ଭାରତର ଏହି ଫେମସ କ୍ରିକେଟରମାନେ ଦୁନିଆକୁ ଖାତିର ନକିରି ଡିଭୋର୍ସ ହୋଇ ସାରିଥିବା ମହିଳାଙ୍କ ସହ କରିଥିଲେ ବିବାହ

କୁହାଯାଏ କି ଯେବେ କେହି ପ୍ରେମରେ ପଡିଥାଏ ତେବେ ସେ ଦୁନିଆର ଚିନ୍ତା ନକରି ନିଜ ପ୍ରେମକୁ ଦୁନିଆ ଆଗରେ ଆପଣାଇ ଥାଏ । କେବଳ ଏହା ଫିଲ୍ମ ଦୁନିଆରେ ଜଡିତ ଲୋକ କରିବେ ସେମିତି କିଛି ନାହିଁ ବରଂ ଏମିତି ହିଁ କିଛି କରିଛନ୍ତି ଆମ କ୍ରିକେଟ ଦୁନିଆର ଜଣାଶୁଣା ଚେହେରା , ଆଜ୍ଞା ହଁ ଆମେ ଆଜି କଥା ହେଉଛୁ ଭାରତୀୟ କ୍ରିକେଟ ଟିମ ର ଏମିତି ଖେଳାଳି ମାନଙ୍କ ବିଷୟରେ ଯାହାର ମନ ପ୍ରଥମରୁ ବିବାହିତା ମହିଳାଙ୍କ ଉପରେ ଆସିଥିଲା , ଯାହା ଭିତରୁ କିଛିଙ୍କର ଛାଡପତ୍ର ହୋଇସାରିଥିଲା ଓ କିଛି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏମିତିରେ ଏହି ଖେଳାଳିମାନେ ଦୁନିଆର ଚିନ୍ତା ନକରି ଯାହାକୁ ଭଲ ପାଉଥିଲେ ତାଙ୍କର ହାତଧରି ବିବାହ କରିଥିଲେ । ଆସନ୍ତୁ ଜାଣିବା ଏମିତି କେଇଁ ଖେଳାଳି ଅଛନ୍ତି ଯିଏ ପ୍ରଥମରୁ ବିବାହିତା ମହିଳା ମାନଙ୍କୁ ନିଜର ଜୀବନ ସାଥି ବାଛିଥିଲେ ।

ଶିଖର ଧବନ

କ୍ରିକେଟ ଟିମର ଫେମସ ଖେଳାଳି ଶିଖର ଧବନଙ୍କୁ କିଏ ବା ନ ଜାଣିଛି , ଶିଖର ଅଷ୍ଟ୍ରିୟାଇ ବକ୍ସର ଆୟଶାଙ୍କ ସହ ବିବାହ କରିଛନ୍ତି । ଆୟଶା ପ୍ରଥମରୁ ଡିଭୋର୍ଷ ଦେଇ ସାରିଥିଲେ ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ଆୟଶା ବୟସରେ ଶିଖରଙ୍କ ଠାରୁ 10 ବର୍ଷ ବଡ଼ ଅଟନ୍ତି ।

ଅନିଲ କୁମ୍ବଲେ

ଦୁନିଆର ଶ୍ରେଷ୍ଟ ସ୍ପିନରଙ୍କ ମଧ୍ୟରୁ ଜଣେ ଅଟନ୍ତି ଅନିଲ କୁମ୍ବଲେ । ସେ 1999 ରେ ବିବାହ କରିଥିଲେ । ସେ ଚେତନାଙ୍କ ସହ ବିବାହ କରିଥିଲେ । ଚେତନା ପ୍ରଥମରୁ ହିଁ ଡିଭୋର୍ଷ ଦେଇ ଘରେ ଥିଲେ । ପ୍ରଥମ ବିବାହରୁ ତାଙ୍କର ଗୋଟେ ଝିଅ ଅଛି ।

ମୁରଲି ବିଜୟ

କ୍ରିକେଟର ଖେଳାଳି ମୁରଲି ବିଜୟଙ୍କୁ ନିଜ ସାଥି ଖେଳାଳି ଦିନେଶ କାର୍ତିକଙ୍କ ସ୍ତ୍ରୀ ନିକିତାଙ୍କ ସହିତ ପ୍ରେମ ହୋଇଯାଇଥିଲା , ଏହା ମଧ୍ୟ କୁହାଯାଏ କି ଦିନେଶ କାର୍ତ୍ତିକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ସତ୍ବେ ନିକିତାଙ୍କର ମୁରଲି ବିଜୟଙ୍କ ସହ ସମ୍ପର୍କ ଥିଲା । ଯେତେବଳେ ମୁରଲି ବିଜୟ ନିକିତାଙ୍କୁ ବିବାହ କଲେ ତେବେ ସେ କାର୍ତ୍ତିକଙ୍କୁ ଡିଭୋର୍ଷ ଦେଇ ସାରିଥିଲେ ।

ମହମ୍ମଦ ଶମୀ

ଭାରତୀୟ କ୍ରିକେଟ ଟିମର ସ୍ପିଡ ବୋଲର ମହମ୍ମଦ ଶମୀ 2014 ରେ ହସିନ୍ ଜହାଁଙ୍କ ସହ ବିବାହ କରିଥିଲେ । ହସିନ୍ ଜହାଁ ପ୍ରଥମ ସ୍ବାମୀଙ୍କୁ ଡିଭୋର୍ଷ ଦେଇ ସାରିଥିଲେ । ତାଙ୍କର ଗୋଟେ ଝିଅ ମଧ୍ୟ ଅଛନ୍ତି । କିନ୍ତୁ ଏବେ ହସିନ୍ ଜହାଁ ଓ ମହମ୍ମଦ ଶମୀଙ୍କ ଡିଭୋର୍ଷ୍ ସରିଲାଣି ।

ବେଙ୍କଟେଶ ପ୍ରସାଦ

ଭାରତର ପୁର୍ବ ସ୍ପିଡ ବୋଲର ବେଙ୍କଟେଶ ପ୍ରସାଦ 1996 ରେ ବିବାହ କରିଥିଲେ , ସେ ଜୟନ୍ତିଙ୍କ ସହ ବିବାହ କରିଥିଲେ ଯିଏକି ପ୍ରଥମରୁ ବିବାହିତ ଥିଲେ ଓ ତାଙ୍କର ଡିଭୋର୍ଷ୍ ହୋଇ ସାରିଥିଲା । ଜୟନ୍ତିଙ୍କ ସହ ବ୍ରେଙ୍କଟେଶ ପ୍ରସାଦଙ୍କର ଦେଖା ତାଙ୍କର ପୂର୍ବ କ୍ରିକେଟର ଅନିଲ କୁମ୍ବଲେ କରାଇ ଥିଲେ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । କ୍ରିକେଟ ଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *