ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗରେ ଚଢାନ୍ତୁ ଏହି 8 ଜିନିଷ, ଭଗବାନ ଭୋଲେନାଥଙ୍କ କୃପାରୁ ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ ଶ୍ରାବଣ ମାସ ରେ ଶିବ ଲିଙ୍ଗ ଉପରେ ସେହି ଆଠ ଟି ଜିନିଷ ଅର୍ପଣ କରନ୍ତୁ ଏବଂ ନିଜ ମନଇଚ୍ଛା କିମ୍ବା ମନୋକାମନା ପୂର୍ଣ୍ଣ ହେବ ତେବେ ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସ ଭଗବାନ ଶିବ ଙ୍କ ର ଅଧିକ ପ୍ରିୟ ମାସ ଅଟେ ।

ସେଥିପାଇଁ ଶ୍ରାବଣ ର ସମ୍ପୂର୍ଣ୍ଣ ମାସ ଯାକ ମହାଦେବ ଙ୍କ ବିଶେଷ ପୂଜାର୍ଚ୍ଚନା କରା ଯାଇଥାଏ । ଶ୍ରାବଣ ମାସ କୁ ପ୍ରେମ ର ମାସ ବୋଲି ମଧ୍ୟ କୁହାଯାଏ । ଏହି ମାସ ରେ ଭକ୍ତ ମାନେ ଶ୍ରାବଣ ସୋମବାର ର ଵ୍ରତ ରଖିଥାନ୍ତି । କୁହାଯାଏ କି ଏହି ବ୍ରତ କରିବା ଦ୍ୱାରା ଭଗବାନ ଶିବ ସେହି ଭକ୍ତ ଉପରେ ବହୁତ ପ୍ରସନ୍ନ ହୋଇ ଯାଆନ୍ତି ଏବଂ ନିଜ ଭକ୍ତ ଙ୍କ ସବୁ ମନୋକାମନା କୁ ସେ ପୂର୍ଣ୍ଣ କରି ସୁଖୀ ଜୀଵନ ର ଆଶୀର୍ବାଦ କରିଥାନ୍ତି ।

ଶ୍ରାବଣ ମାସ ରେ ଭକ୍ତ ଗଙ୍ଗା ନଦୀ କିମ୍ବା ଅନ୍ୟ ପବିତ୍ର ନଦୀରୁ ଜଳ ଆଣିଥାନ୍ତି ଏବଂ ଭଗବାନ ଶିବ ଙ୍କ ଜଳ ଅଭିଷେକ କରିଥାନ୍ତି । ଏହା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଏହି ମାସ ରେ ଶିବ ଲିଙ୍ଗ ଙ୍କ ଉପରେ ଏହି ଆଠ ଟି ଜିନିଷ କୁ ଅର୍ପଣ କରିବା ଦ୍ୱାରା ସମସ୍ତ ମନଇଚ୍ଛା ପୂରଣ ହୋଇଥାଏ । ତେବେ ଆସନ୍ତୁ ସେହି ଜିନିଷ ଗୁଡିକ କଣ ସେ ସମ୍ପର୍କରେ ଆଲୋଚନା କରି ନେବା ।

୧- ପ୍ରଥମ ଜିନିଷ ଟି ହେଉଛି ଜଳ । ଯଦି ଆପଣ ଶ୍ରାବଣ ମାସ ର କୌଣସି ଏକ ସୋମବାର ରେ ଓଁ ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରି ଏହି ଜଳ କୁ ଶିବ ଲିଙ୍ଗ ଉପରେ ଅର୍ପଣ କରନ୍ତି ତେବେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୁର ହୋଇଯିବ ।

୨- ଦ୍ଵିତୀୟ ରେ ହେଉଛି କ୍ଷୀର । ଶ୍ରାବଣ ମାସ ର କୌଣସି ଏକ ସୋମବାର ଦିନ କ୍ଷୀର ରେ ଶିବ ଅଭିଷେକ କରନ୍ତି ତେବେ ଆପଣ ଙ୍କୁ ଅନେକ ଲାଭ ମିଳିଥାଏ ଏବଂ ଦୁଃଖ ମଧ୍ୟ ଦୁର ହୋଇଥାଏ ।

୩- ତୃତୀୟ ରେ ହେଉଛି ଚିନି । ଶ୍ରାବଣ ମାସ ର ଯେ କୌଣସି ଏକ ସୋମବାର ଦିନ ଶିବ ଲିଙ୍ଗ ଉପରେ ଚିନି ଅର୍ପଣ କରିବେ ତେବେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ମହାଦେବ ଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

୪- ଚତୁର୍ଥ ରେ ହେଉଛି ଘିଅ । ଆପଣ ଶ୍ରାବଣ ମାସ ରେ ଶିବ ଲିଙ୍ଗ ଉପରେ ଘିଅ ଅର୍ପଣ କଲେ ଆପଣ ଙ୍କୁ ଶକ୍ତି ପ୍ରାପ୍ତ ହେବା ସହ ଯଦି ଆପଣ ଙ୍କୁ ସନ୍ତାନ ପ୍ରାପ୍ତି ହୋଇନାହିଁ ତେବେ ମହାଦେବଙ୍କ କୃପା ଅନୁସାରେ ଆପଣ ଙ୍କୁ ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ ।

୫- ପଞ୍ଚମ ରେ ହେଉଛି ଯଦି ଆପଣ ନିଜର ବାଣୀ କୁ ମଧୁର କରିବା ପାଇଁ ଚାହୁଁଛନ୍ତି ତେବେ ଶ୍ରାବଣ ମାସ ର କୌଣସି ଏକ ସୋମବାର ଦିନ ମହୁ ଅର୍ପଣ କଲେ ଆପଣଙ୍କ ବାଣୀ ମଧୁର ହେବା ସହ ମହାଦେବ ଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

୬- ଷଷ୍ଠ ରେ ହେଉଛି ଭାଙ୍ଗ । ମହାଦେବଙ୍କୁ ଭାଙ୍ଗ ବହୁତ ପସନ୍ଦ ଥାଏ ତେଣୁ ଶ୍ରାବଣ ମାସ ର ସୋମବାର ରେ ଶିବ ଲିଙ୍ଗ ଉପରେ ଭାଙ୍ଗ ଅର୍ପଣ କଲେ ମହାଦେବ ପ୍ରସନ୍ନ ହୁଅନ୍ତି ଏବଂ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥାନ୍ତି ।

୭- ସପ୍ତମ ରେ ହେଉଛି ଚନ୍ଦନ । ଚନ୍ଦନ ଶରୀର କୁ ଥଂଡା ରଖିଥାଏ ଏବଂ ମହାଦେବ ଙ୍କୁ ଚନ୍ଦନ ମଧ୍ୟ ଖୁବ ପସନ୍ଦ ତେଣୁ ଶ୍ରାବଣ ମାସ ର ସୋମବାର ଦିନ ଶିବ ଲିଙ୍ଗ ଉପରେ ଚନ୍ଦନ ଅର୍ପଣ କଲେ ନିଜ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୮- ଅଷ୍ଟମ ରେ ହେଉଛି କେଶର । ଶ୍ରାବଣ ମାସ ର କୌଣସି ଏକ ସୋମବାର ଦିନ ଶିବ ଲିଙ୍ଗ ଉପରେ କେଶର କୁ ଅର୍ପଣ କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ ହେବା ସହ ଆପଣଙ୍କ ଦୁଃଖ କଷ୍ଟ ସବୁ ଦୁର ମଧ୍ୟ ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *