ଜାଣନ୍ତୁ South ସୁପର ଷ୍ଟାର Allu Arjun ଙ୍କ ଲାଇଫ ଷ୍ଟାଇଲ, ଫ୍ୟାମିଲି ଓ Biography, ତାଙ୍କ ସମ୍ପତି କେତେ ଜାଣିଲେ ଚମକି ପଡିବେ ଆପଣ

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଦିନ ଥିଲା ସାଉଥ ଫିଲ୍ମ କୁ ସାଉଥ ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକ ଦେଖୁ ନ ଥିଲେ।କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି।ବର୍ତ୍ତମାନ ସାଉଥ ର ସମସ୍ତ ଫିଲ୍ମ କୁ ଭାରତ ବ୍ୟତୀତ ଭାରତ ବାହାରେ ମଧ୍ୟ ଦେଖିବାକୁ ପସନ୍ଦ କରୁଛନ୍ତି।ଏହା ସମ୍ଭବ ହୋଇପାରିଛି ସାଉଥର କେତେକ ଦିଗଜ କଳାକାର ଙ୍କ ପାଇଁ।ସାଉଥର ସମସ୍ତ ତାରକାମାନେ ବହୁତ ସୁନ୍ଦର ଏବଂ ଦମଦାର ଅଭିନୟ କରିଥାନ୍ତି।ନିଜ ଅଭିନୟ ମାଧ୍ୟମରେ ସେ ଆଜି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ସମଗ୍ର ବିଶ୍ୱରେ ପରିଚିତ କରାଇ ପାରିଛି।

ସାଉଥର ସମସ୍ତ କଳାକାର ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିଛନ୍ତି।ସେଥିମଧ୍ୟରୁ ଷ୍ଟାଇଲିଶ ଷ୍ଟାର ଅଲୁ ଅର୍ଜୁନ ଅନ୍ୟତମ।ନିଜର ଷ୍ଟାଇଲିଶ ଲୁକ ପାଇଁ ସେ ଦର୍ଶକ ଙ୍କ ର ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ନିର୍ମାଣ କରିପାରିଛନ୍ତି।ସେ ବହୁତ ଭଲ ଅଭିନେତା ମଧ୍ୟ ଅଟନ୍ତି।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସାଉଥର ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ଜୀବନ ବିଷୟରେ ବହୁତ କିଛି ଆଲୋଚନା କରିବା।ଆଜି ଜାଣିବା ତାଙ୍କର ଜୀବନ ଶୈଳୀ, ପରିବାର,ଆୟ ଆଦି ସମସ୍ତ ବିଷୟରେ।ତେବେ ଆସନ୍ତୁ ଜାଣିବା ଅଲୁ ଅର୍ଜୁନ ଙ୍କ ବିଷୟରେ।

ବନ୍ଧୁଗଣ ଅଲୁ ଅର୍ଜୁନଙ୍କ ଡାକ ନାମ ହେଉଛି ବନି।ତାଙ୍କର ଜନ୍ମ ୧୯୮୨ ମସିହା ଅପ୍ରେଲ ମାସ ୮ ତାରିଖରେ ହୋଇଥିଲା।ସେ ସେଣ୍ଟ ପେଟ୍ରିକ ସ୍କୁଲ ଚେନ୍ନାଇ ଠାରେ ନିଜର ସ୍କୁଲ ପାଠ ପଢିଥିଲେ।ଏହା ପରେ ସେ ଏମ.ଏସ.ଆର କଲେଜରେ ବିବିଏ କରିଥିଲେ। ଅଲୁ ଅର୍ଜୁନଙ୍କୁ ପିଲା ବେଳରୁ ହିଁ ଅଭିନୟ ର ସଉକ ଥିଲା।ସେ ନିଜେ କହିଥିଲେ ଯେ ସେ କଲେଜରେ ପରୀକ୍ଷାରେ ବହୁତ ଥର ଫେଲ ହୋଇଥିଲେ।

କିନ୍ତୁ ସେ ନୃତ୍ୟ ଏବଂ ଅଭିନୟ ରେ କେବେ ମଧ୍ୟ ଫେଲ ହେଉ ନ ଥିଲେ।ସେ ବୃତ୍ତି ରୁ ଅଭିନେତା, ନିର୍ଦ୍ଦେଶକ,ପ୍ରଯୋଜକ ଅଟନ୍ତି।ବନ୍ଧୁଗଣ ସେ ନିଜ କ୍ୟାରିଅର ୧୯୮୫ ମସିହାରେ ଶିଶୁ କଳାକାର ଭାବେ “ବିଜେତା” ଫିଲ୍ମରୁ ଆରମ୍ଭ କରିଥିଲେ। ସେ ୨୦୦୧ ମସିହାରେ “ଡାଡି” ଫିଲ୍ମରେ ଡ୍ୟାନ୍ସର ଭାବେ ନଜର ଆସିଥିଲେ।ସେ ୨୦୦୩ ମସିହାରେ ମୁଖ୍ୟ କଳାକାର ଭାବେ “ଗଂଗୋତ୍ରୀ” ଫିଲ୍ମ ରେ ନଜର ଆସିଥିଲେ।ଏହି ଫିଲ୍ମ ବକ୍ସ ଅଫିସ ରେ ବହୁତ ଧମାଲ କରିଥିଲା।

ଏହି ଫିଲ୍ମ ପାଇଁ ସେ ନିଜର ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ।ଏହା ପରେ ସେ ଗୋଟେ ପରେ ଗୋଟେ ସଫଳତା ର ପାହାଚ ଅତିକ୍ରମ କରିଚାଲିଲେ।ତାଙ୍କର “ବନି” ଫିଲ୍ମ ଜରିଆରେ ସେ ବହୁତ ହିଟ ହୋଇପାରିଥିଲେ।ଏହି ଫିଲ୍ମ ଦ୍ବାରା ସେ କେବଳ ସାଉଥର ନୁହେଁ ପୁରା ଭାରତର ସୁପର ଷ୍ଟାର ଭାବେ ପରିଚିତ ହୋଇଥିଲେ।

ବର୍ତ୍ତମାନ ଆସନ୍ତୁ ଅଲୁ ଅର୍ଜୁନଙ୍କ ର ଆୱାର୍ଡ ବିଷୟରେ କଥା ହେବା।ସେ ଅନେକ ଗୁଡିଏ ଫିଲ୍ମ ଫେୟାର ଆୱାର୍ଡ ଓ ନନ୍ଦି ଆୱାର୍ଡ ଏବଂ ସାଉଥ ଇଣ୍ଡିଆ ର ଅନେକ ଗୁଡିଏ ଆୱାର୍ଡ ଜିତି ପାରିଛନ୍ତି।ତାଙ୍କ ପିତା ଙ୍କ ନାମ ହେଉଛି ଅଲୁ ଅରବିନ୍ଦ।ତାଙ୍କ ମାତା ଙ୍କ ନାମ ହେଉଛି ନିର୍ମଳା ଅଲୁ।ଅଲୁ ଙ୍କ ଭଉଣୀ ଙ୍କ ନାମ ହେଉଛି ସୁରେଖା କୋଣିଣ୍ଡଳ।ତାଙ୍କର ଦୁଇ ଜଣ ଭାଇ ଅଛନ୍ତି।ତାଙ୍କ ନାମ ହେଉଛି ଅଲୁ ଶିରିସ ଏବଂ ଭେଙ୍କଟସ।

ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସ୍ନେହା ରେଡ୍ଡୀ। ତାଙ୍କର ଗୋଟିଏ ଝିଅ ଏବଂ ପୁଅ ମଧ୍ୟ ଅଛି। ଝିଅର ନାମ ଆରହା ଓ ପୁଅ ନାମ ଆରୀୟନ।ସେ ଗୋଟିଏ ଫିଲ୍ମ କରିବା ପାଇଁ ୧୦ କୋଟି ଟଙ୍କା ନେଇଥାନ୍ତି।ସେ ଅନେକ କମ୍ପାନୀ ର ବ୍ରାଣ୍ଡ ଆମ୍ବାସାଡ଼ର ଅଛନ୍ତି।ସେ ଏଥିରୁ ମଧ୍ୟ ଅନେକ ଟଙ୍କା ରୋଜଗାର କରିଥାନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Quickest way to get there Cheapest option Distance between. viagra 100mg Rules to follow in Australia 1.

Leave a Reply

Your email address will not be published. Required fields are marked *