School ପିଲାଙ୍କ ପାଇଁ ଖୁସି ଖବର, ଆଗକୁ ପୁଣି ବଢିବ ଖରାଛୁଟି ? ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ ? ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଏହା ଜାଣିଥିବେ ଯେ, ବର୍ତ୍ତମାନ ସମୟ ରେ ଖରା ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖରା ର ଉତ୍ତାପ କୁ ଧ୍ୟାନ ରେ ରଖି ସରକାର ୨୬ ତାରିଖ ରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ର ଘୋଷଣା କରିଥିଲେ। ସ୍କୁଲ ଛୁଟି ହେବା ସତ୍ତ୍ୱେ ସମସ୍ତ ପରୀକ୍ଷା ଜାରି ରହିବ ବୋଲି ସରକାର ଘୋଷଣା ମଧ୍ୟ କରିଥିଲେ। ସ୍କୁଲ ସମେତ କଲେଜ ରେ ମଧ୍ୟ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।


ତେବେ ବର୍ତ୍ତମାନ ରାଜ୍ୟ ରେ ହିଟ୍ ୱେଭ ସ୍ଥିତି ଦେଖି ସ୍କୁଲ ଖୋଲିବା ବାବଦରେ ନିଆଯିବ ନିଷ୍ପତ୍ତି। ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।ରାଜ୍ୟ ରେ ତାତି ବଢୁ ଥିବାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୨୬ ତାରିଖ ରୁ ୩୦ ତାରିଖ ୫ ଦିନ ପାଇଁ ସ୍କୁଲ ଛୁଟି କରିଛନ୍ତି ସରକାର।

ତେବେ ୩୦ ତାରିଖ ପରେ ହିଟ୍ ୱେଭ ର ସ୍ଥିତି ଦେଖି ସ୍କୁଲ ଖୋଲିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ। ତେବେ ଏହି ସମ୍ବନ୍ଧରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ର ମନ୍ତ୍ରୀ ସମୀର ଦାସ ନିଜର ମତ ପ୍ରକାଶ କରି କହିଛନ୍ତି ଯେ, ବର୍ତ୍ତମାନ ର ସ୍ଥିତି ଦେଖି ସ୍କୁଲ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି।

୩୦ ତାରିଖ ପରେ ଯଦି ଅବସ୍ଥା ସେହିଭଳି ରୁହେ ତେବେ ସ୍ଥିତି କୁ ଆଧାର କରି କଣ କରାଯିବା ଉଚିତ ହେବ ଏବଂ କଣ ନିଷ୍ପତ୍ତି ନିଆଯିବ ତାହା ୩୦ ତାରିଖ ପରେ ଏହି ସମ୍ବନ୍ଧରେ ସରକାର ବିଚାର କରିବେ।  ଯଦି ଏଭଳି ଅବସ୍ଥା ଜାରି ରୁହେ ତେବେ ସେହି ସମୟରେ ନିଷ୍ପତ୍ତି ଗ୍ରହଣ କରାଯିବ। ଆଜି ର ଯେଉଁଭଳି ସ୍ଥିତି ଅଛି ତାକୁ ଧ୍ୟାନ ରେ ରଖି ସ୍କୁଲ ୫ ଦିନ ପର୍ଯ୍ୟନ୍ତ ଛୁଟି କରାଯାଇଛି।

ଆସନ୍ତା ସମୟରେ ସ୍ଥିତି କୁ ଆଧାର କରି ସ୍କୁଲ ଛୁଟି ର ଅବଧି ବଢ଼ାଯିବ ଅଥବା ନୁହେଁ ତାହା ବିଚାର କରାଯିବ। ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Leave a Reply

Your email address will not be published. Required fields are marked *