ନିଜ ରିଅଲ ଲାଇଫ ବିଷୟରେ ଖୋଲି କହିଲେ Konark ଗଣନାଟ୍ୟ ଡ୍ୟାନ୍ସର Soni, କହିଲେ ‘ ଆମକୁ ଯାତ୍ରାବାଲି କୁହନ୍ତୁ ନାହିଁ, କାହିଁକି ନା…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୋନି । ଆପଣ ମାନେ ସମସ୍ତେ ସୋନିଙ୍କ ଜବରଦସ୍ତ ଡ୍ୟାନ୍ସ ତ ନିଶ୍ଚୟ ଦେଖିଥିବେ । ତେବେ ଗତ କିଛି ସମୟ ହେବ ସୋନିଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ସୋନି କହୁଛନ୍ତି-‘ମୁଁ କୋଣାର୍କ ଗଣନାଟ୍ୟରେ ୧୦ ବର୍ଷ ହେବ କାମ କରୁଛି ।

ମୁଁ ଡ୍ୟାନ୍ସ କରୁଛି ଆଉ ଛୋଟ ଛୋଟ ରୋଲ ମଧ୍ୟ କରୁଛି ଆଉ ଆଗକୁ ଚ୍ୟାନ୍ସ ମିଳିଲେ ମୁଁ ନିହାତି ଅଭିନୟ କରିପାରିବି । ଦର୍ଶକ ମାନଙ୍କର ବହୁତ ଫର୍ମାଇସ ମୁଁ ହିରୋଇନ ଭୂମିକା କରେ ବୋଲି କି ଆଉ ମୁଁ ନିଶ୍ଚୟ କରିବି ଚେଷ୍ଟା ବହୁତ କରୁଛି । ଘର ଲୋକ ରାଜି ନଥିଲେ ମୁଁ ଘରୁ ପଳାଇ ଆସିଥିଲି ତା ପରେ ମୁଁ ଘର ଲୋକଙ୍କୁ ସବୁ କଥା କହିଲି । ଘର ଲୋକ କହିଲେ ଆମେ ମାଲିକ ସହ କଥା ହେବୁ ତା ପରେ ସବୁ ଠିକ ଅଛି ।

ବିବାହ ପାଇଁ ଘର ଲୋକ କହୁଛନ୍ତି ହେଲେ ମୋ ପସନ୍ଦର ପିଲା ଏ ପର୍ଯ୍ୟନ୍ତ ମିଳି ନାହିଁ ମିଳିଲେ ନିଶ୍ଚୟ ଲାଇଫ ପାର୍ଟନର ବନେଇବି । ମୁଁ ଚାହୁଁଛି ମୁଁ ଯାହାକୁ ବିବାହ କରି ସେ ଜଣେ ବିଜନେସ ମ୍ୟାନ ହୋଇଥାଉ ଆଉ ମୋ ପାଖା ପାଖି ରହୁ । ଯେଉଁ ମାନେ ଯାତ୍ରା ଦେଖିବାକୁ ଆସୁଛନ୍ତି ସମସ୍ତେ ଖୁସିର ସହ ଦେଖନ୍ତୁ ହେଲେ ଯାତ୍ରାରେ କାମ କରୁଥିବା ଝିଅ ମାନଙ୍କୁ ଆପଣ ଖରାପ ଭାବନ୍ତୁ ନାହିଁ ।

ସମସ୍ତେ କୁହନ୍ତି ଯାତ୍ରା ବାଲା ଏଇଟା ପ୍ଳିଜ କୁହନ୍ତୁ ନାହିଁ କାରଣ ଆମେ ବି ଗୋଟେ କଳାକାର । କଳାକାରର ଜୀବନ ଯେ କେତେ କଷ୍ଟ ଯିଏ କଳାକାର ଅଛି ସେ ହିଁ ବୁଝିପାରିବ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ ସୋନି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *