ପତ୍ନୀ ରୋମାଣ୍ଟିକ ମୁଡରେ-ହେଇଟି ଶୁଣୁଛ, ଆମ ଚଉଠି ରାତିରେ ଯେତେବେଳେ ତୁମେ ମୋ ଓଢଣା ପ୍ରଥମ ଥର ଉଠାଇଥିଲ ତେବେ ତୁମକୁ କେମିତି ଲାଗିଥିଲା ସ୍ଵାମୀ ଦେଲା ଏମିତି ଜବାବ…

ଆମର ନୀତି ଦିନ ଜୀବନରେ ହସିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ । ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକ ହସିବା ଭୁଲି ଯାଉଛନ୍ତି । ସେଥିପାଇଁ ଏହି ଜୋକ୍ସ ମାଧ୍ୟମରେ ଲୋକଙ୍କୁ ହସାଇବା ଆମର ଏକ ପ୍ରୟାସ । ତେଣୁ ଆଜି ଆମ୍ଭେମାନେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ଜୋକ୍ସ ଆଣିଛୁ ଯାହାକୁ ପଢି ଆପଣ ବହୁତ ଏଞ୍ଜୟ କରିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

ଜୋକ୍ ନମ୍ବର ୧

ପତ୍ନୀ (ପତିଙ୍କ ସହ)

ପତ୍ନୀ- ତୁମକୁ ମନେ ଅଛି ଯେତେବେଳେ ତୁମେ ମତେ ଦେଖିବା ପାଇଁ ଆସିଥିଲ ମୁ କେଉଁ ରଙ୍ଗର ଶାଢୀ ପିନ୍ଧିଥିଲି ?

ପତି- ନା

ପତ୍ନୀ- ତା ହେଲେ ତମେ ମୋତେ ଭଲ ପାଉନ ।

ପତି- ଆରେ ଏମିତି କିଛି କଥା ନାହିଁ…

ଯେତେବେଳେ କିଏ ରେଳ ଧାଡିରେ ଶୋଇବାକୁ ଯାଇଥାଏ ସିଏ କଣ ଜାଣିଥାଏ ଏହି ରେଳଟି ଶତାବ୍ଧି ନା ଏକ୍ସପ୍ରେସ ।

ଯୋକ୍ ନମ୍ବର ୨

ଦିନେ ମ୍ୟାଡମ ଗୋଟେ ପିଲାକୁ ପଚାରିଲେ- ସ୍କୁଲ କଣ ଅଟେ ?

ବହୁତ ସୁନ୍ଦର ଉତ୍ତର ଦେଇ ପିଲାଟି କହିଲା…

ସ୍କୁଲ ଏମିତି ଏକ ସ୍ଥାନ ଯେଉଁଠି ଆମ ବାପାକୁ ଲୁଟନ୍ତି ଏବଂ ଆମକୁ କୁଟନ୍ତି ।

ଜୋକ୍ ନମ୍ବର ୩

ଜଣେ ଝିଅ ରାସ୍ତାରେ ଛିଡା ହୋଇ ଗୀତ ଗାଉଥିଲା

‘ରଙ୍ଗ ଦେ ତୁ ମୋହେ ଗେରୁଆ’

ଚାରି ପାଞ୍ଚଟି ଲୋକ ଆସି ଝିଅ ଉପରେ ବିମଲ ପାନ ମସଲାର ଛେପ ପକାଇ ଝିଅକୁ ଗେରୁଆ ରଙ୍ଗ ଦେଇ ଚାଲିଗଲେ ।

ଜୋକ୍ ନମ୍ବର ୪

ଦିନେ ପତି ନିଜ ଘରର ଲାଇଟ ଠିକ କରୁଥିଲା, ସେହି ସମୟରେ ସେ ନିଜ ପତ୍ନୀକୁ ଆବାଜ ଦେଲା…

ପତ୍ନୀ- କଣ ହେଲା ?

ପତି- ଟିକେ ପାଖକୁ ଆସ…

ପତ୍ନୀ- ନିଅ ଆସିଗଲି ଏବେ କୁହ ?

ପତି- ଏହି ଦୁଇଟି ତାର ମଧ୍ୟରୁ ଗୋଟେ ତାରକୁ ଟିକେ ହାତରେ ଧରିଲ ?

ପତ୍ନୀ- କାହିଁକି ?

ପତି- ଆରେ ତମେ ଧର ତ ଗୋଟେ ଥର ।

ପତ୍ନୀ- ହେଇ ନିଅ ଧରିଦେଲି ।

ପତି- କିଛି ହେଲା କି ?

ପତ୍ନୀ- ନାହିଁ ତ ।

ପତି- ହଉ ହଉ, ବୁଝିଗଲି ତା ହେଲେ ଅଲଗା ତାରରେ କରେଣ୍ଟ ଅଛି ।

ଜୋକ୍ ନମ୍ବର ୫

ପତ୍ନୀ- ଶୁଣ ତୁମ ଜନ୍ମ ଦିନ ପାଇଁ ଏତେ ସୁନ୍ଦର ପୋଷାକ ମୁ ଆଣିଛି ତମେ ଦେଖିଲେ ଖୁସି ହେଇଯିବ ।

ପତି(ଖୁସି ହୋଇ)- ଆଣିଲ ମୁ ଟିକେ ଦେଖେ ।

ପତ୍ନୀ- ହଉ, ମୁ ଏବେ ପିନ୍ଧିକି ଆସୁଛି ।

ଜୋକ୍ ନମ୍ବର-୭

ମୋଦି କେବଳ ଭଲ ଦିନ ଆଣିବେ…

ଭଲ ରାତିର ବ୍ୟବସ୍ତା ତା ହେଲେ ନିଜକୁ କରିବାକୁ ହେବ । ତା ହେଲେ ସନୀ ଲିଓନି (ବରିଷ୍ଠ ସମାଜସେବିକା)

ଜୋକ୍ ନମ୍ବର ୮

ଶିକ୍ଷକ- “କ୍ଳାସରେ ଝଗଡା କାହିଁକି ନ କରିବା ଉଚିତ” ?

ସଞ୍ଜୁ- “କାରଣ ଜଣା ନଥାଏ ପରୀକ୍ଷା ସମୟରେ କାହା ପଛରେ କାହାକୁ ବସିବାକୁ ପଡିଥାଏ, ତେଣୁ କ୍ଳାସରେ କାହା ସହ ଝଗଡା କରି ଏତେ ବଡ ଭୁଲ କରିବା ଉଚିତ ନୁହଁ” ।

ଜୋକ୍ ନମ୍ବର ୯

ଆଡମିନଙ୍କୁ ଏକ ଭିକାରୀ ମନ୍ଦିର ବାହାରେ ମିଳିଥିଲା ।

ଭିକାରୀ- ଭଗବାନଙ୍କ ନାମରେ କିଛି ଦିଅ ସାହେବ, ଚାରି ଦିନରୁ କିଛି ବି ଖାଇନି ।

ଆଡମିନ- ୫୦୦ ଟଙ୍କା ବାହାର କରି କହିଲା ୪୦୦ ଟଙ୍କା ଚେଞ୍ଜ ହେବ ତ ।

ଭିକାରି- ହଁ ସାହେବ ଅଛି ।

ଆଡମିନ- ତା ହେଲେ ସେହି ୪୦୦ ଟଙ୍କାରେ ତମେ ଖାଇନିଅ ।

ଜୋକ୍ ନମ୍ବର ୧୦

ପପୁ- ସାର ତମ୍ବାକୁ କୁ ଇଂରାଜୀରେ କଣ କୁହନ୍ତି ?

ଗୁରୁଜୀ- ଟବାକୋ କୁହନ୍ତି ପପୁ । ହେଲେ ତୁ ଏମିତି କାହିଁକି ପଚାରିଲୁ ?

ପପୁ – ସାର ଯଦି ମୁ କେବେ ପଢିବା ପାଇଁ ଆମେରିକା ଜିବି ତା ହେଲେ ମତେ ମାଗିବା ପାଇଁ ଆଉ ଅସୁବିଧା ହେବ ନାହିଁ ।

ଜୋକ୍ ନମ୍ବର ୧୧

ପତ୍ନୀ ରୋମାଣ୍ଟିକ ମୁଡ ରେ – ହେଇଟି ଶୁଣୁଛ,

ଆମ ଚଉଠି ରାତିରେ ଯେତେବେଳେ ତୁମେ ମୋ ଓଢଣା ପ୍ରଥମ ଥର ଉଠାଇଥିଲ ତେବେ ତୁମକୁ କେମିତି ଲାଗିଥିଲା

ସ୍ଵାମୀ – ସତ କହିବି, ଯଦି ମୋର ହନୁମାନ ଚାଳିଶା ମାନେ ନଥାନ୍ତା ତାହେଲେ ମୁଁ ସେହି ଦିନ ହିଁ ମରି ଯାଇଥାନ୍ତି

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *