ଟଳିଲା ଦୁର୍ଘଟଣା ! ଷ୍ଟେଜ୍‌ରୁ ଗଳିପଡୁଥିଲେ କନ୍ୟା, ଜୀବନ ବଞ୍ଚାଇଦେଲେ ବର, ପରିବାର ଲୋକ କହିଲେ… ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଷ୍ଟେଜ ରୁ ଗଳି ପଡ଼ୁଥିଲେ କନ୍ୟା । ଜୀବନ ବଞ୍ଚାଇ ଦେଲେ ବର । ଟଳି ଗଲା ଦୁର୍ଘଟଣା । ବନ୍ଧୁ ଓ ପରିବାର ହେଲେ ଖୁସି । ବିବାହ ହେଉଛି ସମସ୍ତ ଙ୍କ ପାଇଁ ସ୍ୱତନ୍ତ୍ର । ଏହି ଦିନ କୁ ସମସ୍ତେ ବେଶ ଧୁମଧାମରେ କରିବାକୁ ଚାହାନ୍ତି । ବଡ଼ ଆୟୋଜନ ମଧ୍ୟ ହୋଇଥାଏ । ଆକର୍ଷଣୀୟ ସାଜସଜା ମଧ୍ୟ କରାଯାଏ । ବିବାହ ଆୟୋଜନ ରେ କୌଣସି ପ୍ରକାର ତୃଟି ପାଇଁ ଅନେକ ସମୟରେ ଅଘଟଣ ମଧ୍ୟ ଘଟିବାର ଦେଖାଯାଏ ।

ନିକଟରେ ବି ସେମିତି କିଛି ଘଟିଛି । ବିବାହ ସମୟରେ ଘଟୁଥିବା ଅଘଟଣ କୁ କିନ୍ତୁ ଟାଳି ଦେଇଛନ୍ତି ବର । ବାହାଘର ରେ କନ୍ୟା କୁ ଦୁର୍ଘଟଣା ରୁ ବଞ୍ଚାଇଛନ୍ତି ସେ । ଷ୍ଟେଜ ଉପରୁ କନ୍ୟା ଗଳି ପଡୁଥିବା ବେଳେ ସେ ତାଙ୍କୁ ରକ୍ଷା କରିଛନ୍ତି । ଏହି ସମୟ ର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ଅନେକ ବିବାହ ସମ୍ବନ୍ଧୀୟ ଭିଡିଓ ।

ଯେଉଁଥିରେ ଭିନ୍ନ ଭିନ୍ନ ଘଟଣା ଘଟୁଥିବା ର ଦେଖିବାକୁ ମିଳେ । ଏହି ଭିଡିଓ ମଧ୍ୟ ଠିକ ସେହିଭଳି ଅଟେ । ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ବର ଓ କନ୍ୟା ଙ୍କ ବରମାଳା ଚାଲିଛି । ଷ୍ଟେଜ ଉପରେ ଦୁହେଁ ଛିଡ଼ା ହୋଇଛନ୍ତି । ବେଶ ସୁନ୍ଦର ଭାବରେ ସଜା ହୋଇଥିବା ଷ୍ଟେଜ ରେ ଦୁହେଁ ଛିଡ଼ା ହୋଇ ପରସ୍ପରକୁ ମାଳା ପିନ୍ଧାଉଛନ୍ତି । ଏହାପରେ ଦୁହେଁ ତଳକୁ ଓହ୍ଲାଉଛନ୍ତି ।

ବର ପ୍ରଥମେ ଷ୍ଟେଜ ଉପରୁ ଓହ୍ଲାଇ ପଡ଼ିଲେ । ପରେ କନ୍ୟା ତଳକୁ ଓହ୍ଲାଉ ଥିବା ବେଳେ ହଠାତ ତାଙ୍କୁ ପଡ଼ି ଯାଉଥିବାର ଦେଖି ବର ତାଙ୍କୁ କୋଳେଇ ନେଇଥିଲେ । ତଳେ ପଡ଼ିବାରୁ ବଞ୍ଚି ଯାଇଥିଲେ କନ୍ୟା । ଏହି ଦୃଶ୍ୟ ଦେଖି ଉଭୟ ବର ଓ କନ୍ୟା ଆଶ୍ୱସ୍ତି ହେବା ସହିତ ହସି ମଧ୍ୟ ଥିଲେ । କେବଳ ବର କନ୍ୟା ନୁହଁନ୍ତି ଆଖପାଖ ରେ ଥିବା ଲୋକମାନେ ମଧ୍ୟ ହସିଥିଲେ ।

ସୋସିଆଲ ମିଡିଆ ରେ ଭିଡିଓ ଭାଇରାଲ ହେବା ପରେ ଲୋକେ ନାନା ପ୍ରତିକ୍ରିୟା ଦେଇଛନ୍ତି । କିଛି ଲୋକ ଭାଗ୍ୟବାନ କନ୍ୟା ବୋଲି ଲେଖିଥିବା ବେଳେ ଆଉ କିଛି ଲୋକ ‘ଗୋଟିଏ ଝିଅ ଏମିତି ଜୀବନସାଥୀ ଖୋଜେ ଯିଏ ତାକୁ ସବୁବେଳେ ରକ୍ଷା କରୁଥିବ’ ବୋଲି ଲେଖିଛନ୍ତି । ତେବେ ଏହି ଯୋଡ଼ି ଙ୍କ ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *