ଦିନରେ ସୁଟିଂ..ରାତିରେ ଦୁଷ୍କର୍ମ, ଦେଖନ୍ତୁ କଣ ରହିଛି ପୁରା ମାମଲା !

ବନ୍ଧୁଗଣ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ ।

ସୋନାଲି ନନ୍ଦଙ୍କ ଚରିତ୍ର ବିଷୟରେ ଅନେକ ଲୋକ ଭିନ୍ନ ଭିନ୍ନ କଥା କହୁଛନ୍ତି ହେଲେ ସୋନାଲି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ନିଜର କୌଣସି ବୟାନ ଦେଇନାହାନ୍ତି । ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଜଣେ ଯୁବତୀଙ୍କୁ କୁହାଗଲା ତାଙ୍କୁ ମିଳିବ ସୋନାଲି ନନ୍ଦଙ୍କ ଚରିତ୍ର । ଅଭିନୟ ମାୟାରେ ଏବେ ଯୁବପିଢି ବାୟା । ଏହି କାହାଣୀର ଚରିତ୍ର ଥିଲା ସୋନାଲି ନନ୍ଦ ।

କିଡ୍ନାପ ସିନ୍ ଅଛି କହି ନାବାଳିକାଙ୍କୁ କରିଲେ ଦୁଷ୍କର୍ମ । ଯୁବତୀଙ୍କୁ କହିଥିଲେ, ସୋନାଲି ନନ୍ଦ ଓ ମୃତ ସୋମ୍ୟ ରଞ୍ଜନଙ୍କ କାହାଣୀକୁ ନେଇ ହେବ ଫିଲ୍ମ ଓ ତାଙ୍କୁ ଦିଆଯିବ ସୋନାଲି ନନ୍ଦଙ୍କ ଚରିତ୍ର । ଏ କଥା ଜାଣିବା ପରେ ଅଭିନୟ କରିବାକୁ ରାଜି ହୋଇଥିଲେ ଯୁବତୀ । ଭୁବନେଶ୍ଵର ଭରତପୁରରେ ଦିନରେ ହୋଇଥିଲା ସୁଟିଙ୍ଗ ଆଉ ରାତିରେ ଯୁବତୀଙ୍କୁ କଲେ ଦୁଷ୍କର୍ମ । କିଡ୍ନାପ ସିନ୍ ଅଛି କହି ଦୁର୍ବୁତ୍ତ ବିଛାଇ ଥିଲେ ଜାଲ ହାତ ଗୋଡ ବାନ୍ଧି ଯୁବତୀଙ୍କୁ କଲେ ଦୁଷ୍କର୍ମ ।

ଏ କଥା କାହାକୁ କହିଲେ ଜୀବନରେ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ଦୁର୍ବୁତ୍ତ । ବନ୍ଧୁଗଣ ଯୁବତୀଙ୍କ ମତରେ, ତାଙ୍କୁ ବିଷ୍ଣୁ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ନେଇ କିଡ୍ନାପ ସିନ୍ ଅଛି ବୋଲି କହିଥିଲେ ଦୁର୍ବୁତ୍ତ । ଏହା ପରେ ସେମାନେ ଯୁବତୀଙ୍କୁ ରୁମ ଭିତରେ ଯୁବତୀଙ୍କୁ ଆଣି ତାଙ୍କ ହାତ ଗୋଡ ବାନ୍ଧି ଥିଲେ ଓ ତାଙ୍କ ଦେହରେ ଅଠା ବୋଲି ତାଙ୍କୁ ପିଟି ଚାଲିଥିଲେ । ରାତି ସାରା 7 ରୁ 8 ଥର ଦୁର୍ବୁତ୍ତ ମାନେ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ।

ଯୁବତୀଙ୍କୁ ସୁଟିଙ୍ଗକୁ ଆଣିଥିବା ବ୍ୟକ୍ତିର ନାମ ହେଲା ବିଷ୍ଣୁ ଆଉ ସୂରଜ ବିଶ୍ଵାଳ ନାମକ ବ୍ୟକ୍ତି ଏହି ଫିଲ୍ମର ହିରୋ ଥିଲା । ଯୁବତୀ ଅତି ସାହସିକତା ଦେଖାଇ ଭରତପୁର ଥାନାରେ କମ୍ପ୍ଲେନ କରିଛନ୍ତି ଓ ଗଣମାଧ୍ୟମକୁ ମଧ୍ୟ ସମସ୍ତ ଘଟଣା ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *