High Court ଦେଲେ ଆଶ୍ଚର୍ଯ୍ୟ ଜନକ ରାୟ ! ସ୍ତ୍ରୀ ଗଲେ ଆଉ ଗୋଟାଏ ବାହା ହୁଅ…ଜାଣନ୍ତୁ ପୁରା ଘଟଣା  

ପାଟଣା ହାଇକୋର୍ଟଙ୍କ ଐତିହାସିକ ରାୟ, କହିଲେ, ଭୁଲ ଯାଅ ଛାଡି ଚାଲିଯାଇଥିବା ସ୍ତ୍ରୀଙ୍କୁ ଆଉ ଜଣେ ଯୁବତୀଙ୍କୁ ଖୋଜି ବିବାହ କର । ପାଟଣା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଗୋଟିଏ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣୀ କରି ଏମିତି କିଛି ରାୟ ଶୁଣାଇ ଛନ୍ତି କୋର୍ଟ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଜଣେ ସ୍ତ୍ରୀ ସ୍ଵାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲି ଯାଇଛନ୍ତି ।

ଆଉ ଏହା ପରେ ସମ୍ପୃକ୍ତ ମହିଳାଙ୍କ ସ୍ଵାମୀ ମାମଲା ଦାୟର କରିଥିଲେ । ହାଇକୋର୍ଟ ଶୁଣାଣୀ ପରେ ଅଭିଯୁକ୍ତ ପତ୍ନୀଙ୍କୁ ଜାମିନ ପ୍ରଦାନ କରାଯାଇଥିବା ବେଳେ ଅସନ୍ତୁଷ୍ଟ ସ୍ଵାମୀ କହିଛନ୍ତି ଯେ, ପର ଲୋକ ସହ ପଳେଈ ଯାଇଥିବା ପତ୍ନୀକୁ ଭୁଲି ଯାଅ ଓ ଆଉ ଜଣଙ୍କୁ ଖୋଜୋ । ଆଉ ଏହାକୁ ନେଇ ଅଭିଯୋଗ କାରୀ ସ୍ଵାମୀଙ୍କୁ କୋର୍ଟ ଏଭଳି ଆଶ୍ଵାସନା ଦେଇଛନ୍ତି ।

ଛାଡି ଚାଲିଯାଇଥିବା ପତ୍ନୀକୁ ଭୁଲି ଯାଅ ଅନ୍ୟ ଏକ ମହିଳାକୁ ଖୋଜି ବିବାହ କର । ବିହାର ସୀତାମାରୀ ଅଞ୍ଚଳର ଘଟଣାକୁ ନେଇ ଏବେ ଜୋର ସୋରରେ ଚର୍ଚ୍ଚା ଚାଲିଛି । ତେବେ ଏହି ମାମଲାର ଶୁଣାଣୀ କରିଥିଲେ ବିଚାରପତି ପି.କେ ଜାହ । 25 ବର୍ଷୀୟ ନଗେନ୍ଦ୍ର ଜୟସଙ୍କ ବିବାହ 2017 ମସିହାରେ ଜଣେ ଯୁବତୀଙ୍କ ସହ ହୋଇଥିଲା । ବିବାହ ପରେ ଯୁବତୀ ଜଣକ ନିଜ ଶାଶୁ ଘର ନାଗପୁରକୁ ଯାଇଥିଲେ ।


ସୁଖରେ ଚାଲିଥିଲା ଜୀବନ କିନ୍ତୁ ସ୍ତ୍ରୀ ଉଚ୍ଚ ଶିକ୍ଷା ପାଇବା ପାଇଁ ସ୍ଵାମୀଙ୍କୁ କହିଥିଲେ । ସ୍ତ୍ରୀଙ୍କ କଥାରେ ସ୍ଵାମୀ ନଗେନ୍ଦ୍ର ମଧ୍ୟ ରାଜି ହୋଇଥିଲେ । ଏହା ପରେ ସେ କଲେଜରେ ପତ୍ନୀଙ୍କ ନାମ ମଧ୍ୟ ଲେଖାଇ ଦେଇଥିଲେ । କଲେଜରେ ନାମ ଲେଖାଇବା ପରେ ଶାଶୁ ଘରୁ ପ୍ରତିଦିନ କଲେଜକୁ କ୍ଳାସ କରିବା ପାଇଁ ଯାଉଥିଲେ ପତ୍ନୀ । କିନ୍ତୁ ହଠାତ ଗତ ଏପ୍ରିଲରେ ସେ କେଉଁଠି ନିଖୋଜ ହୋଇଯାଇଥିଲେ । ଆଉ ନିଖୋଜ ପତ୍ନୀଙ୍କୁ ପାଗଳ ଭଳି ଖୋଜିଥିଲେ ନଗେନ୍ଦ୍ର ।

ଯେତେ ଖୋଜିଥିଲେ ବି ସେ ତାଙ୍କୁ ପାଇନଥିଲେ । କିଛି ଦିନ ପରେ ଜଣା ପଡିଥିଲା ଯେ, ରାଜେସ କୁମାର ନାମକ ଜଣେ ଯୁବକଙ୍କ ସହ ବିବାହ କରି ସଂସାର କରିଛନ୍ତି ତାଙ୍କ ପତ୍ନୀ । ତେବେ ନଗେନ୍ଦ୍ରଙ୍କୁ ଦେଖି ସବୁ ସତ କଥା କହିଦେଇଥିଲେ ତାଙ୍କ ପତ୍ନୀ । ପତ୍ନୀ କହିଥିଲେ ଯେ, ରାଜେସଙ୍କୁ ସେ ସ୍କୁଲ ସମୟରୁ ପ୍ରେମ କରୁଥିଲେ ଆଉ ବିବାହ କରିବା ପାଇଁ ଉଭୟ ଚାହୁଁ ଥିଲେ ।

ହେଲେ ବିବାହ ହୋଇ ପାରି ନଥିଲା ଆଉ ପରେ କଲେଜରେ ପାଠ ପଢିବା ବେଳେ ସେ ରାଜେସଙ୍କ ସହ ନିଜ ଇଛାରେ ଚାଲି ଯାଇଥିଲେ । ଏହା ପରେ ନଗେନ୍ଦ୍ର କୋର୍ଟରେ ମାମଲା ଦାୟର କରିଥିଲେ ଆଉ ଏଭଳି ଆଶ୍ଵାସନା ଦେଇଛନ୍ତି ନଗେନ୍ଦ୍ରଙ୍କୁ କୋର୍ଟ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *