ବନ୍ଧୁଗଣ ନମସ୍କାର, ତେବେ ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ଏହି ନାରା କୁ ସଫଳ କରିବା ନିମନ୍ତେ ସରକାର ଅନେକ ପ୍ରୟାସ କରୁଛନ୍ତି । ପିଲାମାନେ କିପରି ସୁବିଧା ରେ ପାଠ ପଢ଼ି ଆଗକୁ ଯିବେ ସେଥିପାଇଁ ସ୍କୁଲ ମାନଙ୍କ ରେ ଯଥେଷ୍ଟ ସଂଖ୍ୟା ରେ ଶିକ୍ଷକ ମାନଙ୍କ ସହିତ ସବୁ ଶିକ୍ଷା ଏବଂ ଉପକରଣ ମଧ୍ୟ ଯୋଗାଇ ଦିଆ ଯାଉଛି । ଅଧିକାଂଶ ଭାବରେ ଦେଖିବାକୁ ଗଲେ ଆଦିବାସୀ ଅଧିକ୍ଷୁତ ଉପାନ୍ତ ଅଞ୍ଚଳ ର ଗରିବ ପିଲା ମାନଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି ।
ପ୍ରତ୍ୟେକ ଗ୍ରାମାଞ୍ଚଳର ଶିଶୁ ଟି ଶିକ୍ଷା ରୁ ବଞ୍ଚିତ ନହେବା ପାଇଁ ସରକାର ଗ୍ରାମ ମାନଙ୍କ ରେ ସ୍କୁଲ ମଧ୍ୟ ନିର୍ମାଣ କରୁଛନ୍ତି । ସେମାନଙ୍କ ନିମନ୍ତେ ଖାଦ୍ୟ, ପୋଷାକ ଏପରିକି ବୃତ୍ତି ର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । କିନ୍ତୁ ଏହି ଯୋଜନା ଗୁଡ଼ିକ ଉଚିତ ସ୍ଥାନକୁ ପହଞ୍ଚି କାର୍ଯ୍ୟକାରୀ ହେବା ପ୍ରତି ବଦଳରେ ଓଲଟା ପ୍ରଭାବ ପଡ଼ୁ ଥିବାର ଉଦାହରଣ ଅନେକ ସମୟରେ ଦେଖିବାକୁ ମିଳିଛି ।
ଶିକ୍ଷା ର ପୂଜାରୀ ଶିକ୍ଷକ ଯଦି ମଦ ନିଶା ରେ ଛାତ୍ରଛାତ୍ରୀ ଙ୍କ ଗହଣ ରେ ପାଠ ନପଢ଼ାଇ ଶୋଇ ରହିବେ ତେବେ ଆଜି ର ଶିଶୁ କାଲି ର ଭବିଷ୍ୟତ କିପରି ହେବ ? ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସାରସକଣା ବ୍ଲକ ରେ । ଏଠାରେ ସବୁଦିନ ସରକାରୀ ସ୍କୁଲ ରେ ଚାଲିଥିବା ମନଇଚ୍ଛା କାର୍ଯ୍ୟ ଏବଂ ବିଶୃଙ୍ଖଳା ପାଠପଢ଼ା ର ନଗ୍ନ ଚିତ୍ର ବଢ଼ିବାରେ ଲାଗିଛି ।
ଶିକ୍ଷକ ଚିତ୍ତରଂଜନ ମହାନ୍ତ ନିଘୋଡ଼ ନିଶା ରେ ଶୋଇ ପଡ଼ିଥିଲେ । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାକୁ ଲାଗିଛି । ବିଦ୍ୟାଳୟ ର ଚେୟାରମ୍ୟାନ ସ୍ୱୟଂ ଦେଖିଥିଲେ ଯେ, ଶିକ୍ଷକ ନିଶାଗ୍ରସ୍ତ ଅବସ୍ଥାରେ ପିଲା ଙ୍କ ଗହଣ ରେ ସୋଇଛନ୍ତି ।
ଏହା ପୂର୍ବରୁ ପିଲା ମାନଙ୍କ ଅଭିଭାବକ ମାନେ ମଧ୍ୟ ଯେତେବେଳେ ସ୍କୁଲ କୁ ନିଜ ପିଲା ର ଭଲମନ୍ଦ ବୁଝିବାକୁ ଯାଇଥିଲେ ସେତେବେଳେ ଶିକ୍ଷକ ଜଣକ ସ୍କୁଲ କୁ ଆସି ନାହାନ୍ତି ବୋଲି ଜାଣିବାକୁ ପାଇଥିଲେ । ଯଦି ଶିକ୍ଷକ ହିଁ ନିଶାଗ୍ରସ୍ତ ଅବସ୍ଥାରେ ପିଲା ମାନଙ୍କ ପାଖକୁ ଆସିବେ ତେବେ ପିଲା ମାନେ ସେଥିରୁ କଣ ଶିକ୍ଷା ପାଇବେ ଏହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ ।
ଏହା ନିଶ୍ଚିତ ଭାବରେ ଏକ ଲଜ୍ଜା ଜଣକ ଘଟଣା । ଏଭଳି ଶିକ୍ଷକ ପିଲା ମାନଙ୍କ ଭବିଷ୍ୟତ ର ମୂଲ୍ୟ ବୁଝନ୍ତି ନାହିଁ । ଏଭଳି ଶିକ୍ଷକ ମାନେ ଶିକ୍ଷା ଜଗତ ପାଇଁ ଜଣେ ଜଣେ କଳଙ୍କ ଅଟନ୍ତି ।
ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।