Sharmistha ଉପରକୁ ସୁଖିଲା ରୁଟି ଫୋପାଡୁଛନ୍ତି Jhuna, ଚୁପଚାପ ବସୁଛନ୍ତି ଆଉ ଭୋଭୋ ହୋଇ କାନ୍ଦୁଛନ୍ତି, ଆଉ କହୁଛନ୍ତି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ବହୁ ଚର୍ଚ୍ଚିତ ମାନସ ସାହୁ ହତ୍ୟାକାଣ୍ଡ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ମାମଲାଟି ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାକୁ ନେଇ ଅନେକ ବଡ ବଡ ଖୁଲାସା ମଧ୍ୟ ସାମ୍ନାକୁ ଆସିଛି । ତେବେ ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁଙ୍କୁ ହତ୍ୟା କରିବା ପଛରେ ଏକ ବହୁତ ବଡ ଷଡଯନ୍ତ୍ର ଥିଲା ଯାହା ଗତ କିଛି ଦିନ ପୂର୍ବରୁ ଲୋକ ମାନଙ୍କ ସାମ୍ନାକୁ ଆସିଥିଲା ।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା ଓ ନିରଞ୍ଜନଙ୍କ କଳା କାର୍ଣ୍ଣମା ସମସ୍ତଙ୍କ ସାମ୍ନାକୁ ଆସିଯାଇଛି । ତେବେ ଏମାନଙ୍କ ରିମାଣ୍ଡ ସରିଯାଇଛି ଓ ଏବେ ଜେଲରେ ଶର୍ମିଷ୍ଠା, ଝୁନା ଓ ନିରଞ୍ଜନ ଜେଲରେ ଅଛନ୍ତି । କ୍ୟାମେରା ମ୍ୟାନ ମାନସ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଏବେ ଭଦ୍ରକ ଜେଲରେ ଅଛନ୍ତି । ଅନ୍ୟ ପକ୍ଷରେ ବାବୁ ନିରଞ୍ଜନ ସେଠି ଏବେ ବି ଜେଲରେ ଅଛନ୍ତି ।

ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଭଦ୍ରକ ସବ ଜେଲର ମହିଳା କଇଦି ସେଲରେ ଏକାଠି ରଖାଯାଇଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସେମାନେ ଜେଲରେ କେମିତି ଦିନ କାଟୁଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଜେଲ କର୍ମଚାରୀଙ୍କ କହିବା ଅନୁଯାଇ, ନିଜ କୁକର୍ମ ପାଇଁ ପଶ୍ଚାତାପ ଅନୁଭବ କରୁଛନ୍ତି ଶର୍ମିଷ୍ଠା । କିନ୍ତୁ ଝୁନା ଶର୍ମିଷ୍ଠାଙ୍କ ଉପରେ ରାଗି ପୁରା ପଞ୍ଚମ । ଏପରିକି ଝୁନା କୁଆଡେ ଶର୍ମିଷ୍ଠାଙ୍କ ଉପରକୁ ରାଗିକି ଶୁଖିଲା ରୁଟି ଫୋପାଡୁ ଛନ୍ତି । ଝୁନା ରାଗରେ ତମତମ ହେଉଛନ୍ତି ଆଉ କହୁଛନ୍ତି ତୋ ପାଇଁ ମୁଁ ଆଜି ଏ ଦଶା ଭୋଗୁଛି । ବେଳେବେଳେ ଇମୋସନାଲ ହୋଇ ଖିଆ ପିଆ କରୁ ନାହାନ୍ତି ଝୁନା ।

ଶର୍ମିଷ୍ଠାଙ୍କ ପାଇଁ ସେ ଆଜି କଷ୍ଟ ପାଉଛନ୍ତି ବୋଲି ମଝିରେ ମଝିରେ ସେ ଚିତ୍କାର ବି କରୁଛନ୍ତି । ଏମିତି କି କାହା ସହ କଥା ହେଉ ନାହାନ୍ତି ଝୁନା ଭୋଇ କେବଳ ଚୁପ ଚାପ ବସୁଛନ୍ତି ଆଉ ଭୋ ଭୋ ହୋଇ କାନ୍ଦୁ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *