ସ୍ତ୍ରୀକୁ ବଞ୍ଚେଇବା ପାଇଁ ସ୍ଵାମୀ ହେଉଛି କାକୁତି ମିନତୀ ଆଉ କହୁଛି ‘ସେ ଆଦିତ୍ୟ ଜେନା ମୋ ସ୍ତ୍ରୀକୁ ନେଇ ଯାଇଛି, ସେ ତାକୁ ବିକିଦେବ ଆଜ୍ଞା…ଦୟାକରି ମତେ…’ ଦେଖନ୍ତୁ Video

ବନ୍ଧୁଗଣ ଜଣେ ବ୍ୟକ୍ତି ଆଦିତ୍ୟ ଜେନା ନାମକ ଯୁବକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଏହି ବ୍ୟକ୍ତି ଜଣକଙ୍କ ମତରେ-‘ମୋ ସ୍ତ୍ରୀକୁ ତିନି ଦିନ ହେଲା ନେଇଯାଇଛି ସେ ଆଦିତ୍ୟ ଜେନା । ଆଦିତ୍ୟ ଝିଅ ମାନଙ୍କୁ ଅପହରଣ କରି ବିକ୍ରି କରି ଦେଉଛି ସେ ମୋ ସ୍ତ୍ରୀକୁ ବି କେଉଁଠି ବିକି ଦେବ । ପୋଲିସ କିଛି ଶୁଣୁ ନାହାନ୍ତି କିଛି ଆକ୍ସନ ନେଉ ନାହାନ୍ତି । ମୋତେ ଟିକେ ସହଯୋଗ କରନ୍ତୁ ମୋ ପୁଅ ଝୁରୁଛି ତା ମାଆକୁ ।

ସମସ୍ତେ ମିଶି ମୋତେ ଟିକେ ସାହାର୍ଯ୍ୟ ସହଯୋଗ କରନ୍ତୁ । ପୋଲିସ କାହିଁକି ଶୁଣୁ ନାହାନ୍ତି ଟିକେ ପଚାରନ୍ତୁ’ । ବନ୍ଧୁଗଣ ହାଇକୋର୍ଟରେ କାନ୍ଦି କାନ୍ଦି ଲୋକଙ୍କ ହାତ ଗୋଡ ଧରୁ ଥିବା ଏହି ବ୍ୟକ୍ତିଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ । ବ୍ୟକ୍ତି ଜଣକ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ହାଇକୋର୍ଟରେ ଦେଖି ନିଜର ଦୁଃଖ ପ୍ରକାଶ କରିଥିଲେ ଆଉ ନିଜ ସ୍ତ୍ରୀ ଆଉ ସେ ଆଦିତ୍ୟ ଜେନାର ଫଟୋ ଦେଖାଇ ଥିଲେ ।

ସେ କହିଥିଲେ, ଏହି ପିଲା ହେଉଛି ଭଦ୍ରକର ଆଦିତ୍ୟ ଜେନା ଯିଏ କି ଝିଅ ଚାଲାଣ କରୁଛି । ମୋ ସ୍ତ୍ରୀକୁ ଧମକାଇ ନେଇଯାଇଛି ସେ ମୋତେ ଏବଂ ମୋ ପୁଅକୁ ଜୀବନରୁ ମାରିଦେବ ବୋଲି କହି ମୋ ସ୍ତ୍ରୀକୁ ନେଇ ଯାଇଛି । ମୋ ସ୍ତ୍ରୀକୁ କେଉଁଠି ବିକ୍ରି କରିଦେବ ସେ ଆଦିତ୍ୟ ତାକୁ ଟିକେ ଉଦ୍ଧାର କରିଦିଅନ୍ତୁ ଆଜ୍ଞା । ମୋତେ ସାହାର୍ଯ୍ୟ କରନ୍ତୁ ପୋଲିସ କିଛି ଶୁଣୁନି ।

ମୋତେ ସାହାର୍ଯ୍ୟ ନ କାଲେ ମୁଁ ନିଆଳି ଥାନା ଆଗରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଦେବି । ମୋ ଛୋଟ ପୁଅ ଝୁରୁଛି ତାର ମାଆକୁ । ରାସ୍ତାରେ ଯାଉଥିବା ଲୋକ ମାନଙ୍କର ହାତ ଗୋଡ ଧରି ଏମିତି ତିନି ଦିନ ହେଲା ଚାଲି ଛନ୍ତି ବ୍ୟକ୍ତି ଜଣକ । ହେଲେ ବ୍ୟକ୍ତି ଜଣକ ଗରିବ ବୋଲି ତାଙ୍କ କଥା କେହି ଶୁଣୁ ନାହାନ୍ତି । ଯଦି ଏ ବ୍ୟକ୍ତିଙ୍କ କଥା ସତ ତା ହେଲେ ପୋଲିସର ନାକ ତଳେ କଣ ସବୁ ଘଟି ଯାଉଛି ତାହା ପ୍ରମାଣ ହେଇଯିବ ।

ଆଉ ପୋଲିସ କେତେ କାମିକା ତାହା ବି ସ୍ପର୍ଷ୍ଟ ହୋଇଯିବ । ବ୍ୟକ୍ତି ଦେଖାଉ ଥିବା ଏହି ଫଟୋ ହେଉଛି ତାଙ୍କ ସ୍ତ୍ରୀ ପୂଜା ମଲିକଙ୍କର ଆଉ ତାଙ୍କୁ ନେଇଯାଇଛି ଆଦିତ୍ୟ । ପୋଲିସ ଏନେଇ ତାଙ୍କୁ କୌଣସି ସହଯୋଗ କରୁ ନାହିଁ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *