ଗୋଟିଏ ଫିଲ୍ମ ପାଇଁ ସବୁଠୁ ଅଧିକ ଫୀସ ନେଇଥାନ୍ତି South ର ଏହି Top 12 ଅଭିନେତ୍ରୀ, Anushka Shetty ଙ୍କ ଫିସ କେତେ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆଜି ଆମେ ସାଉଥ ଇଣ୍ଡଷ୍ଟ୍ରୀ ର ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଚର୍ଚ୍ଚା କରିବା ଯିଏ ନିଜର ଗୋଟିଏ ଫିଲ୍ମ ପାଇଁ ବହୁତ ଅଧିକ ଚାର୍ଜ ନେଇଥାନ୍ତି।ଏହି ତାଲିକା ରେ ତାମିଲ, ମାଲାୟାଲାୟମ, କନ୍ନଡ, ତେଲୁଗୁ ଆଦି କୁ ମଧ୍ୟ ସାମିଲ କରାଯାଇଛି। ଏବଂ ଏହି ତାଲିକା ଟି ୨୦୨୦ ବର୍ଷ ଅନୁସାରେ କରାଯାଇଛି।ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ।

୧- ପ୍ରଥମ ଅଭିନେତ୍ରୀ ହେଲେ ନିତ୍ୟା ମେନନ। ନିତ୍ୟା ତେଲେଗୁ ଜଗତର ଏକ ପ୍ରସିଦ୍ଧ ଓ ବହୁ ଲୋକପ୍ରିୟ ଅଭିନେତ୍ରୀ। ନିତ୍ୟା ଅନେକ ଅଭିନେତା ଙ୍କ ସହ ନଜର ଆସିଛନ୍ତି। ଏବଂ ସମସ୍ତ ଙ୍କ ସହ ତାଙ୍କ ଯୋଡ଼ି ବହୁତ ଭଲ ଲାଗେ। ନିତ୍ୟା ଗୋଟିଏ ଫିଲ୍ମ କରିବା ପାଇଁ ୯୦ ଲକ୍ଷ ନିଅନ୍ତି।

୨- ଦ୍ୱିତୀୟ ଅଭିନେତ୍ରୀ ହେଲେ ସାଇ ପଲ୍ଲବୀ। ତାମିଲ ଇଣ୍ଡଷ୍ଟ୍ରୀ ରେ ସାଇ ପଲ୍ଲଭି ଏକ ସବୁଠୁ ଅଧିକ ଲୋକପ୍ରିୟ ଅଭିନେତ୍ରୀ।ସେ ନିଜର ଅଭିନୟ ଓ ନିଜର ସ୍ଵଭାଵ ଦ୍ୱାରା ସମସ୍ତ ଙ୍କ ହୃଦୟରେ ଘର କରିପାରିଛନ୍ତି। ସାଇ ପଲ୍ଲଭି ଙ୍କ ର ସବୁ ଫିଲ୍ମ ସୁପରହିଟ ହୋଇ ଥାଏ। ସେ ଗୋଟିଏ ଫିଲ୍ମ କରିବା ପାଇଁ ୧ କୋଟି ଟଙ୍କା ନେଇ ଥାନ୍ତି।

୩- ତୃତୀୟ ଅଭିନେତ୍ରୀ ହେଲେ ତ୍ରିଶା। ତେଲୁଗୁ ଓ ତାମିଲ ଇଣ୍ଡଷ୍ଟ୍ରୀ ରେ ତ୍ରିଶା ଏକ ଲୋକପ୍ରିୟ ଚେହେରା। ତାଙ୍କ ଅଭିନୟ ଓ ଫିଲ୍ମ କୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି।ଏହା ଛଡା ସେ ବଲିଉଡ ଫିଲ୍ମ ‘ଖଟା ମିଠା’ ରେ ଅକ୍ଷୟ କୁମାର ଙ୍କ ବିପକ୍ଷରେ ଅଭିନୟ କରି ଥିଲେ। ତ୍ରିଶା ନିଜର ଗୋଟିଏ ଫିଲ୍ମ କରିବା ପାଇଁ ୧କୋଟି ଟଙ୍କା ନେଇ ଥାନ୍ତି।

୪- ଚତୁର୍ଥ ଅଭିନେତ୍ରୀ ହେଲେ ତମନ୍ନା ଭାଟିଆ। ତମନ୍ନା ସାଉଥ ଛଡା ବଲିଉଡ଼ ରେ ମଧ୍ୟ ନିଜର ଅଭିନୟ କୁ ଦେଖିଇଛନ୍ତି। ସେ ନିଜର ଗୋଟିଏ ଫିଲ୍ମ ପାଇଁ ୧କୋଟି ୨୦ ଲକ୍ଷ ଟଙ୍କା ନିଅନ୍ତି।

୫- ପଞ୍ଚମ ଅଭିନେତ୍ରୀ ହେଲେ ରକୁଲ ପ୍ରୀତ। ସାଉଥ ଇଣ୍ଡଷ୍ଟ୍ରୀ ରେ ରକୁଲ ନିଜର ସୁନ୍ଦର ଅଭିନୟ ଓ ଅନ୍ଦାଜ ରେ ଲୋକମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରିଛନ୍ତି। ସେ ବଲିଉଡ ରେ ମଧ୍ୟ କାମ କରିଛନ୍ତି।ସେ ନିଜର ଗୋଟିଏ ଫିଲ୍ମ ପାଇଁ ୧କୋଟି ୫୦ ଲକ୍ଷ ଟଙ୍କା ନିଅନ୍ତି ।

୬- ଷଷ୍ଠ ଅଭିନେତ୍ରୀ ହେଲେ ଶ୍ରୁତି ହାସନ। ଶ୍ରୁତି ସାଉଥ ସହ ବାଲିଉଡ଼ ରେ ମଧ୍ୟ କାମ କରି ସଫଳ ହୋଇଛନ୍ତି। ସେ ସୁପରଷ୍ଟାର କମଲ ହାସନ ଙ୍କ ଝିଅ। ଶ୍ରୁତି ନିଜର ଗୋଟିଏ ଫିଲ୍ମ ପାଇଁ ୧କୋଟି ୮୦ ଲକ୍ଷ ଟଙ୍କା ନିଅନ୍ତି।

୭- ସପ୍ତମ ଅଭିନେତ୍ରୀ ହେଲେ କୀର୍ତ୍ତି ସୁରେଶ। କୀର୍ତ୍ତି ନିଜର ସୁନ୍ଦର ଅଭିନୟ ରେ ଓ ନିଜର ସୁନ୍ଦର ଚେହେରା ଦ୍ୱାରା ସେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିପାରିଛନ୍ତି। ସେ ନିଜର ଗୋଟିଏ ଫିଲ୍ମ ପାଇଁ ୨ କୋଟି ଟଙ୍କା ନିଅନ୍ତି।

୮- ଅଷ୍ଟମ ଅଭିନେତ୍ରୀ ହେଲେ ରଶ୍ମିକା ମନ୍ଦନା। ରଶ୍ମିକା ଆଜିର ପିଢ଼ି ରେ ସବୁଠୁ ଲୋକପ୍ରିୟ ଅଭିନେତ୍ରୀ।ନିଜର ଚୁଲବୁଲି ଅନ୍ଦାଜ ରେ ସେ ସମସ୍ତଙ୍କ ହୃଦୟରେ ଯାଗା କରିପାରିଛନ୍ତି। ସେ ନିଜର ଗୋଟିଏ ଫିଲ୍ମ କରିବା ପାଇଁ ୨କୋଟି ୫୦ ଲକ୍ଷ ଟଙ୍କା ନିଅନ୍ତି।

୯- ନବମ ଅଭିନେତ୍ରୀ ହେଲେ କାଜଲ ଅଗ୍ରୱାଲ। କାଜଲ ସାଉଥ ର ଏକ ସଫଳ ଓ ଲୋକପ୍ରିୟ ଅଭିନେତ୍ରୀ। କାଜଲ ନିଜର ଅଭିନୟ ଦ୍ୱାରା ସାଉଥ, ବଲିଉଡ ଆଦି ରେ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ସେ ନିଜର ଗୋଟିଏ ଫିଲ୍ମ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ନେଇଥାନ୍ତି।

୧୦- ଦଶମ ରେ ଦୁଇ ଜଣ ଅଭିନେତ୍ରୀ ଅଛନ୍ତି ଜଣେ ହେଲେ ସମନ୍ଥ ଅକ୍କୀନେନି ଓ ପୂଜା ହେଗଡେ।ଏହି ଦୁଇ ଜଣ କୁ ଆଜିର ପିଢ଼ି ବହୁତ ପସନ୍ଦ କରନ୍ତି। ପୂଜା ଅଧିକ ଫିଲ୍ମ କରିନାହାନ୍ତି କିନ୍ତୁ ସାଉଥ ଏବଂ ବଲିଉଡ ରେ ନିଜର ଅଭିନୟ ର କମାଲ ଦେଖେଇଛନ୍ତି ଓ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ପୂଜା ନିଜର ଗୋଟିଏ ଫିଲ୍ମ ପାଇଁ ୩ କୋଟି ଟଙ୍କା ନିଅନ୍ତି। ସମନ୍ଥ ନିଜର ଗୋଟିଏ ଫିଲ୍ମ ପାଇଁ ମଧ୍ୟ ୩ କୋଟି ଟଙ୍କା ନିଅନ୍ତି।

୧୧- ଏକାଦଶ ଅଭିନେତ୍ରୀ ନୟନତାରା। ନୟନତାରା ଙ୍କୁ ଲେଡି ସୁପରଷ୍ଟାର କୁହାଯାଏ। ସେ ନିଜର ଦମଦାର ଅଭିନୟ ରେ ଲୋକପ୍ରିୟ ହୋଇ ପାରିଛନ୍ତି। ସେ ନିଜର ଗୋଟିଏ ଫିଲ୍ମ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ନେଇଥାନ୍ତି।

୧୨- ଦ୍ୱାଦଶ ଅଭିନେତ୍ରୀ ହେଲେ ଅନୁଷ୍କା ସେଟି। ଅନୁଷ୍କା ତାମିଲ ଓ ତେଲୁଗୁ ଇଣ୍ଡଷ୍ଟ୍ରୀ ରେ ସବୁଠାରୁ ଲୋକପ୍ରିୟ ଏବଂ ଜଣେ ସଫଳ ଅଭିନେତ୍ରୀ ଭାବେ ଜଣା।ସେ ସବୁ ପ୍ରକାର ଚରିତ୍ର କୁ ବହୁତ ଭଲ ଭାବରେ କରିଥାଆନ୍ତି। ଏବଂ ସେ ନିଜର ଗୋଟିଏ ଫିଲ୍ମ ପାଇଁ ୫ କୋଟି ଟଙ୍କା ନେଇଥାନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *