Puri ସିଂହଦ୍ଵାରରୁ ଡେଇଁଲେ କିନ୍ନର, କାମ ଦେଲାନି ମକ୍ ଡ୍ରିଲ (Mock Drill), ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଶ୍ରୀମନ୍ଦିର ଇତିହାସରେ ଘଟିଲା ପ୍ରଥମ ଅଘଟଣ । ଜଣେ କିନ୍ନର ସିଂହଦ୍ଵାର ଗୁମୁଟରୁ ଡେଇଁ ପଡି ଆତ୍ମହତ୍ୟା କଲେ । ଆତ୍ମହତ୍ୟା କରିଥିବା କିନ୍ନର ଜଣକ ହେଉଛନ୍ତି  ପୁରୀ ସଦରଥାନା ଅନ୍ତର୍ଗତ ନୁଆପାଟଣାର ଗଡଇଟା ପୋଖରୀର ବଳରାମ ରାଉତ । ସମୟ ଅପରାହ୍ନ ୨.୫୦ । ହଠାତ୍ ଗୁମୁଟ ଉପରୁ ଜଣେ କିନ୍ନର ଡେଇଁ ପଡିଲେ । ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ।

ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆତ୍ମହତ୍ୟା କରିଥିବା କିନ୍ନର ଜଣକ ଆନନ୍ଦବଜାର ଦେଇ ସିଂହଦ୍ଵାର ଗୁମୁଟ ପାଖକୁ ଆସି ସେଠାରୁ ଡେଇଁ ପଡିଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଥିବା ବେଳେ ପ୍ରତକ୍ଷଦର୍ଶୀ କହିଛନ୍ତି ସିଂହଦ୍ଵାର ଗୁମୁଟରେ ବିରାଜମାନ ମା ମହାଲକ୍ଷ୍ମୀଙ୍କ ପାଦ ସ୍ପର୍ଶ କରି କିନ୍ନର ଜଣକ ଡେଇଁ ମୃତ୍ୟୁବରଣ କଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଉକ୍ତ କିନ୍ନର ଜଣକ ଆନନ୍ଦବଜାର ଦେଇ ସିଂହଦ୍ଵାର ଗୁମୁଟ ପର୍ଯ୍ୟନ୍ତ ଗଲେ ତେବେ ସୁରକ୍ଷାକର୍ମୀ ଜାଣି ପାରିଲେନି କେମିତି ?

ଶ୍ରୀମନ୍ଦିର ତ୍ରୀସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଥିବାବେଳେ କିନ୍ନରଙ୍କ ଏଭଳି ଆତ୍ମହତ୍ୟା କରିବା ଘଟଣାରେ ସୁରକ୍ଷା ବ୍ୟବସ୍ଥା ଢିଲା ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଆଗାମୀ ଦିନରେ ଏଭଳି ଘଟଣାର କିଭଳି ପୁନରାବୃତ୍ତି ନହୁଏ ସେନେଇ ଧ୍ୟାନ ଦିଆଯିବ କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ତେବେ ସେପଟେ ଏଭଳି ଅଭାବନୀୟ ଘଟଣା ଘଟିବା ପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ ।

ତେବେ କାହିଁକି କିନ୍ନର ବଳରାମ ରାଉତ ଏଭଳି ଚରମ ପଦକ୍ଷେପ ନେଲେ ତାହା ଏବେବି ରହସ୍ୟ ଘେରରେ ଅଛି । ସେପଟେ ଘଟଣା ସ୍ଥଳରେ କିନ୍ନରଙ୍କ ରକ୍ତଛିଟା ପଡିଥିବାରୁ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ଦ୍ୱାରା ଚୂନପାଣି ପକାଇ ସଫା କରା ଯାଇଛି । ସିଂହଦ୍ଵାର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ଓ  ଶବ ବ୍ୟବଚ୍ଛେଦ ପାଇଁ କିନ୍ନରଙ୍କ ମୃତ ଶରୀରକୁ ପୋଷ୍ଟମଟମ୍ ଗୃହକୁ ପଠା ଯାଇଥିବା ଟାଉନଥାନା ଆଇଆଇସି କହିଛନ୍ତି ।

ତେବେ ସେ ପ୍ରାୟ ୨ ଦିନ ହେବ ଏଠାରେ ବୁଲାବୁଲି କରୁଥିଲେ । କେହିକେହି ତାଙ୍କୁ ମାନସିକ ଭାରସାମ୍ୟ ହରାଇଥିବା ବୋଲି ମଧ୍ୟ କହୁଛନ୍ତି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସେ ଆନନ୍ଦ ବଜାରକୁ ଲାଗିଥିବା ମେଘନାଦ ପାଚେରି କଡେ କଡେ ଆସି ସିଂହଦ୍ୱାର ଗୁମୁଟ ଉପରକୁ ଚଢ଼ିଥିଲେ । ସେମାନେ ତାଙ୍କୁ ରୁହରୁହ ବୋଲି ଡାକ ପକାଇଥିଲେ । ଏହି ସମୟରେ ସେ ତଳକୁ ଡେଇଁ ପଡ଼ିଥିଲେ ।

ତେବେ ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ଗୋଡ଼ ଖସିଲା କିମ୍ବା ପିନ୍ଧିଥିବା ଶାଢ଼ିରେ ଛନ୍ଦି ହୋଇ ତଳକୁ ଖସି ପଡ଼ିଲେ ତାହା ସ୍ପଷ୍ଟ ଜଣାପଡ଼ି ନ ଥିଲା । କିନ୍ତୁ ଏହା ଆତ୍ମହତ୍ୟା ଭଳି ପ୍ରତିୟମାନ ହେଉଥିବା ଦେଖେଣାହାରି କହିଛନ୍ତି । ତେଣେ ପ୍ରକୃତ ଘଟଣାକୁ ଜାଣିବାକୁ ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତାଙ୍କ ପାଖରୁ ମିଳିଥିବା ପର୍ସରୁ ଏକ ଆଧାରକାର୍ଡ ବାହାରିଥିଲା । ଯେଉଁଥିରୁ ତାଙ୍କ ପରିଚୟ ମିଳିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *