ନଣନ୍ଦ ପୁଟୁଳି ଖୋଲିଲେ Sonali, ଦେଖାଇଲେ କ’ଣ ସବୁ ଆଣିଛନ୍ତି ନିଜ ନଣନ୍ଦଙ୍କ ପାଇଁ…ଦେଖନ୍ତୁ

ବନ୍ଧୁଗଣ, ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି କମେଡିଆନ ରାଜୁ ଦାସ ଙ୍କ ବିବାହ ସୋନାଲି ଙ୍କ ସହିତ ହୋଇ ସାରିଛି । ବିବାହ ପରେ ନିଜ ଶାଶୁ ଘରକୁ ସୋନାଲି ଅନେକ ସ୍ଵପ୍ନ ନେଇ ଯାଇଛନ୍ତି । ତେବେ କିଭଳି ନିଜ ଶାଶୁଘରେ ନଣନ୍ଦ ପୁଟୁଳି କୁ ଖୋଲିଛନ୍ତି ସୋନାଲି ଆସନ୍ତୁ ଜାଣିନେବା । ସୋନାଲି କହିଛନ୍ତି ଯେ ରାଜୁ କିଛି ଡିମାଣ୍ଡ କରି ନାହାଁନ୍ତି । ନଣନ୍ଦ ମାନଙ୍କ ପାଇଁ ସେ ବହୁତ କିଛି ନେଇ ଆସିଛନ୍ତି ।

ବୋହୂ ଏଣ୍ଟ୍ରି କରିଲେ ନଣନ୍ଦ ମାନେ ଘର ଭିତରକୁ ଛାଡିବେ ତାହା ନିୟମ ରହିଅଛି । ସେହିଭଳି ସୋନାଲି ଙ୍କୁ ମଧ୍ୟ ଘର ବାହାରେ ଗେଟ ପାଖରେ ଜଗିଥିଲେ । ଆଗ ଆଟାଜି ଧରିଥିଲେ ସୋନାଲି ତାହାକୁ ନେଇ ଘରକୁ ଆସିଥିଲେ । ସୋନାଲି ଆଟାଜି ଭିତରେ ଭଲ ଭଲ ଜିନିଷ ସବୁ ଆଣିଥିଲେ । ନଣନ୍ଦ ପୁଟୁଳି ଆସିବ ମାନେ ଯାହା ହେଲେ ସୁନା ର ଡିମାଣ୍ଡ ରହିଥିବ । ତେବେ ସୋନାଲି ନିଜ ନଣନ୍ଦ ଙ୍କ ପାଇଁ ଏକ ସୁନା ର ମୁଦି ଆଣିଥିଲେ ।

ଏହା ସହିତ କସମେଟିକ ଜିନିଷ ମଧ୍ୟ ଆଣିଥିଲେ । ଯେମିତିକି ପର୍ସ, ଶାଢୀ, ମେହେନ୍ଦି, ଚୁଡି, କାନର, ବିଭିନ୍ନ ପ୍ରକାର ମେକଅପ ଜିନିଷ ଇତ୍ୟାଦି । ତେବେ ଏହିଭଳି ନଣନ୍ଦ ପୁଟୁଳି ସୋନାଲି ନେଇ ଆସିଥିଲେ । କମେଡିଆନ ସାହୁବାବୁ ଅର୍ଥାତ ରାଜୁ ନିଜ ଧର୍ମପତ୍ନୀ ସୋନାଲି ଙ୍କୁ ପାଇ ବେସ ଖୁସି ଅଛନ୍ତି । ଏବଂ ସେ କହିଥିଲେ ଯେ ସେ ଯେଉଁଭଳି ଜୀବନ ସାଥି ଖୋଜୁଥିଲେ ସେହିଭଳି ଜୀବନସାଥି ମଧ୍ୟ ପାଇଲେ ।

ପ୍ରସ୍ତାବ ପଡିବା ପରେ ରାଜୁ ସୋନାଲି ଙ୍କୁ ଦେଖିବାକୁ ଭୁବନେଶ୍ଵରରୁ କେନ୍ଦୁଝର କୁ ଯାଇଥିଲେ । ସେଠାରେ ଯାଇ ସୋନାଲି ଙ୍କୁ ଦେଖିବା ସହିତ ତାଙ୍କ ବ୍ୟବହାର ତଥା କଥାବାର୍ତ୍ତା ରାଜୁ ଙ୍କୁ ବେସ ପ୍ରଭାବିତ କରିଥିଲା । ଏଣୁ ପରସ୍ପର କୁ ଅଧିକ ଜାଣିବା ନିମନ୍ତେ ଫୋନ ମାଧ୍ୟମରେ କଥାବାର୍ତ୍ତା ହେଲେ । ଏହାପରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଲେ ।

ରାଜୁ ଏହା ମଧ୍ୟ କହିଥିଲେ ଯେ ଝିଅଟିଏ ବାପ ଘରୁ ଶାଶୁ ଘରକୁ ଅନେକ ସ୍ଵପ୍ନ ନେଇ ଆସିଥାଏ । ଶାଶୁଘର କୁ ନିଜର ଭାବି ଚାଲିବା ସହିତ ସମସ୍ତ ଭଲ ମନ୍ଦ କଥା ବୁଝିବା ତାଙ୍କର କର୍ତ୍ତବ୍ୟ । ଏବଂ ଏହା ସବୁ ସୋନାଲି ବେସ ଭଲ ଭାବରେ ତୁଲାଇ ପାରିବେ ବୋଲି ରାଜୁ ଙ୍କ ଆଶା । ତେବେ ଆମ୍ଭ ତରଫରୁ ରାଜୁ ଏବଂ ସୋନାଲି ଙ୍କୁ ଶୁଭକାମନା, ଉଭୟଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *