୨୭ ବର୍ଷ ପରେ ଆଜି ଏମିତି ନଜର ଆସୁଛନ୍ତି ଶ୍ରୀ କୃଷ୍ଣଙ୍କର ଏହି ୬ ଜଣ କଳାକାର

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ସମଗ୍ର ଭାରତ ବର୍ଷରେ କାରୋନା ଭାଇରସ ପାଇଁ ଲକଡାଉନ ରହିଛି । ଏହି ସମୟରେ ହିନ୍ଦୀ ଟେଲିଭିଜନର ଲୋକପ୍ରିୟ ଧାରାବାହିକ ରାମାୟଣ ପ୍ରସାରିତ ହୋଇଥିଲା । ବର୍ତ୍ତମାନ ରାମାୟଣ ସରିବା ପରେ ଶ୍ରୀ କୃଷ୍ଣ ସିରିୟଲ ଦେଉଛି । ଏହି ଦୁଇଟି ସିରିୟଲ ହେଉଛି ରାମାନନ୍ଦ ସାଗରଙ୍କର । ଶ୍ରୀ କୃଷ୍ଣ ସିରିୟଲକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରୁଥିଲେ । ବନ୍ଧୁଗଣ ଏହି ଶ୍ରୀ କୃଷ୍ଣ ସିରିୟଲରେ କାମ କରିଥିବା କଳାକାର ମାନେ ବର୍ତ୍ତମାନ କେମିତି ଦେଖାଯାଉଥିବେ । ଏହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରାମାନନ୍ଦ ସାଗରଙ୍କ ଏହି ସିରିୟଲ ପ୍ରଥମେ ୧୯୯୩ରେ ଟିଭିରେ ପ୍ରସାରିତ ହୋଇଥିଲା । ଏହି ସିରିୟଲର ମୁଖ୍ୟ ଭୂମିକାରେ ଥିବା ଅଥବା କୃଷ୍ଣଙ୍କର ଭୂମିକା କରିଥିବା କଳାକାରଙ୍କ ନାମ ହେଉଛି ସର୍ବଦାମନ ଡି ବାନାର୍ଜୀ । ସେ ବହୁତ ଭଲ ଅଭିନୟ କରିଥିଲେ । ତାଙ୍କ ଅଭିନୟ ପାଇଁ ଲୋକମାନେ ତାଙ୍କୁ ବହୁତ ଭଲ ପାଇଥିଲେ । ବର୍ତ୍ତମାନ ସେ ଟିଭି ଓ ଫିଲ୍ମ ଦୁନିଆକୁ ଛାଡି ରିସିକେଶରେ ରହୁଛନ୍ତି ଓ ଲୋକମାନଙ୍କୁ ଯୋଗ ଶିଖାଉଛନ୍ତି ଏବଂ ଏହା ସହିତ ସେ ସମାଜ ସେବା ମଧ୍ୟ କରୁଛନ୍ତି ।

ଏହି ସିରିୟଲରେ ଶ୍ରୀ କୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କ ଭୂମିକା କରିଥିବା ଝିଅଙ୍କର ନାମ ହେଉଛି ସୋନିଆ କପୁର । ସୋନିଆ ହିମେଶ ରେଶମିଆଙ୍କୁ ବିବାହ କରିଥିଲେ । ସୋନିଆ ଏହି ଶୋ ପରେ ବହୁତ ସିରିୟଲରେ କାମ କରିଥିଲେ ।


ଏହି ସିରିୟଲରେ ରୁକମଣିଙ୍କର ଭୂମିକା କରିଥିବା ମହିଳାଙ୍କ ନାମ ହେଉଛି ପିଙ୍କି ପାରଖ । ପିଙ୍କି ବହୁତ ଗୁଜୁରାତି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ବର୍ତ୍ତମାନ ସେ ଗୁଜୁରାତି ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ।


ଏହି ଶୋରେ କୃଷ୍ଣଙ୍କର ପିଲା ବେଳର ଭୂମିକା କରିଥିଲେ ସ୍ଵପନୀଲ ଜୋଶୀ । ଏହି ଶୋରେ କାମ କରିବା ପରେ ସ୍ଵପନୀଲଙ୍କ ଜୀବନ ବଦଳି ଯାଇଥିଲା । ଏହାପରେ ସ୍ଵପନୀଲ ବହୁତ ଟିଭି ସିରିୟଲରେ କାମ କରିଥିଲେ ।


ଏହି ଶୋରେ ଶିବଙ୍କର ଭୂମିକା କରିଥିବା ଅଭିନେତା ବିଜୟ କଭିସଙ୍କୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ସେ ରାମାୟଣରେ ମଧ୍ୟ ଶିବଙ୍କର ଭୂମିକା କରିଥିଲେ । ବିଜୟ ବଲିଉଡର ବହୁତ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ଏହି ଶୋରେ ଯଶୋଦାଙ୍କ ଭୂମିକା ଅଭିନେତ୍ରୀ ଦାମିନୀ କନ୍ୱାଲ କରିଥିଲେ । ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଦାମିନୀ କ୍ରାଇମ ପେଟ୍ରୋଲରେ ମଧ୍ୟ ନଜର ଆସିଛନ୍ତି । ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରୁଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *