ଶିବ ସାହୁ ଅପରାଧୀ ନୁହେଁ, ଦେଖନ୍ତୁ ଏ କଣ କହିଲେ ଏହି ବ୍ୟକ୍ତି ଜଣକ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ପୋଲିସ । ଆଉ ଗତ ପହର ଦିନ କ୍ରାଇମ ରି-କ୍ରିଏସନ କରିଥିଲା ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ ।

ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ହତୟଆ କରିବା ପରେ ଶିବ ଏକ ଭିଡିଓ ମଧ୍ୟ ଭାଇରାଲ କରିଥିଲା ସେହି ଭିଡିଓରେ ଶିବ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି ।

ବନ୍ଧୁଗଣ ଏବେ ଏହି ମାମଲାକୁ ନେଇ କେନ୍ଦ୍ରାପଡାର ଜଣେ ଓକିଲ ବିଦୂଭୂଷଣ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ବିଦୂଭୂଷଣ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା । ବିଦୂ ଭୂଷଣଙ୍କ କହିବା ମୁତାବକ-‘ମାହାଙ୍ଗାରେ ଶିବ ସାହୁ ଯେଉଁ ହତୟଆ କରିଛନ୍ତି ସେ ବିଷୟକୁ ଯଦି ଆପଣ ମାନେ ଅନୁଧ୍ୟାନ କରିବେ ଆପଣଙ୍କୁ ସ୍ଵତନ୍ତ୍ର ଭାବରେ ଏକ ଉପଲବ୍ଧି ଆସିବ ଯେ ଶିବ ସାହୁ ସେତେ ବଡ ଅପରାଧୀ ନୁହେଁ ଯେଉଁ ଅପରାଧରେ ସେ ଅପରାଧୀ ହୋଇଛି ।

କାହିଁକି ନା ଶିବ ସାହୁ ତାର ପୈତୃକ ସମ୍ପତ୍ତିର ଅଂସ ନେବାକୁ ଚାହୁଁ ଥିଲା । ତେବେ ଶିବ ସାହୁକୁ ତାର ପୈତୃକ ଅଂସ ମିଳିବା ପାଇଁ ସ୍ଥାନୀୟ ସରପଞ୍ଚ ସହଯୋଗ କରିଥାନ୍ତେ ସ୍ଥାନୀୟ ଆରଆଇ, ତହସିଲଦାର ସାହାର୍ଯ୍ୟ କରିଥାନ୍ତେ ତା ହେଲେ ଏତେ ବଡ ଅପରାଧ ହୋଇ ନଥାନ୍ତା । ପୈତୃକ ସମ୍ପତ୍ତିରେ ସମସ୍ତଙ୍କ ଅଂସ ଅଛି ଯେଉଁ ଛୁଆ ଜନ୍ମ ହେଲା ସେ ତା ବାପାର ସମ୍ପତ୍ତି ପାଇବ ।

କିନ୍ତୁ ସେହି ସମ୍ପତ୍ତି ପାଇବା ପାଇଁ ଆପଣ ବର୍ଷ ବର୍ଷ ଧରି ତହସିଲ ଅଫିସକୁ ଦୌଡୁ ଥିବେ ଆଉ ନ୍ୟାୟ ପାଉ ନଥିବେ ତା ହେଲେ ଆପଣଙ୍କ ମନ ଭିତରେ ବିଦ୍ରୋହର ଅଗ୍ନି ଜଳିବ ଓ ତାର ପରିଣାମ ଏହା ହେବ । ତେଣୁ ଶିବ ସାହୁ ଯେଉଁ ହାରାସମେଣ୍ଟ ହୋଇଛି ହାରାସମେଣ୍ଟର ପ୍ରତିଫଳନ ହେଉଛି ଶିବ ସାହୁର ଅପରାଧ ସେ ଅପରାଧ କରିବା ପାଇଁ କାହା ପାଖକୁ ଯାଇ ଟ୍ରେନିଙ୍ଗ ନେଇ ନାହିଁ ।

ଶିବ ସାହୁ ଅପରାଧ କରିଛି ନିଜ ପୈତୃକ ସମ୍ପତ୍ତି ପାଇବା ପାଇଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଓକିଲ ବିଦୂଭୂଷଣ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *