ଶିକ୍ଷକଙ୍କ ପାଇଁ ଖୁସି ଖବର ! ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ଓଡିଶାର ବିଜେଡି ଦଳ ମନ୍ତ୍ରୀ ମଣ୍ଡଳ ଅଦଳବଦଳକୁ ନେଇ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ଅଛି । ମାନ୍ୟବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିଛନ୍ତି । କିଛି ନୂଆ ଚେହେରା ଏବେ ମନ୍ତ୍ରୀ ମଣ୍ଡଳରେ ଦେଖିବାକୁ ମିଳୁଛି । ତେବେ ଆପଣ ମାନେ ସମସ୍ତେ ତ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସମୀର କିଛି ନା କିଛି କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।

ତେବେ ବନ୍ଧୁଗଣ ଏବେ ସମୀର ଏକ ବଡ ଖବର ଦେଇଥିବାରୁ ଚର୍ଚ୍ଚାକୁ ଆସିଛନ୍ତି । ସମୀର ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ନିଶ୍ଚିତ ଭାବରେ ଆପଣ ଦେଖନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁଁ କୃତଜ୍ଞତା ପ୍ରକାଶ କରିବି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଉପରେ ବିଶ୍ଵାସ କରି ଯେଉଁ ବିଭାଗରେ ମୁଁ 19 ମସିହାରୁ କାମ କରୁଥିଲି ।

3 ବର୍ଷ ହେବ କାମ କରିଥିଲି ସେହି ଗଣଶିକ୍ଷା ବିଭାଗ ମୋତେ ଆଜି ଦାୟିତ୍ଵ ଦେଇଛନ୍ତି ପୁନର୍ବାର । ଆମ ବିଭାଗ ପାଇଁ ଅନେକ ଆହ୍ଵାନ ଅଛି ତାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବା ପାଇଁ ମୁଁ ପ୍ରତିଶ୍ରୁତିବଧ । ମୁଁ 3 ବର୍ଷ ହେବ ଏହି କାର୍ଯ୍ୟ ଜାରି ରଖିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ଦିନରେ ବି ଆମେ ସେହି କାର୍ଯ୍ୟକୁ ଜାରି ରଖିବୁ । ଆମେ ପ୍ରଥମ ପର୍ଯ୍ୟାୟରେ ହାଇ ସ୍କୁଲ ଗୁଡିକ ନେଉଛୁ ଆମର 8 ହଜାର ହାଇ ସ୍କୁଲ ମଧ୍ୟରୁ ଆମେ 5 ହଜାର ହାଇ ସ୍କୁଲ ନେଇଛୁ ।

ଆଜି ମଧ୍ୟ କିଛି ଜିଲ୍ଲାରେ 400 ହାଇ ସ୍କୁଲ ହେଉଛି । ବାକି 3 ହଜାର ହାଇ ସ୍କୁଲ ଗୁଡିକୁ ଆମେ ନେଇଯିବା ପାଇଁ ପ୍ରସ୍ତୁତି କରୁଛୁ । ଶିକ୍ଷକ ନିଯୁକ୍ତି ହାଇ ସ୍କୁଲରେ ଆପଣ ଜାଣିଛନ୍ତି 11 ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଆମେ ଯାଉଛୁ । ଆପଣ ଦେଖନ୍ତୁ ଏହି ଜୁନ ମାସ ଶେଷ ସୁଧା ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଭବ୍ୟ କାର୍ଯ୍ୟକ୍ରମ କରି ନବ ନିଯୁକ୍ତ ଶିକ୍ଷକ ମାନଙ୍କୁ ତାଙ୍କ ନିଯୁକ୍ତି ପତ୍ର ଦେବାକୁ ଯାଉଛନ୍ତି ।

ଶିକ୍ଷକ ନିଯୁକ୍ତିରେ କୌଣସି ସମସ୍ୟା ରହିବ ନାହିଁ ଶିକ୍ଷକ ନିଯୁକ୍ତିରେ ଯାହା ଆବଶ୍ୟକତା ପଡିବ ଶିକ୍ଷକ ନିଯୁକ୍ତି ନିଶ୍ଚିତ ଭାବରେ ହେବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସମୀର ଏହି ଖବର ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ଏହି ଖବର ଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *