ଯେତେବେଳେ Student କୁ କପି ପଡିବା ପଡିଗଲା ମହଙ୍ଗା ! ଧରା ପଡିବା ପରେ ଯାହା ହେଲା….ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ପାଠ ପଢା ଆମ ଜୀବନରେ କେତେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେବେ ଜୀଵନ ରେ ଶିକ୍ଷା ନଥିଲେ କୌଣସି ଜିନିଷ କୁ ହାସଲ କରି ହୁଏ ନାହିଁ । ତେବେ ଶିକ୍ଷା ହିଁ ପ୍ରକୃତ ଧନ । ତେବେ ଯେତେବେଳେ ସ୍କୁଲ ରେ ବର୍ଷକ ଯାକ ପଢିବା ପରେ ଆମକୁ ଶେଷରେ ପରୀକ୍ଷା ଦେବାକୁ ପଡ଼ିଥାଏ । ତେବେ ସେହି ସମୟରେ କିଛି ପିଲା ଏପରି ରହିଥାନ୍ତି ଯେଉଁମାନେ କପି କିମ୍ବା ନକଲ କରିବାକୁ ପସନ୍ଦ କରନ୍ତି ।

ତେବେ ବେଳେବେଳେ ଧରା ପଡ଼ନ୍ତି ତ ବେଳେବେଳେ ଧରା ପଡ଼ନ୍ତି ନାହିଁ । ତେବେ ବର୍ତ୍ତମାନ ର ଅନଲାଇନ କ୍ଳାସ ଓ ପରୀକ୍ଷା ରେ ତ ସମସ୍ତେ କପି କରୁଛନ୍ତି । ତେବେ କପି କରି ପାସ ହୋଇଯିବେ କିନ୍ତୁ ଭବିଷ୍ୟତ ଅନ୍ଧାର ହୋଇଯିବ । ତେବେ ଆସନ୍ତୁ ଆଜି କିଛି ଭିଡିଓ ବିଷୟରେ ଆଲୋଚନା କରିବା ଯାହା ପିଲାମାନେ କପି ଜରିବା ସମୟରେ ଧରା ପଡି ଯାଇଥିଲେ । ତେବେ ଆସନ୍ତୁ ଦେଖିନେବା ।

୧- ପ୍ରଥମ ଭିଡିଓ ରେ ଜଣେ ଯୁବକ ନିଜର ଅନଲାଇନ ଭାଇବା ରେ ଭର୍ଚୁଲାଇଜେସନ କଣ ପ୍ରଶ୍ନ କରାଗଲା । ତେବେ ସେ ଏହାର ଉତ୍ତର ସଙ୍ଗେ ସଙ୍ଗେ ଗୁଗୁଲ ରେ ଖୋଜି ଉତ୍ତର କହିବାକୁ ଲାଗିଲେ । ତେବେ କିନ୍ତୁ ସେ ଭୁଲି ଯାଇଥିଲେ କି ତାଙ୍କର ସ୍କ୍ରିନ ରେକର୍ଡ ହୋଇ ସମସ୍ତେ ଦେଖି ପାରୁଛନ୍ତି । ତେଣୁ ଶିକ୍ଷକ ମଧ୍ୟ ତାଙ୍କ ଚୋରି କୁ ଧରି ନେଇଥିଲେ ତେବେ ଏହା ପରେ ସେ ଗାଳି ମଧ୍ୟ ଶୁଣିଥିଲେ ।

୨- ଦ୍ଵିତୀୟ ଭିଡିଓ ରେ ଜୁନିଅର କ୍ଲର୍କ ର ପରୀକ୍ଷା ଦେବା ସମୟରେ ଜଣେ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ଲୋକ ନିର୍ଭୀକ ଭାବରେ ଚିଟ ପକାଇ କପି କରିବାରେ ଲାଗୁଛି । ତେବେ ସେହି ପାଖରେ ବସିଥିବା ଜଣେ ଝିଅ ଏହା ଦେଖି ଏହାର ବିରୋଧ କରିଥିଲେ । ତେବେ ଏହା ପରେ ସେ ସେହି ଚିଟ କୁ ପାଟିରେ ପୁରାଇ ଚୋବାଇବାକୁ ଲାଗିଲେ ତେବେ କିନ୍ତୁ ସେ ଭୁଲି ଯାଇଥିଲେ କି ଏହା ସବୁ କ୍ୟାମେରାରେ ରେକର୍ଡ ହୋଇ ଯାଇଛି ।


୩- ତୃତୀୟ ଭିଡିଓ ରେ ଏକ ପରୀକ୍ଷା କେନ୍ଦ୍ର ରେ ଜଣେ ଯୁବତୀ ନିଜ ପେପର ଲେଖୁଥିଲେ ତେବେ ସେଠାକାର ନିର୍ଦେଶକ ମାନଂକୁ ଏହି ଯୁବତୀ ଉପରେ ସନ୍ଦେହ ହୋଇ ଥିଲା ଏବଂ ତାକୁ ବାହାରକୁ ନେଇ ଯାଞ୍ଚ କରିବାକୁ ଲାଗିଲେ । ତେବେ ତା ପାଖରୁ କୌଣସି ଚିଟ ମିଳି ନଥିଲା । ତେବେ କିନ୍ତୁ ତାଙ୍କ ପ୍ୟାଂଟ ଉପରକୁ କରିବା ପରେ ଜଣ ପଡିଥିଲା କି ସେ ତ ନିଜ ଗୋଡ଼ରେ ସବୁ ପାଠ ଲେଖିକି ଆସି ଯାଇଛନ୍ତି ।


୪- ଚତୁର୍ଥ ରେ ହେଉଛି ଜଣେ ଯୁବକ ର ଅନଲାଇନ ସ୍କାଇପ ରେ ଏକ ବଡ଼ ପୋଷ୍ଟ ପାଇଁ ଇଣ୍ଟରଭିୟୁ ହେଉଥିଲା । ତେବେ ସେହି ଯୁବକ ଜଣଙ୍କ ମଧ୍ୟ ଭଲ ଭାବରେ ଏବଂ ସ୍ପଷ୍ଟ ଭାବରେ ଇନ୍ଟର୍ଭିୟୁ ଦେଉଥିଲା କିନ୍ତୁ ସେ ବହୁତ ଖରାପ ଅଭିନୟ କରୁଥିଲା । ଅସଲରେ ସେ କେବଳ ଲିପସିଙ୍ଗ କରୁଥିଲା ଏବଂ ତାର ସାଥୀ ଏହି ପ୍ରଶ୍ନ ର ଉତ୍ତର ଦେଉଥିଲା ଯାହାକୁ ଇନ୍ଟର୍ଭିୟୁ କରୁଥିବା ଅଫିସର ଜାଣି ପାରିଥିଲେ ଏବଂ ଏହି ବଡ଼ ପୋଷ୍ଟ ପାଇଁ ଆପଣ ଯୋଗ୍ୟ ନୁହେଁ ବୋଲି ମଧ୍ୟ କହିଥିଲେ ।

୫- ପଞ୍ଚମ ଭିଡିଓ ରେ ପାକିସ୍ତାନ ର ପେସାବର ର ନ୍ୟାସନାଲ ମେଡ଼ିକାଲ ଆଣ୍ଡ ଡେଣ୍ଟଲ କଲେଜ ଆଡ଼ମିଶନ ଟେଷ୍ଟ ରେ ଜଣେ ଯୁବକକୁ ଓଠ ଏବଂ ପାଟି ହଲାଉ ଥିବାର ଦେଖିବାକୁ ମିଳିଲା ତେବେ ଏହାକୁ ଯାଞ୍ଚ କରିବା ପରେ ଜଣା ପଡିଲା କି ସେ ନିଜ ଚପଲ ଭିତରେ ସ୍ମାର୍ଟ ଫୋନ କୁ ଆଣିଥିଲା ତେବେ ଏହା ପରେ ତାକୁ ପିଏମସି ର ସବୁ ପରୀକ୍ଷା ରୁ ବ୍ୟାନ କରା ଦିଆଗଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *