ପୁଣି ଥରେ Bollywood ରେ ଶୋକର ଲହରୀ, Stage Show ସମୟରେ ବହୁତ ହିଁ କମ ବୟସରେ ଚାଲିଗଲା Bollywood ର ଏହି ଫେମସ ସିଙ୍ଗରଙ୍କ ଜୀବନ

ନମସ୍କାର ବନ୍ଧୁଗଣ ତେବେ ଆରପାରିରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ  ଓରଫ କ୍ରିଷ୍ଣକୁମାର କୁନାଥ । ମଙ୍ଗଳବାର କୋଲକାତାରେ ବିବେକାନନ୍ଦ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ । ଏହାପରେ ତାଙ୍କୁ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା  ଖେଳିଯାଇଛି ।


ତେବେ ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ । ‘ରେହ ନା ହେ ତେରେ ଦିଲ ମେ’  ଫିଲ୍ମର ‘ସଚ କେହରାହା ହେ  ଦୀଲ’ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ପରିଚୟ । ଏହାପରେ ବଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌  ଗୀତ ଦେଇ ଚାଲିଥିଲେ ।

ଏକ ୨ ଦିନିଆ କନସର୍ଟରେ ଯୋଗ ଦେବାକୁ କେକେ କୋଲକତା ଯାଇଥିଲେ । ସେଠାରେ ସୋମବାର ସେ ଏକ କନସର୍ଟରେ ଯୋଗ ଦେଇଥିଲେ । ଏହାପରେ ମଙ୍ଗଳବାର ବିବେକାନନ୍ଦ କଲେଜରେ ତାଙ୍କର ଏକ କନସର୍ଟ ଥିଲା । ଏହାପରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ମୃତ୍ୟୁ ଖବର ପାଇ  ଆଜି ପତ୍ନୀ ଓ ପରିବାର ସଦସ୍ୟ  କୋଲକତାରେ ପହଞ୍ଚିବେ ।

ଏହାପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ତେବେ କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକ  ପ୍ରକଟ କରି ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି । ଏଥିସହ ଗୃହମନ୍ତ୍ରୀ ଅମତ ଶାହଙ୍କ ସମେତ ବଲିଉଡର ବହୁ ବଡ଼ ବଡ଼ କଳାକାର ମଧ୍ୟ କେ.କେଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରି ନାହାନ୍ତି ।


୧୯୯୯ ମସିହାରେ କେ.କେଙ୍କ ପ୍ରଥମ ଆଲବମ ‘ପଲ’ ରିଲିଜ ହୋଇଥିବା ବେଳେ ଏହା ସୁପରହିଟ ସାବ୍ୟସ୍ତ ହୋଇଥିଲା । ସଙ୍ଗୀତ ସମୀକ୍ଷକ ଏହାକୁ ଖୁବ୍‌ ପ୍ରଶଂସା କରିଥିଲେ ।  ଏହାପରେ ୨୦୦୦ ମସିହାରୁ ସେ ବଲିଉଡ ଫିଲ୍ମ ପାଇଁ ଗୀତ ଗାଇବା ଆରମ୍ଭ କରିଥିବା ବେଳେ ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ‘ମାଚିସ’ ଫିଲ୍ମର ଛୋଡ ଆୟେ ହମ ଓ ଗଲିୟା, ହମ ଦିଲ ଦେ ଚୁକେ ସନମ ଭଳି ହିଟ୍ ଫିଲ୍ମର ତଡପ ତଡପ ।

ସବୁଥିରେ ରହିଥିଲା ତାଙ୍କର ସ୍ୱତନ୍ତ୍ର ଛାପ ।   କେ.କେ ହିନ୍ଦୀ ସମେତ ତାମିଲ, ତେଲଗୁ, କନ୍ନଡ, ମଲୟାଲମ, ମରାଠୀ ଓ ବଙ୍ଗାଳୀ ସମେତ ବହୁ ଭାଷାରେ ଗୀତ ଗାଇଛନ୍ତି । ତେବେ କେକେଙ୍କ ଅକାଳ ମୃତ୍ୟୁ ବଲିଉଡକୁ ଏକ ଶକ୍ତ ଝଟକା ସଦୃଶ ହୋଇଥିବାଳ ବେଳେ ଏହି ଖବରକୁ ବହୁ ସେଲିବ୍ରିଟି ବିଶ୍ୱାସ କରିପାର ନାହାନ୍ତି ।


ସିଙ୍ଗର ବାବୁଲ ସୁପ୍ରିୟୋଙ୍କ ସମେତ ଅନେକ ନିର୍ଦ୍ଦେଶକ ମେଡିକାଲ ଯାଇ କେ.କେଙ୍କ ଶେଷ ଦର୍ଶନ କରିଛନ୍ତି । ଆଜି କୋଲକାତାରେ କେ.କେଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ । ତେବେ କେକେ ଆପଣଙ୍କୁ କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *