ଧୋଇଗଲା ‘ସ୍ମାର୍ଟ’ ପାଉଡ଼ର ଦେଖାଗଲା ଅସଲ ‘ଚେହେରା’, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ମାର୍ଟସିଟି ଭୁବନେଶ୍ଵରର ମେୟର ବଦଳିଲେ, ବିଏମସି ର ଅଧିକାରୀ ବଦଳିଲେ, ପୂର୍ବତ୍ତନ ମେୟର ବିଧାୟକ ହୋଇ ୩ ବର୍ଷ ସାରିଲେଣି । ୨୨ ବର୍ଷ ରୁ ଉର୍ଦ୍ଧ ଶାସନ କରି ଆଶୁଛି ବିଜେଡି । ଏହା ସହିତ ଏହି ବାଟ ଦେଇ ଯିବା ଆସିବା କରନ୍ତି ବିଧାୟକ ମନ୍ତ୍ରୀ । ଆଉ ପ୍ରତିବର୍ଷ ଖବର କରିଥାଉ । ତେବେ ଏହିସବୁ ନୀତିଦିନିଆ ବ୍ୟାପାର ହେବାରେ ଲାଗିଛି । କିନ୍ତୁ ଚିତ୍ର ପୂର୍ବରୁ ଯାହା ଥିଲା ବର୍ତ୍ତମାନ ମଧ୍ୟ ତାହା ଅଛି । କେବଳ ବଦଳିଛି ଯଦି ଚେହେରା ଏବଂ ଚୌକି ର ରଙ୍ଗ ।

ଆପଣ ଏହାକୁ ଜାଣିଲେ ସରକାର ଙ୍କ ଉପରେ ନିଶ୍ଚିତ ପ୍ରଶ୍ନ ଉଠାଇବେ ଯେ ସାମାନ୍ୟ ସମସ୍ୟାର ମଧ୍ୟ ସମାଧାନ କରି ପାରୁ ନାହାଁନ୍ତି ? ତେବେ ଏହି ସଂପୂର୍ଣ୍ଣ ଘଟଣାଟି ହେଉଛି ଭୁବନେଶ୍ଵର ଈସ୍କନ ମନ୍ଦିର ସାମ୍ନାର । ଏହି ମନ୍ଦିର ସାମ୍ନା ର ରୋଡ ଯାହା ଥିଲା ଏବେ ମଧ୍ୟ ତାହା ଅଛି । ବଦଳିଛି ତ କେବଳ ପ୍ରତିଶ୍ରୁତି ର ଢଙ୍ଗ ଆଉ ନେତା ଙ୍କ ରଙ୍ଗ ।

ଏହି କିଛି ଦିନ ପୂର୍ବରୁ ସରିଛି ନିର୍ବାଚନ ନୂଆ ମେୟର ଏବେ ନୂଆ ମେୟର ଏବେ ରାଜଧାନୀ ଭୁବନେଶ୍ଵର ଦାଇତ୍ଵରେ ମାତ୍ର ସୁଧୁରୀ ପାରିନାହିଁ ଇସ୍କନ ସାମ୍ନା ର ସମସ୍ୟା । ଅସରାଏ ବର୍ଷା ହେଲେ ଇସ୍କନ ସାମ୍ନା ରେ ଆଣ୍ଠୁଏ ପାଣି । ଫଳରେ ଯିବା ଆସିବାରେ ବାଧା ସୃଷ୍ଟି ହୋଇଥାଏ । ଏହାକୁ ନେଇ ଅନେକ ସମୟରେ ବିଏମସି ବାଲା ସମୀକ୍ଷା କରିଛନ୍ତି ମାତ୍ର ସୁଧୁରୀ ପାରିନାହିଁ ଅବସ୍ଥା ।

ତେବେ ଏହା କେବଳ ଚଳିତ ବର୍ଷ ର କଥା ନୁହେଁ, ପ୍ରତିବର୍ଷ ର ଏହା ହେଉଅଛି ସମାନ ଧରଣର କଥା । ରାଜଧାନୀ ର ଦେହରେ ଲାଗିଥିବା ସ୍ମାର୍ଟ ପାଉଡର ବର୍ଷା ହେଲେ ଧୋଇହୋଇଯାଏ । ଆଉ ଜଳ ଜଳ କରି ଦେଖିବାକୁ ମିଳେ ଏହିଭଳି ଦୃଶ୍ୟ । ଜଣାପଡୁଛି କେତେ ସୁଦୃଢ ହୋଇଛି ଭିତ୍ତିଭୂମି ତଥା କେତେ ସୁନ୍ଦର ହୋଇଛି ଭୁବନେଶ୍ଵର ।

ସାମାନ୍ୟ ଡ୍ରେନ ସମସ୍ୟା କୁ ଦୂର କରି ପାରୁନାହିଁ ଏତେ ବଡ ସରକାର । ତାହା ପୁଣି ରାଜଧାନୀରେ ତେବେ ଚିନ୍ତା କରନ୍ତୁ ବର୍ଷା ଦିନରେ ଗ୍ରାମାଞ୍ଚଳ ର କ’ଣ ଅବସ୍ଥା ହେଉଥିବ ? ତେବେ ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *