ଶିବ ସହିତ କଥା ହେବାକୁ ଡ଼ରୁଛନ୍ତି ବଡ଼ ବଡ଼ ଗୁଣ୍ଡା, କହୁଛନ୍ତି…

ବନ୍ଧୁଗଣ କୁସୁପୁର ନର ହତୟଆକାରୀ ଶିବ ସାହୁ ରିମାଣ୍ଡ ଅବଧି ସରିବା ପରେ ଏବେ ସେ ସାଲେପୁର ସବ ଜେଲରେ ଅଛି । ଶିବ ଜେଲରେ ଯିବା ଦିନରୁ ଜେଲ କର୍ମଚାରୀ ଓ କଏଦୀ ମାନଙ୍କ ମଧ୍ୟରେ ସେହି ଲୋମ ଟାଙ୍କୁରା ଉଠା କଥାକୁ ନେଇ ଆଲୋଚନା ଚାଲିଛି । ଶିବକୁ ଥରେ ଟିଏ ଦେଖିବା ପାଇଁ ଜେଲର ଅନ୍ୟ କଏଦୀ ମାନଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଛି । ଶିବ କେମିତିଆ ଜନ୍ତୁ ଯିଏ ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକା ବେଳକେ ପାଞ୍ଚ ଜଣଙ୍କ ମୁଣ୍ଡ କାଆଟି ଦେଲା ।

ତାହା ପୁଣି ନିଜ ଡ଼ାକ୍ତର ସମ୍ପର୍କୀୟ ମାନଙ୍କୁ । ଏହି ସବୁ କାଣ୍ଡ ଘଟାଇବା ପରେ ମଧ୍ୟ ତା ମନରେ ପଶ୍ଚାତାପ ନଥିଲା । ଓଲୋଟା ସବୁ କଥା ମୋବାଇଲରେ ରେକର୍ଡ କରି ସେ ସୋସିଆଲ ମିଡିଆରେ ଭାଇରାଲ କରେଇ ଥିଲା । ଶିବର ଏଭଳି ସାହାସ ଦେଖି ଜେଲରେ ଥିବା ବଡ ବଡ ଗୁଣ୍ଡାଙ୍କ ଅବସ୍ଥା ଖରାପ ହୋଇଯାଇଛି ।

ଜେଲର ଅନ୍ୟ କଏଦୀ ମାନେ ମଧ୍ୟ ଶିବର ପାଖ ମାଡିବାକୁ ସାହାସ ଯୁଟାଇ ପାରୁ ନାହାନ୍ତି । କାହିଁକି ଏମିତି କାଣ୍ଡ ଘଟାଇଲା ବୋଲି କଏଦୀ ମାନେ ତା ଠାରୁ ଜାଣିବାକୁ ଚାହୁଁ ଥିଲେ ମଧ୍ୟ କେହି ବି ସାହାସ କରି ଏ ପ୍ରଶ୍ନ ପଚାରି ପାରୁ ନାହାନ୍ତି । କାଳେ ଶିବ ରାଗିଯିବ ଆଉ ଜେଲ ଭିତରେ କିଛି ଅଘଟଣ ଘଟାଇ ଦେବ ସେଥିପାଇଁ ଜେଲ କର୍ତୁପକ୍ଷ ମଧ୍ୟ ଶିବ ଉପରେ କଡା ନଜର ରଖିଛନ୍ତି ।

ଜେଲର ଦିନ ରାତି 24 ଘଣ୍ଟା ଶିବ ଉପରେ ନଜର ରଖିବାକୁ କୁହାଯାଇଛି । ସାଲେପୁର ଜେଲ ଏବେ ଶିବକୁ ନେଇ ଚର୍ଚ୍ଚାରେ । ଜେଲ ଭିତରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ରବିବାର ଶିବର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା କଡା ସୁରକ୍ଷା ବଳୟ ମଧ୍ୟରେ ଶିବକୁ ସାଲେପୁର ଜେଲକୁ ଅଣା ଯାଇଥିଲା । ଶିବ ଯେଉଁ ଦିନ ଜେଲ ଗଲା କଏଦୀ ଠାରୁ ଆରମ୍ଭ କରି ଜେଲ କର୍ମଚାରୀ ମାନେ ସମସ୍ତେ ତାକୁ ଅପେକ୍ଷା କରି ଥିଲେ ।

ଶିବ କିନ୍ତୁ ଏ ସବୁକୁ ଧ୍ୟାନ ନ ଦେଇ ଜେଲ ଭିତରକୁ ଅତି ସହଜରେ ପ୍ରବେଶ କରିଥିଲା । ବିଭିନ୍ନ କାଗଜ ପତ୍ରରେ ସେ ଦସ୍ତଖତ କରିବା ପରେ ତାକୁ ସେଲ ନମ୍ବର 14କୁ ନିଆଯାଇଥିଲା । ସେହି ରାତିରେ ସେ କାହା ସହ କଥା ହୋଇ ନଥିଲା । ରାତିରେ ତାକୁ ରୁଟି ସଂତୁଳା ଖାଇବାକୁ ଦିଆଯାଇଥିଲା ବହୁତ କଷ୍ଟରେ ସେ ଦୁଇଟି ରୁଟି ଖାଇଥିଲା । ପରେ ତାକୁ ଜେଲ କଏଦୀ ମାନେ ବହୁତ ସୁଜାବୁଝା କରିବା ସତ୍ବେ ସେ କାହାର କଥା ଶୁଣି ନଥିଲା ।

Leave a Reply

Your email address will not be published. Required fields are marked *