ଓଡିଶାର ଫେମସ ଅଭିନେତ୍ରୀ ସୋଫିଆ ଆଲାମଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଓଲିଉଡ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ସୋସିଆଲ ମିଡିଆରେ ଏହି ଓଲିଉଡ ଷ୍ଟାର ମାନେ କୌଣସି ନା କୌଣସି କାରଣ ବଶତଃ ସବୁବେଳେ ଚର୍ଚାରେ ରହିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର ଏକ ଫେମସ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଏହି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ସୋଫିଆ ଆଲାମ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋଫିଆ ଆଲାମଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ହେଲେ ଆପଣ ମାନେ କଣ ତାଙ୍କର ଜୀବନି ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସୋଫିଆଙ୍କ ଜୀବନ ସହ ଜଡିତ ବହୁତ କିଛି କଥା ବିଷୟରେ କହିବାକୁ ଯାଉଛୁ,ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ସୋଫିଆ ଏପ୍ରିଲ ୩୦ରେ ରାଜଧାନୀ ଭୁବନେଶ୍ବରରେ ଜନ୍ମ ଗ୍ରହଣ କରିଥିଲେ । ସୋଫିଆଙ୍କର ପିତାଙ୍କ ନାମ ହେଉଛି ସିକନ୍ଦର ଆଲାମ ଯିଏ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି । ବନ୍ଧୁଗଣ ସିକନ୍ଦର ଆଲାମ ଥିଲେ ଓଡିଶାର ଜଣେ ପ୍ରସିଦ୍ଧ ଗୀତିକାର । ସେ ୮ ଅଗଷ୍ଟ ୨୦୧୦ ମସିହାରେ ମୃତ୍ୟୁବରଣ କରିଥିଲେ । ସୋଫିଆଙ୍କ ମା’ଙ୍କ ନାମ ହେଉଛି ନାଇମା ଆଲାମ ଓ ସୋଫିଆଙ୍କ ଭଉଣୀଙ୍କ ନାମ ହେଉଛି ନାଜିଆ ଆଲାମ ।


ନାଜିଆ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ସିଙ୍ଗର । ସୋଫିଆ ଡିଡି ଓଡିଆର ପ୍ରସାରିତ ଧାରାବାହିକ ‘ବିଧାତାର ଖେଳ’ରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦୁହିତା, ମହାଯଜ୍ଞ, ଭାଗ୍ୟ ବିଧାତା, ଗାୟତ୍ରୀ ଓ ସଂସ୍କାର ଭଳି ସିରିଏଲରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ସୋଫିଆଙ୍କୁ ସବୁଠାରୁ ଅଧିକ ବିରିଆନୀ ବନେଇବାକୁ ଓ ଖାଇବାକୁ ଭଲ ଲାଗିଥାଏ । ଏହା ସହିତ ଅବଢା ପ୍ରସାଦ ଖାଇବାକୁ ମଧ୍ୟ ସୋଫିଆଙ୍କୁ ବହୁତ ଭଲ ଲାଗିଥାଏ । ବନ୍ଧୁଗଣ ୨୦୦୯ ମସିହାରେ ସୋଫିଆ ଓଡିଆ ଫିଲ୍ମ ‘ଡ୍ରିମ ଗାର୍ଲ’ରୁ ନିଜ ଓଲିଉଡ କାରିୟରର ଆରମ୍ଭ କରିଥିଲେ । ଏହା ସହିତ ସେ ବହୁତ ଫିଲ୍ମ ଓ ଧାରାବାହିକରେ କାମ କରିସାରିଛନ୍ତି । ବନ୍ଧୁଗଣ ସୋଫିଆ ଏହି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।


ସେ ନିଜ ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ମନକୁ ଜିତି ପାରିଛନ୍ତି । କେବଳ ଏତିକି ନୁହେଁ ସୋଫିଆ ନିଜ ଅଭିନୟ ପାଇଁ କେତେକ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ସୋଫିଆଙ୍କର ଗୋଟେ ଝିଅ ଅଛି ଏବଂ ସେ ବର୍ତ୍ତମାନ ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *