Rakhi Sawant କହିଲେ- Sonu Sood ଙ୍କୁ ହେବା ଦରକାର ପ୍ରଧାନ ମନ୍ତ୍ରୀ, ତ ସୋନୁ ଦେଲେ କିଛି ଏମିତି ଜବାବ କି ଶୁଣିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ ଦେଶରେ ବଢୁଥିବା କରୋନା ମହାମାରୀର କୋପ ବହୁତ ଭୟଙ୍କର ରୂପ ନେଇଛି । ଦିନକୁ ଦିନ ଲକ୍ଷାଧିକ ଲୋକ ଏହି ଭାଇରସର ଚାପରେ ଆସିଯାଉଛନ୍ତି ।

ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି । ଗତବର୍ଷ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଦେଶରେ ପାଖା ପାଖି ୭ ମାସ ପର୍ଯ୍ୟନ୍ତ ଲକଡାଉନ କରିଦେଇଥିଲେ ଓ ଏହି ବର୍ଷ ମଧ୍ୟ କିଛିଟା ରାଜ୍ୟରେ ଲକଡାଉନ କରାଯାଇଛି ।

ଗତବର୍ଷ ହୋଇଥିବା ଲକଡାଉନରେ ବହୁତ ଗରିବ ଶ୍ରେଣୀର ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହି ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ଗରିବ ଓ ଦରିଦ୍ର ଲୋକଙ୍କ ସାହାର୍ଯ୍ୟ ପାଇଁ ଛିଡା ହୋଇଥିଲେ ।

ଗତବର୍ଷ ସେ ଅନେକ ଗରିବ ଲୋକ ମାନଙ୍କୁ ରୋଜଗାର ଦେଇଥିଲେ ଓ ଆର୍ଥିକ ସହାୟତା ମଧ୍ୟ କରିଥିଲେ । ବନ୍ଧୁଗଣ ଏହି ବର୍ଷ ମଧ୍ୟ ସୋନୁ ଏହି ମହାମାରୀ କାଳରେ ଗରିବ ଲୋକଙ୍କ ସହାୟତା ପାଇଁ ରାସ୍ତା ଉପରକୁ ଓଲହାଇ ଛନ୍ତି । ବନ୍ଧୁଗଣ ସୋନୁ ସୁଦଙ୍କର ଏହି ସମାଜ ସେବା ଦେଖି ସମସ୍ତ ଲୋକ ତାଙ୍କୁ ବହୁତ ସ୍ନେହ ଓ ଭଲ ପାଇବା ଦେଉଛନ୍ତି । ହେଲେ ଅନ୍ୟ ପକ୍ଷରେ ଏକ ଅଭିନେତ୍ରୀ ସୋନୁ ସୁଦଙ୍କୁ ଦେଶର ପ୍ରଧାନ ମନ୍ତ୍ରୀ ହେବା ଉଚିତ ବୋଲି କହିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକଙ୍କର ଏହି ବୟାନଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ବଲିଉଡ କ୍ଵିନ ରାଖୀ ସାବନ୍ତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ସୋନୁଙ୍କ କାମ ପାଇଁ ସମସ୍ତ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି ଓ ଅନ୍ୟ ପକ୍ଷରେ ରାଖୀ ସବନ୍ତ ଏକ ଭିଡିଓ ମାଧ୍ୟମରେ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ରାଖୀ ସେହି ଭିଡିଓରେ ସୋନୁଙ୍କୁ ଦେଶର ପ୍ରଧାନ୍ତ ମନ୍ତ୍ରୀ ହେବା ଉଚିତ ବୋଲି କହିଛନ୍ତି ।

ବନ୍ଧୁଗଣ ରାଖୀଙ୍କର ଏହି ଭିଡିଓକୁ ସମସ୍ତ ଲୋକ ବହୁତ ଅଧିକ ପସନ୍ଦ କରିଛନ୍ତି ଓ ଅନେକ ଲୋକ ଏହି ଭିଡିଓ ପ୍ରତି କିଛି ଭଲ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ବନ୍ଧୁଗଣ ସୋନୁ ଏହି ଭିଡିଓକୁ ଏଖି ଏକ ସୁନ୍ଦର ଉତ୍ତର ଦେଇଛନ୍ତି । ସୋନୁଙ୍କ ମତରେ, ‘ଯିଏ ଯେଉଁଠି ସିଏ ସେଇଠି ରହିବା ଠିକ । ମୁଁ ଗୋଟିଏ ସାଧାରଣ ମଣିଷ ରୂପେ ରହିବାକୁ ଚାହେଁ । କମ ସେ କମ ମୁଁ ଆପଣ ମାନଙ୍କ ସହିତ ଛିଡା ତ ହୋଇପାରୁଛି’ ।

ବନ୍ଧୁଗଣ ସୋନୁଙ୍କର ଏହି ଉତ୍ତର ଦେଖି ସମସ୍ତ ଲୋକ ବହୁତ ଖୁସି ହୋଇଛନ୍ତି । ସୋନୁ ଏକ ଭଲ ଅଭିନେତା ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ଓ ତାଙ୍କ ଚିନ୍ତାଧାରା ମଧ୍ୟ ବହୁତ ଭଲ ରହିଛି । ସେଥିପାଇଁ ଲୋକମାନେ ତାଙ୍କୁ ବହୁତ ସମ୍ମାନ ଓ ଭଲ ପାଇବା ଦେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *