେବେ ସେ ଗୋଟିଏ ବଡ଼ ଶୁଖୁଆ କୁ ଟାଙ୍ଗି କରି ରଖିଛନ୍ତି ତାର ନାଁ ଦେଇଛନ୍ତି ଚମ୍ପା । ତେବେ ତାକୁ ସାବୁନ ପାଣି ରେ ଟିକେ ଗାଧୋଇ ତାକୁ ଫୁଲରେ ସଜେଇ ଦେଇଛନ୍ତି । ତେବେ ଏହା ମଧ୍ୟ କହିଛନ୍ତି କି ସେ ସବୁ ଶୁଖୁଆ ବିକିଦେବେ କିନ୍ତୁ ଏହି ଚମ୍ପା କୁ ସେ କେବେବି ବିକିବେ ନାହିଁ ।

ତେବେ ସେ ପରେ ନିଜ ପାଖରେ ଥିବା ବିଭିନ୍ନ ପ୍ରକାରର ଶୁଖୁଆର ନାଁ ମଧ୍ୟ କହି ଯାଇଥିଲେ । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ମଧ୍ୟ ଧରିଛି । ତେବେ ଆପଣ ଙ୍କୁ ଏହି ଶୁଖୁଆ ବେପାରୀ କିପରି ଲାଗିଲେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *