Arindam ଙ୍କୁ ମନେ ପକାଇ କାନ୍ଦିଲେ ପତ୍ନୀ, ଆଜି OTV ତରଫରୁ ଅନୁଷ୍ଠିତ ହୋଇଥିବା ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ହେଲା କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ଗତ ବର୍ଷ ଏହି ସେପ୍ଟେମ୍ବର ମାସରେ ମୁଣ୍ଡୁଳି ଠାରେ ବୋଟ ଓଲଟିବା ପରେ ଓଟିଭି ରିପୋର୍ଟର ଅରିନ୍ଦମ ଦାସ ଙ୍କ ଅକାଳ ବିୟୋଗ ଘଟିଥିଲା । ମୁଣ୍ଡୁଳି ବ୍ୟାରେଜ ଠାରେ ଫସି ରହିଥିବା ହାତୀ କୁ ଉଦ୍ଧାର କରିବା ନିମନ୍ତେ ଓଡ୍ରାଫ ଟିମ୍ ପାଣି ମଝି କୁ ଯାଇଥିଲା । ଯେଉଁଥିରେ ଓଡ୍ରାଫ ଟିମ୍ ସହିତ ଓଟିଭି ର କ୍ୟାମେରା ମ୍ୟାନ୍ ଓ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ରହିଥିଲେ ।

ସେହି ସମୟରେ ହାତୀ କୁ ଉଦ୍ଧାର କରିବାକୁ ଯାଇଥିବା ବୋଟ୍ ଟି ହଠାତ ପାଣି ରେ ବୁଡ଼ି ଯାଇଥିଲା । ଯାହା ଫଳ ରେ ପାଣି ଭିତରେ ଓଟିଭି ର ରିପୋର୍ଟର ଅରିନ୍ଦମ ଦାସ ଙ୍କ ସହିତ ଓଡ୍ରାଫ କର୍ମଚାରୀ ପାଣି ଭିତରେ ବୁଡ଼ି ଯାଇଥିଲେ । ପାଣି ର ପ୍ରଖର ସ୍ରୋତ ଭିତରେ ସେମାନେ ଫସି ରହିଥିଲେ । ଘଟଣା ସ୍ଥଳ ରେ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

କିନ୍ତୁ ଏସ୍ସିବି ମେଡ଼ିକାଲ ପହଁଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ଅରିନ୍ଦମ ଦାସ ଏଭଳି ଜଣେ ରିପୋର୍ଟର ଥିଲେ ଯିଏ ସବୁବେଳେ କାମ କୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରୁଥିଲେ । ବାତ୍ୟା ହେଉ ଅଥବା ବନ୍ୟା ହେଉ ତାଙ୍କୁ ଗ୍ରାଉଣ୍ଡ ଜିରୋ ରେ ଦେଖିବାକୁ ମିଳିଥିଲା ।

ଗତ ଫନି ବାତ୍ୟା ସମୟ ରେ ମଧ୍ୟ ତାଙ୍କୁ ଗ୍ରାଉଣ୍ଡ ଜିରୋ ରେ ରହି ରିପୋର୍ଟିଂ କରୁଥିବାର ଦେଖିଵାକୁ ମିଳୁଥିଲା । ଯାହା ତାଙ୍କୁ ସାଧାରଣ ଲୋକ ଙ୍କ ଗହଣ ରେ ପରିଚିତ କରିପାରିଥିଲା । କେବଳ ସେତିକି ନୁହେଁ ଅପରାଧ ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କର ଦକ୍ଷତା ଭରି ରହିଥିଲା । ତାଙ୍କର ମୃତ୍ୟୁ ଥିଲା ଓଡ଼ିଶା ର ସାମ୍ବାଦିକତା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ,ଆଜି ଅରିନ୍ଦମ ଙ୍କୁ ମନେ ପକାଇଲେ ତାଙ୍କ ପତ୍ନୀ । ଆଜି ର ତାରିଖ ଅନୁସାରେ ଯୁବ ସାମ୍ବାଦିକ ଅରିନ୍ଦମ ଙ୍କ ସହିତ ହୋଇଥିବା ଦୁର୍ଘଟଣା ତଥା ତାଙ୍କ ମୃତ୍ୟୁ କୁ ବର୍ଷେ ପୁରିଛି । ତାଙ୍କର ଶ୍ରାଦ୍ଧ ବାର୍ଷିକି ଅବସର ରେ ଓଟିଭି କାର୍ଯ୍ୟାଳୟ ରେ ଏକ ସ୍ମୃତି ସଭା ର ଆୟୋଜନ କରାଯାଇଥିଲା । ଏହି ସ୍ମୃତି ସଭା ରେ ଅରିନ୍ଦମ ଙ୍କ ପତ୍ନୀ ଯୋଗ ଦେଇ ସ୍ୱାମୀ ଙ୍କ ସ୍ମୃତି ଚାରଣ କରିଥିଲେ । ଆଜି ର ଏହି ଦିନରେ ସେହି ମହାନ ବ୍ୟକ୍ତିତ୍ୱ କୁ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।

Leave a Reply

Your email address will not be published. Required fields are marked *