ମିଳିବେ ଶିକ୍ଷୟିତ୍ରୀ Mamita ! ଷ୍ଟାଡିୟମ ଭିତରୁ ମିଳିବ କି ଶିକ୍ଷୟିତ୍ରୀ ନିଖୋଜର ଗୁଢ ରହସ୍ୟ ? ଦେଖନ୍ତୁ Video

ବନ୍ଧୁଗଣ ନି-ଖୋ-ଜ ମମିତାଙ୍କ ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । କଳାହାଣ୍ଡି ଧର୍ମଗଡ ମହାଲିଙ୍ଗ ଷ୍ଟାଡିଅମ୍‌ ସିଲ୍‌ କରି ଖୋଜା ଖୋଜି କରୁଛି ପୋଲିସ। ପ୍ରାୟ ୧୧ ଦିନ ହେବ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନି-ଖୋ-ଜ ଥିବା ବେଳେ ତାଙ୍କ ପତ୍ତା ପାଇପାରୁନି ପୋଲିସ । ଅନ୍ୟ ପକ୍ଷରେ ମମିତାଙ୍କୁ ହ-ତ୍ୟା କରାଯାଇଛି ବୋଲି କୁହାଯାଉଛି ।

ଏହି ମାମଲାଟି ଦିନକୁ ଦିନ ନୂଆ ମୋଡ ନେଉଛି । ବନ୍ଧୁଗଣ ଗତ ୮ ତାରିଖ ଦିନ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ମମିତାଙ୍କୁ ଡକାଇ ଥିଲେ । ଗୋବିନ୍ଦ ମମିତାଙ୍କୁ କୌଣସି ମିଟିଂ ପାଇଁ ଡକାଇଥିଲେ ହେଲେ ସେହି ମିଟିଂ ୯  ତାରିଖରେ ଥିଲା । ଏହି ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ହେପାଜତକୁ ନେଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ପୋଲିସ ହେପାଜତରୁ ଚ-ମ୍ପ-ଟ ମା-ରି-ଥି-ଲେ ଗୋବିନ୍ଦ ।

ଗତ କାଲି ରାତିରେ ଟିଟିଲାଗଡ଼ ଥାନା ପଛ ପାଖରେ ଥିବା ବ୍ୟାରେକରୁ ସେ ଚ-ମ୍ପ-ଟ ମା-ରି-ଛ-ନ୍ତି । ଆଗ ପଟେ ଥାନା ଅଛି ପଛ ପଟେ ବ୍ୟରେକ ଅଛି ଓ ଚାରି ଜଗ ସ-ଶ-ସ୍ତ୍ର ପୋଲିସ ମୁତୟନ ରହିଥିଲେ ତାଙ୍କ ପାଖେ, ତାଙ୍କ ପାଇଁ ଜଣେ ଅଫିସର ନିୟୋଜିତ ହୋଇଥିଲେ ସେ ହାତ ଧୋଇକି ଆସୁଚି କହି ଫେ-ରା-ର ହୋଇଗଲେ । ଗତ କିଛି ସମୟ ତଳେ ଗୋବିନ୍ଦଙ୍କ କାରକୁ ପୋଲିସ ଜବତ କରିଥିଲା । ବନ୍ଧୁଗଣ ସେହି କାରରେ ଗୋବିନ୍ଦ ମମିତାଙ୍କୁ ନେଇ ଯାଇଥିଲେ ।

ଏହି ଘଟଣାକୁ ନେଇ ବି-ରୋ-ଧୀ ଦଳ ନେତା ମାନେ ମୁହଁ ଖୋଲି ଥିଲେ । ଗତ କାଲି ବିଜେଡି ଦଳ ପକ୍ଷରୁ ଅନେକ ପ୍ରତିକ୍ରିୟା ଆସିଥିଲା । ତେଣୁ ବର୍ତ୍ତମାନ ପୋଲିସ ଏହି କେ-ସ-ର ତଦନ୍ତ କଡାକଡି ଭାବରେ କରୁଛି । ବର୍ତ୍ତମାନ ଷ୍ଟାଡିୟମରେ ତ-ନା-ଘ-ନା ତ-ଦ-ନ୍ତ କରୁଛି ପୋଲିସ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *