Smrutisandhya ଙ୍କ ହାତ ମୁଠାରେ କାହାର ଏ ଲମ୍ବା ଚୁଟି ? ଫରେନ୍ସିକ୍ ଟିମ୍ କୁ ମିଳିଲା ସାଂଘାତିକ ତଥ୍ୟ !

ବନ୍ଧୁଗଣ ଏବେ ଓଡିଶାରେ ମାହଙ୍ଗା ହତୟଆକାଣ୍ଡ ଘଟଣାଟି ବହୁତ ଚର୍ଚ୍ଚାରେ ଅଛି । ସମ୍ପତ୍ତି ପାଇଁ ରକ୍ତର ହୋଲି ଖେଳିଛି ସାନ ଭାଇ । ସାନ ଭାଇ ଶିବ ସାହୁ ବଡ ଭାଇର ପରିବାରକୁ କଟୁରିରେ ହାଣି ନିପାତ କରିଦେଇଛି । ବନ୍ଧୁଗଣ ଗତ ମଙ୍ଗଳବାର ଘଟିଥିଲା ଏହି ହତୟଆକାଣ୍ଡ । ଶୈତାନ ସାଜି ବଡ ଭାଇ, ଭାଉଜ, ଜଣେ ଝିଆରୀ ଓ ଦୁଇଟି ପୁତୁରାଙ୍କୁ ହତୟଆ କରିଥିଲା ସାନ ଭାଇ ଶିବ ।


ତେବେ ହତୟଆକାଣ୍ଡ ପରେ ବାଲିଚନ୍ଦ୍ର ପୁର ଥାନାରେ ଶିବ ଆତ୍ମସମର୍ପଣ କରିଥିଲା । ହତୟଆକାଣ୍ଡ କରିବା ପରେ ଶିବ ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ସେହି ଭିଡିଓରେ ସେ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି । ବନ୍ଧୁଗଣ ଏହି ଘଟଣାକୁ ନେଇ ଶିବ ସାହୁଙ୍କ ପତ୍ନୀ ମଧ୍ୟ ନିଜର ବୟାନ ଦେଇ ସାରିଛନ୍ତି । ତେବେ ବନ୍ଧୁଗଣ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଶିବଙ୍କୁ ପୋଲିସ ରିମାଣ୍ଡରେ ନେଇଛି ଓ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି ।

ମୃତ ସ୍ମୃତି ସନ୍ଧ୍ୟାଙ୍କ ହାତରେ ମହିଳାଙ୍କ ଲମ୍ବା ଚୁଟି ମିଳିଥିଲା । ତେବେ ଫରେନ୍ସିକ ଟିମ ଏହି ଚୁଟିକୁ ଜବତ କରି ପରୀକ୍ଷା ପାଇଁ ନେବା ପରେ ଏଭଳି କିଛି ଆଶଙ୍କା ବଢିବାରେ ଲାଗିଛି । ହତୟଆକାଣ୍ଡରେ କୌଣସି ମହିଳାଙ୍କ ସମ୍ପୃକ୍ତି ନାହିଁ ତ ଏହି ଲମ୍ବା ଚୁଟି କାହାର ତାକୁ ନେଇ ଆଶଙ୍କା ଆକଳନ ମଧ୍ୟ ଆରମ୍ଭ ହୋଇଯାଇଛି । ଏମିତି ଲାଗୁଛି ଯେ, ଏହି ବର୍ବର ହତୟଆକାଣ୍ଡ ମାମଲାରେ ଜଣେ ନୁହେଁ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ।

ତେବେ ସବୁଠାରୁ ବଡ କଥା ହେଉଛି ମୃତ ମହିଳାଙ୍କ ହାତରୁ ଯେଉଁ ଚୁଟି ଜବତ ହେବା କଥା କୁହାଯାଉଛି ସେ ଚୁଟି ମହିଳାଙ୍କର କି ଅନ୍ୟ କାହାର ତାହା ଫରେନ୍ସିକ ଟିମର ପରୀକ୍ଷା ପରେ ଜଣା ପଡିବ ।ଅନ୍ୟ ପଟରେ ମୃତ ରଶ୍ମୀ ରେଖାଙ୍କ ମା ରିନା ପୃଷ୍ଟି ମାହାଙ୍ଗା ଥାନାରେ କରିଥିବା ଅଭିଯୋଗ ଅନୁସାରେ ଏ ଘଟଣାରେ ଜଣେ ନୁହେଁ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବାର ସନ୍ଦେହ ହେଉଛି । ତେଣୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

ସବୁଠାରୁ ବଡ ପ୍ରଶ୍ନ ହେଉଛି କଣ ଜଣେ ବ୍ୟକ୍ତି ଏକୁଟିଆ ପାଞ୍ଚ ଜଣଙ୍କର ବର୍ବର ରୂପେ ହତୟଆ କରିପାରେ । ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ରହସ୍ୟମୟ ହୋଇ ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *