ସୋରିଷ ତେଲରେ ମିଶାଇ ଲଗାନ୍ତୁ କେବଳ ଏହି ଗୋଟିଏ ଜିନିଷ ଚୁଟି ଏମିତି ବଢିବ କି ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ- Baba Ramdev Beauty Tips

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଅଧିକାଂଶ ଲୋକଙ୍କର କେଶ ଝଡିବା ସମସ୍ଯା ଦେଖାଯାଉଛି । କେଶ ଝଡିବା କାରଣରୁ ଉଭୟ ପୁଅ ଓ ଝିଅ ମାନେ ବହୁତ ଚିନ୍ତାରେ ରହୁଛନ୍ତି, ଯାହାଫଳରେ ସେମାନେ ମାର୍କେଟରୁ ମିଳୁଥିବା ସାମ୍ପୁ ଏବଂ ତେଲ ଆଦିର ବ୍ଯବହର କରୁଛନ୍ତି ହେଲେ ବନ୍ଧୁଗଣ ଏହି ସବୁ ମାର୍କେଟ ପ୍ରଡ଼କ୍ଟରେ ବହୁତ ମାତ୍ରାରେ କେମିକାଲ ମିଶି ରହିଥାଏ, ଯାହା ଆପଣଙ୍କ କେଶକୁ ବହୁତ ଅଧିକ ଡ୍ୟାମେଜ କରିଥାଏ । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ଆପଣ ନିଜ ଝାଡୁଥିବା କେଶ ସମସ୍ଯାକୁ କମାଇ ପାରିବେ ।

ବନ୍ଧୁଗଣ ଏହି ଉପାୟକୁ ଆପଣ ଯେକୌଣସି ଋତୁରେ ପ୍ରୟୋଗ କରିପାରିବେ ଓ ଏହା ହେଉଛି ଏକ ଘରୋଇ ଉପାୟ । ତେଣୁ ଏହା ଆପଣଙ୍କ କେଶକୁ କୌଣସି ପ୍ରକାରର ଡ୍ୟାମେଜ କରିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରେମେଡି ବିଷୟରେ ।


ବନ୍ଧୁଗଣ ଯେତେବେଳେ ଆମ କେଶ ଦୁର୍ବଳ ହୋଇଯାଇଥାଏ ଓ କେଶରେ ଅଧିକ ଝାଳ ହୋଇ ଶୁଖିଯାଇଥାଏ, ସେତେବେଳେ ଆମ କେଶ ବହୁତ ଅଧିକ ମାତ୍ରାରେ ଝଡି ଥାଏ । ବନ୍ଧୁଗଣ ଆମେ ଯେଉଁ ସବୁ ଜିନିଷକୁ ନେଇ ଏହି ରେମେଡି ପ୍ରସ୍ତୁତ କରିବା ତାହା ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ ଓ ଆପଣଙ୍କୁ ଏଥିପାଇଁ ଅଧିକ ଟଙ୍କା ଖର୍ଚ କରିବାକୁ ପଡିବ ନାହିଁ । ବନ୍ଧୁଗଣ ଆମ ଉପାୟ ପାଇଁ ଆମକୁ ପ୍ରଥମ ସାମଗ୍ରୀ ଦରକାର ସୋରିଷ ତେଲ ।


ସାଧାରଣତଃ ସୋରିଷ ତେଲକୁ ଖାଦ୍ୟ ତିଆରି କରିବାରେ ବ୍ଯବହର କରାଯାଇଥାଏ, ହେଲେ ବନ୍ଧୁଗଣ ସୋରିଷ ତେଲ ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାପରେ ଆମକୁ ଦୁତୀୟ ସାମଗ୍ରୀ ଦରକାର ମେଥି ଦାନା । ବନ୍ଧୁଗଣ ମେଥି ଦାନାକୁ ମଧ୍ୟ ଆମେ ମାନେ ରୋଷେଇ ଆଦିରେ ବ୍ୟବହାର କରିଥାଉ । ତେଣୁ ଯଦି ଆପଣଙ୍କ ପାଖରେ ମେଥି ପାଉଡର ଅଛି ତା ହେଲେ ଆପଣ ମେଥି ପାଉଡରକୁ ମଧ୍ୟ ଏହି ଉପାୟରେ ପ୍ରୟୋଗ କରିପାରିବେ ।


ଏହି ଉପାୟକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ କଡେଇ ଚୁଲା ଉପରେ ବସେଇ ଦିଅନ୍ତୁ । କଡେଇ ଅଳ୍ପ ଗରମ ହେବା ପରେ ଏଥିରେ ଏକ କପ ସୋରିଷ ତେଲ ଓ ଏକ ବଡ ଚାମଚ ମେଥି ଦାନା ପକାଇ ଦିଅନ୍ତୁ । କିଛି ସମୟ ତେଲକୁ ଫୁଟାଇବା ପରେ ଆପଣ ଗ୍ଯାସକୁ ବନ୍ଦ କରିଦିଅନ୍ତୁ ଓ ତେଲକୁ କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ବନ୍ଧୁଗଣ ଏହା ପରେ ଆପଣ ତେଲକୁ ଏକ ଛଣା ଦ୍ଵାରା ଛାଣି ଦିଅନ୍ତୁ । ବନ୍ଧୁଗଣ ଏହି ତେଲକୁ ଆପଣ ରାତି ସମୟରେ ଶୋଇବା ପୂର୍ବରୁ ନିଜ କେଶରେ ଧୀରେ ଧୀରେ ମାଲିସ କରନ୍ତୁ ଓ ସଖାଳ ସମୟରେ କେଶକୁ ଯେକୌଣସି ସାମ୍ପୁରେ ଧୋଇ ଦିଅନ୍ତୁ । ଗୋଟେ ସପ୍ତାହରେ ଆପଣ କେବଳ ଥରେ ଏହି ଉପାୟ କରି ଦେଖନ୍ତି ଦେଖିବେ ଆପଣଙ୍କ କେଶ ଝଡିବା ବହୁତ ଶୀଘ୍ର କମ ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *