ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସପ୍ତଫେଣୀ ନାଗ ? (Mystery Of Puri Jagannath Temple Ratna Bhandar)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ ସୁରକ୍ଷା ଦେଉଛି ସପ୍ତଫେଣୀ ସାପ ! ସ୍ଵୟଂ ବାସୁକିନନ୍ଦନ ସର୍ପ ରୂପରେ ଆସି ଶ୍ରୀମନ୍ଦିରର ରତ୍ନ ଭଣ୍ଡାରକୁ ଜଗି ରହିଛନ୍ତି । ତେବେ ପୁରୀରେ ଥିବା ପ୍ରଭୁଙ୍କର ଶ୍ରୀମନ୍ଦିରର ବିଶେଷତା ବିଷୟରେ ଆଜି ପର୍ଯ୍ୟନ୍ତ ମଧ୍ୟ ବହୁ ଗୁମର ରହିଅଛି । ଯାହାକୁ ସାଧାରଣ ଲୋକେ ଆଜି ପର୍ଯ୍ୟନ୍ତ ମଧ୍ୟ ଜାଣି ପାରିନାହାନ୍ତି । ଏହି ଯେପରି ଶ୍ରୀମନ୍ଦିରରେ ରହିଥିବା ରତ୍ନଭଣ୍ଡାରରେ ଏପରି ଏକ ଗୁମର ରହିଅଛି ।

ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇ ପାରନ୍ତି । ସତ କିନ୍ତୁ ଏହା ହେଉଛି ପ୍ରକୃତ କଥା । ପ୍ରଥମେ ୨୦୧୮ ମସିହାରେ ହିଁ ରତ୍ନଭଣ୍ଡାର ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ପୂର୍ବରୁ ମଧ୍ୟ ବହୁ ଥର ରତ୍ନଭଣ୍ଡାରର ୭ ଗୋଟି କବାଟ ଖୋଲି ମୁଖ୍ୟ ଗନ୍ତବ୍ୟସ୍ତଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅନେକ ଥର ଚେଷ୍ଟା କରାଯାଇଛି । ହେଲେ କେହି ମଧ୍ୟ ସେହି ୭ ଟି କବାଟ ଖୋଲି ରତ୍ନଭଣ୍ଡାର ପାଖରେ ପହଞ୍ଚି ପାରି ନାହାନ୍ତି ।

କାରଣ ଏଠାରେ କୁଆଡେ ବିଶଧର ସାପ ମାନଙ୍କର ଗର୍ଜନ ଶୁଣିବାକୁ ମିଳିଥାଏ ବୋଲି ଅନେକଙ୍କର ମତ ରହିଅଛି । ଯେତେବେଳେ ଯିଏ ମଧ୍ୟ ଏହି ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରିଛି । ସେ ନିହାତି ଭାବରେ ତାହାର କାର୍ଯ୍ୟରେ ଅସଫଳ ହୋଇଛି । ଆଉ ଯିଏ ନୀତି ବିରୁଦ୍ଧରେ ଯାଇ ଦୁଃସାହସିକ ଭାବରେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରକୁ ଖୋଲିବା ପାଇଁ ଆପ୍ରାଣ ପ୍ରୟାସ କରିଛି । ସେମାନଙ୍କର କେଉଁ ପଟେ ନା କେଉଁ ପଟେ କ୍ଷତି ଘଟିଛି ।

ଯେଉଁ କାରଣରୁ ସେମାନେ ମଧ୍ୟ ରତ୍ନଭଣ୍ଡାରକୁ ଖୋଲିବା କାର୍ଯ୍ୟରୁ ନିବୃତ୍ତ ହୋଇଯାଇଛନ୍ତି । କାରଣ ମାନ୍ୟତା କଥା  ଅନୁସାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ସୁରକ୍ଷା ଦାୟିତ୍ଵରେ ସ୍ଵୟଂ ବାସୁକିନନ୍ଦନ ବା  ସପ୍ତଫେଣୀ ସର୍ପ ରହିଅଛି । ଯାହାର ଭୟଙ୍କର ଗର୍ଜନ ମଧ୍ୟ କେବେ କେବେ ଶୁଣିବାକୁ ଆଗରୁ ମିଳିଛି ବୋଲି ବଡ ବଡ ଗବେଷକଙ୍କର ମତ ରହିଛି । ଏହା ଛଡା ପୁରୀର ବଡ ବଡ ସେବାୟତ ମାନଙ୍କ କହିବା ଅନୁସାରେ ରତ୍ନଭଣ୍ଡାର ଖୋଲିବା ବହୁତ ବଡ ମହାପାପ ଅଟେ ।

କାରଣ ରତ୍ନଭଣ୍ଡାରରେ ରହିଥିବା ସମସ୍ତ ବସ୍ତୁ ମହାପ୍ରଭୁଙ୍କର ସମ୍ପତ୍ତି ଅଟେ । ତେଣୁ ଏଥିରେ କାହାର ମଧ୍ୟ ଅଧିକାର ନାହିଁ । ଏହି ରତ୍ନଭଣ୍ଡାରରେ ବହୁମୂଲ୍ଯବାନ ଧନଧାନ୍ୟ ଭରା ଜିନିଷ ରହିଅଛି ବୋଲି ବିଶ୍ବାସ କରାଯାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ପାଇବା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *