ଏସପିଙ୍କ ପାଇଁ ଚା ଆଣିବାକୁ ଯାଇଥିଲେ ହାବିଲଦାର, ଫେରିଲେ ତ ସମସ୍ତେ ଠିଆ ହୋଇ କଲେ ତାଙ୍କୁ ସଲାମ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି କାହାଣୀ ବିଷୟରେ କାହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ କହିବେ କି ବାଃ କଣ ଭାଗ୍ୟ ଅଟେ । ଆଜ୍ଞା ହଁ, ଆଜିର ସମୟରେ ଏମିତି ବହୁତ କମ ଲୋକଙ୍କ ସହ ହୋଇଥାଏ । ଆମେ ଯାହାଙ୍କ ବିଷୟରେ କଥା ହେଉଛୁ ତାଙ୍କର ନାମ ଶ୍ୟାମ ବାବୁ ଅଟେ ଓ ସେ ପୋଲିସରେ ଅଛନ୍ତି । ଦିନେ ଏମିତି ହେଲା କି ସେ ନିଜ ଡେପୁଟି ଏସପି ଙ୍କ ପାଇଁ ଚା’ ଆଣିବାକୁ ଯାଇ ଥିଲେ ଓ ତା ମଧ୍ୟରେ କିଛି ଏମିତି ହେଇଗଲା କି ସେ SDM ହେଇଗଲେ ।

ତେବେ ଏହି କାହାଣୀ ୟୁପି ର ବାଲିୟା ଜିଲ୍ଲାର ଅଟେ ଯେଉଁଠି ଶ୍ୟାମ ବାବୁ ପିସିଏସ ରେ ୫୨ ତମ ସ୍ଥାନ ହାସଲ କରିଲେ ଓ ଏହାପରେ ୧୨ ପାସ କରିବା ପରେ ୧୪ ବର୍ଷରୁ ପୋଲିସ ବିଭାଗରେ କଂଷ୍ଟେବଲ ଭାବରେ କାମ କରିବା ସହିତ ସେ ଗ୍ରାଜୁଏସନ ଓ ପୋସ୍ଟ ଗ୍ରାଜୁଏସନ ପୁରା କରିଲେ । କୁହାଯାଏ କି ୧୦ ବର୍ଷ ପୂର୍ବରୁ ସେ ୟୁପିପିଏସସି ର ପ୍ରସ୍ତୁତି କରୁଥିଲେ ଓ ଛଥର ପ୍ରୟାସ କରିବା ପରେ ସେ ଏସଡ଼ିଏମ ହେଇ ଥିଲେ ।

ତେବେ ବର୍ତ୍ତମାନ ଆପଣ ଭାବୁଥିବେ କି ସେ ଚା’ ନେବାକୁ ଯାଇଥିବା ସମୟରେ ଏସଡ଼ିଏମ କେମିତି ହେଲେ । ତେବେ ଆପଣଙ୍କୁ କହିଦେଉଛୁ କି ଯେତେବେଳେ ସେ ଚା ନେବାକୁ ଯାଇଥିଲେ ସେହି ସମୟରେ ତାଙ୍କର ୟୁପିପିଏସସି ର ରେଜଲ୍ଟ ଆସିଲା । ମୋବାଇଲ ରେ ଚେକ କରିଲେ ଓ ଚା ନେଇ ଡେପୁଟି ଏସପି ଙ୍କ ପାଖରେ ପହଞ୍ଚିଲେ ଓ କହିଲେ କି “ସାହାବ ମୁଁ ଏସଡ଼ିଏମ ହେଇ ଯାଇଛି । ରେଜଲ୍ଟ ଆସି ଯାଇଛି । ”

ଡେପୁଟି ଏସପି ତୁରନ୍ତ ଠିଆ ହୋଇଯାଇ ତାଙ୍କୁ ସଲାମ କଲେ ଓ ଚା ନେଇ ତାଙ୍କୁ ପିଆଇବାକୁ ଲାଗିଲେ । ତେବେ ସେ ପୋଲିସ କୁ ନେଇ ରହିଥିବା ଭୁଲ ଧାରଣା କି ପୋଲିସ ସର୍ଵଦା ଦୁର୍ନୀତି କରେ ଏଠୁ ସେଠୁ ପଇସା ନିଏ ତାହାକୁ ଦୁର କରିବାକୁ ଚାହୁଁଥିଲେ । ତେବେ ବାଲିୟା ର ଇବ୍ରାହିମ ପୁରର ୩୩ ବର୍ଷୀୟ ଶ୍ୟାମ ବାବୁଙ୍କ ପିତା ଧର୍ମନାଥଙ୍କ ଗାଁରେ ଛୋଟ ଗ୍ରୋସରି ଦୋକାନ ଅଛି ଓ ମା’ କିଶୋରୀ ଦେବୀ ଗୃହିଣୀ ଅଟନ୍ତି ।

ଶ୍ୟାମ ବାବୁଙ୍କର ୫ ଜଣ ଭଉଣୀ ଓ ୨ ଜଣ ଭାଇ ଅଛନ୍ତି । ଭଉଣୀ ମାନଙ୍କର ବିବାହ ହେଇ ଯାଇଛି ଓ ବଡ ଭାଇ ଇନ୍କମ ଟ୍ଯାକ୍ସ ଇନ୍ସପେକ୍ଟର ଅଟନ୍ତି । ଶ୍ୟାମ ବାବୁଙ୍କୁ ଏବେ ସବୁଆଡୁ ଶୁଭେଛା ମିଳୁଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *