ଅଜୟ ଦେବଗନଙ୍କ ଫିଲ୍ମ ସିଙ୍ଘମର ହିରୋଇନ କାଜଲ ଅଗ୍ରୱାଲଙ୍କ ରିୟଲ ଲାଇଫ ଭଉଣୀ ଦେଖିବାକୁ କାଜୋଲଙ୍କ ଠାରୁ ବି ଅଧିକ ସୁନ୍ଦର

 

ବଲିଉଡର ସିଙ୍ଘମ ଅଭିନେତା ଅଜୟ ଦେବଗନ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଯେଉଁ ସବୁ ଫିଲ୍ମରେ ଅଭିନୟ କରିଛନ୍ତି ସେହି ସମସ୍ତ ଫିଲ୍ମ ସୁପରହିଟ ହୋଇଛି । ୨୦୧୧ରେ ସିଙ୍ଘମ ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଅଜୟଙ୍କ ସହ କାଜଲ ଅଗ୍ରୱାଲ ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିଥିଲେ । ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା । କାଜଲ ଅଗ୍ରୱାଲଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ।

ବନ୍ଧୁଗଣ ଆପଣ ମାନେ କାଜଲ ଅଗ୍ରୱାଲଙ୍କୁ ତ ଜାଣିଛନ୍ତି, ହେଲେ କଣ ଆପଣ ତାଙ୍କ ରିୟଲ ଭଉଣୀଙ୍କ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତାଙ୍କ ରିୟଲ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହା ବିଷୟରେ ।

କାଜଲ ଅଗ୍ରୱାଲଙ୍କ ଜନ୍ମ ୧୯ ଜୁନ ୧୯୮୫ ମସିହାରେ ମୁମ୍ବାଇରେ ହୋଇଥିଲା । କାଜଲ ମୁମ୍ବାଇରେ ନିଜ ଏଜୁକେସନ ଶେଷ କରିଛନ୍ତି । କାଜଲଙ୍କୁ ପିଲା ବେଳରୁ ଅଭିନୟ କରିବା ପାଇଁ ଇଛା ଥିଲା । ସେ ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ୨୦୦୪ରେ ଆସିଥିବା ଏକ ହିନ୍ଦୀ ଫିଲ୍ମରୁ ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ କାଜଲଙ୍କୁ ତେଲୁଗୁ ଫିଲ୍ମ ରେ କାମ କରିବା ପାଇଁ ଅଫର ମିଳିଥିଲା ।

ଏହାପରେ ୨୦୦୯ରେ ଆସିଥିବା ତେଲୁଗୁ ଫିଲ୍ମ ‘ମଗଧୀରା’ ରେ ସେ ମୁଖ୍ୟ ଅଭିନେତ୍ରୀର ଭୂମିକା କରିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମଟି ସୁପରହିଟ ମଧ୍ୟ ହୋଇଥିଲା । ଏହା ପରେ କାଜଲ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରିଥିଲେ । ବହୁତ କମ ସମୟରେ କାଜଲ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି କିଛି ମାସ ପରେ କାଜଲ ତେଲୁଗୁ ଫିଲ୍ମ ‘ପାରିସ ପାରିସ’ରେ ନଜର ଆସିବାକୁ ଯାଉଛନ୍ତି ।

ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ସେ ନିଜ ପରିବାର ସହ ବହୁତ ଖୁସିରେ ରହୁଛନ୍ତି । କାଜଲଙ୍କ ରିୟଲ ଭଉଣୀଙ୍କ ନାମ ହେଉଛି ନିଶା ଅଗ୍ରୱାଲ । ନିଶାଙ୍କ ଜନ୍ମ ୧୮ ଅକ୍ଟୋବର ୧୯୮୯ ମସିହାରେ ହୋଇଥିଲା । ନିଶା ପ୍ରଫେସନରୁ ଜଣେ ଅଭିନେତ୍ରୀ ରୂପେ ପରିଚିତ । ନିଶା ତେଲୁଗୁ, ତାମିଲ ଓ ମାଲାୟଲମ ଆଦି ଫିଲ୍ମରେ କାମ କରିଛନ୍ତି । ନିଶା ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ୨୦୧୦ରେ କରିଥିଲେ । ଏହା ପରେ ନିଶା ବହୁତ ସାଉଥ ଫିଲ୍ମରେ ଅଭିନୟ କରିଥିଲେ । ଏହା ପରେ ନିଶା ୨୦୧୩ରେ ବିଜନେସ ମ୍ୟାନ କରନ ବଲେଇଜାଙ୍କ ସହ ବିବାହ କରିଥିଲେ ।

କରନଙ୍କ ସହ ପ୍ରେମ ବିବାହ କରି ନିଶା ବହୁତ ଖୁସିରେ ରହୁଛନ୍ତି । ଏହା ପରେ ତାଙ୍କର ଏକ ପୁଅ ମଧ୍ୟ ଜନ୍ମ ହୋଇଥିଲା । ତାଙ୍କ ପୁଅର ନାମ ହେଉଛି ଇଶାନ ବଲେଇଜା । ନିଶା ଅଗ୍ରୱାଲ ନିଜ ଭଉଣୀଙ୍କ ପରି ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ନିଶା ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କୁ ମଧ୍ୟ ସୁନ୍ଦରତାରେ ଟକର ଦିଅନ୍ତି । ବନ୍ଧୁଗଣ ଇଏ ଥିଲେ କାଜଲ ଅଗ୍ରୱାଲଙ୍କ ଭଉଣୀ ନିଶା ଅଗ୍ରୱାଲ ।

ଆପଣଙ୍କୁ ସେ କିପରି ଲାଗିଲେ କମେଣ୍ଟ ରେ ଜଣାନ୍ତୁ ଓ ଫିଲ୍ମ ଦୁନିଆର ସବୁ ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *