ଦେଖନ୍ତୁ Bollywood ସିଙ୍ଗର KK ଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ, ନଜର ଆସିଲା କିଛି ଏମିତି…ବିଶ୍ଵାସ କରି ହେବନି…ଆପଣ ବି ଦେଖନ୍ତୁ ଏହି Video

ବନ୍ଧୁଗଣ, ବଲିଉଡ ଗାୟକ KK ସମସ୍ତଙ୍କର ପ୍ରିୟ ଅଟନ୍ତି । ତାଙ୍କର ଅକାଳନୀୟ ପରଲୋକ ଦ୍ଵାରା ଅନେକ ଫ୍ୟାନ୍ସ ତଥା ସଂପୂର୍ଣ୍ଣ ସଙ୍ଗୀତ ଜଗତରେ ଶୋକ ର ଛାୟା ଖେଳି ଯାଇଅଛି । ୧୯୭୦ ମସିହା ଅଗଷ୍ଟ ୨୩ ତାରିଖରେ KK ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ୫୩ ବର୍ଷ ବୟସ ହୋଇଥିବା ବେଳେ ସେ ସବୁଦିନ ଲାଗି ଆଖି ବୁଝିନେଇଛନ୍ତି । ମାତ୍ର ଏହି ଖବର ବର୍ତ୍ତମାନ ଫ୍ୟାନ୍ସ ମାନଙ୍କ ହୃଦୟରେ ଆଘାତ ଦେଇଛି । ସୋ-ସି-ଆ-ଲ ମି-ଡି-ଆ ରେ ତାଙ୍କ ଫ୍ୟାନ୍ସ ମାନେ ମର୍ମାହତ ହୋଇ KK ଙ୍କ ଭି-ଡି-ଓ ତଥା ଫଟୋ ପୋଷ୍ଟ କରିବାରେ ଲାଗିଛନ୍ତି ।

କଲିକତା କୁ କେକେ ଏକ କନସର୍ଟ ରେ ଯାଇଥିଲେ ସେଦିନ ଗୀତ ଗାଇ ଫ୍ୟାନ୍ସ ମାନଙ୍କ ମନ ମୋହୀ ନେଇଥିଲେ, ” ତୁହି ମେରି ସବ ହେ ଶୁଭା ହେ” , “ଲବୋ କୋ ଲବୋ ମେ ସଯାଦୋ” ଭଳି ରୋମାଣ୍ଟିକ ଗୀତ ର ତାଳେ ତଳେ ଦର୍ଶକେ ଝୁମୀ ଉଠିଥିଲେ । ଫ୍ୟାନ୍ସ ମାନେ ମଧ୍ୟ KK ଙ୍କ ସହିତ ଗାଉଥିବାର ନଜର ଆସିଛନ୍ତି । ତେବେ ହିନ୍ଦୀ, ମରାଠୀ, କନ୍ନଡ, ଗୁଜୁରାତି, ମାଳୟାଲାମ, ତେଲୁଗୁ ଚଳଚିତ୍ର ରେ ମଧ୍ୟ ନିଜ କଣ୍ଠଦାନ କରି KK ପ୍ରସିଦ୍ଧି ଲାଭ କରିଛନ୍ତି ।

KK ନିଜର ସ୍କୁଲ ଶିକ୍ଷା ଦିଲ୍ଲୀର ମାଉଣ୍ଟ ସେଣ୍ଟ ମେରୀ ସ୍କୁଲ ରେ ସଂପୂର୍ଣ୍ଣ କରିଥିଲେ । ଏବଂ ଗ୍ରାଜୁଏସନ କରୋଡିମଲ କଲେଜ ରୁ ସଂପୂର୍ଣ୍ଣ କରିଥିଲେ । ୧୯୯୯ ରେ ସେ କ୍ରିକେଟ ୱୋର୍ଲ୍ଡ କପ ସମୟରେ ଭାରତୀୟ ଟିମ ର ସମର୍ଥନ ରେ “ଜୋସ ଅଫ ଇଣ୍ଡିଆ” ଗାଇଥିଲେ । ମ୍ୟୁଜିକ ଆଲବମ “ପଲ” ଗାଇ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

ଏହାପରେ ସେ ଗୋଟେ ପରେ ଗୋଟେ ହିନ୍ଦୀ ଚଳଚିତ୍ର ରେ ଗୀତ ଗାଇ ସଫଳତା ହାସିଲ କରିଥିଲେ । ତେବେ କୁହାଯାଉଅଛି ଯେ ତାଙ୍କ ମୃ-ତ୍ୟୁ ହାର୍ଟ ଆଟାକ ପାଇଁ ହୋଇଅଛି । କଲିକତା ର କନସର୍ଟ ରେ ଏକ ଘଣ୍ଟା ଗୀତ ଗାଇବା ପରେ KK ଙ୍କର ଶରୀର ଅସୁସ୍ଥ ହୋଇଯାଇଥିଲା । ଏହାପରେ ତାଙ୍କୁ ସେଠାରୁ ହସ୍ପିଟାଲ କୁ ନିଆଯାଇଥିଲେ । ଭାଇରାଲ ହେଉଥିବା ଏକ ଭିଡିଓ ରେ KK ସ୍ଟେଜ ଉପରେ ଝାଳ ପୋଛୁଥିବା ନଜର ଆସିଥିଲେ ।

ତାଙ୍କୁ ବିଚଳିତ କରିଲା ଭଳି ଅନୁଭବ ହେଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟ ଜନକ ବିଷୟ ହେଉଛି ତାଙ୍କର ଶେଷ ଗୀତ ଥିଲା “ହମ ରହେ ନା ରହେ” । ତେବେ ସତରେ KK ଙ୍କ କଥା ଚିନ୍ତା କରିଲା ବେଳକୁ ଛାତି ଥରି ଉଠୁଛି । କାରଣ KK ଙ୍କ ଭଳି ଗାୟକ ଅନ୍ୟ କେହି ମିଳିବେ ନାହିଁ । ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *