ମହା ଶିବରାତ୍ରି ଦିନ ନିଜ ପର୍ସ ରେ ରଖନ୍ତୁ ଏପରି ଏକ ସୁତା, ଜୀବନରେ ଆଉ କେବେ ବି ହେବନି ଧନ ର ଅଭାବ- Shivratri Special

ବନ୍ଧୁଗଣ ନମସ୍କାର ଆଗକୁ ଆସୁଛି ମହା ଶିବରାତ୍ରି। ମାର୍ଚ୍ଚ ମାସ ୧୧ ତାରିଖରେ ଏହି ମହା ଶିବରାତ୍ରି ର ଯୋଗ ଅଛି। ଏହି ଦିନ ସମସ୍ତେ ବହୁ ଧୁମ ଧାମରେ ମହା ଶିବରାତ୍ରି ପାଳନ କରନ୍ତି। ଉପବାସ ରଖନ୍ତି ଜଳ ଅନ୍ନ କିଛି ଛୁଅନ୍ତି ନାହିଁ। ଏବଂ ଭଗବାନ ଶିବ ଙ୍କ ମନ୍ଦିର ରେ ଯାଇ ମହାଦୀପ ଉଠିବା ପର୍ଯ୍ୟନ୍ତ ସେହି ଠାରେ ଦୀପ ଜାଳି ବସିଥାନ୍ତି। ଏବଂ ମହାଦୀପ ଉଠିବା ପରେ ଏବଂ ତାକୁ ଦେଖି ସାରିବା ପରେ ହିଁ ନିଜର ବ୍ରତ କିମ୍ବା ଉପବାସ କୁ ଭାଙ୍ଗି ଥାଆନ୍ତି। ମହା ଶିବରାତ୍ରି ଦିନ ଶ୍ରଦ୍ଧା ଏବଂ ଭକ୍ତି ରେ ମହାଦେବ ଙ୍କୁ ପ୍ରାର୍ଥନା କଲେ ଆପଣଙ୍କ ର ସମସ୍ତ ମନୋକାମନା ପୂର୍ଣ ହୋଇଯିବ।

ମହାଦେବଙ୍କ ଆଶୀର୍ବାଦ ପ୍ରଦାନ କଲେ ଆପଣଙ୍କ ଜୀବନରେ ଥିବା ସମସ୍ତ କଷ୍ଟ ଦୁଃଖ ଅସୁବିଧା ପୀଡ଼ା ଆଦି ସବୁ ଦୁର ହୋଇଯିବ। ଏବଂ ଜୀବନରେ ସମୃଦ୍ଧି ଖୁସି ଏବଂ ଆନଂଦ ଭରି ରହିବ। ମହାଦେବ ଙ୍କୁ ଯିଏ ବି ଭକ୍ତି ର ସହିତ ଡାକିଲେ ସେ ତାଙ୍କ କଥା ନିଶ୍ଚିତ ଶୁଣି ଥାଆନ୍ତି। ସେଥିପାଇଁ ତାଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ। କାରଣ ସେ ବହୁତ ଭୋଳା।

ଯଦି ସେ ରାଗିଯିବେ ତେବେ ସୃଷ୍ଟି କୁ ଧ୍ୱଂସ କରିଦେବେ ଏବଂ ଯଦି ପ୍ରସନ୍ନ ହୋଇ ଯିବେ ତେବେ ତାକୁ ଧନ ଦୌଲତ ଏଵଂ ଖୁସି ରେ ଭରି ଦେବେ। ତେବେ ଏଥର ମହା ଶିବ ରାତ୍ରି ଦିନ କିଛି ଏଭଳି ଉପାୟ କରନ୍ତୁ ଯେଉଁଥିରେ ମହାଦେବ ପ୍ରସନ୍ନ ହୋଇ ଆପଣଂକୁ ଆଶୀର୍ବାଦ ପ୍ରଦାନ କରିବେ ଏବଂ ଆପଣ ଧନ ପ୍ରାପ୍ତ ମଧ୍ୟ କରିବେ। ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଗୁଡିକ କଣ ଯାହା ଦ୍ୱାରା ଆପଣଂକୁ ଧନ ର ପ୍ରାପ୍ତ ଏବଂ ଆଶୀର୍ବାଦ ମିଳିବ।

ଶିବ ରାତ୍ରି ଦିନ ଦେବ ଦେବ ମହାଦେବଙ୍କ ପୂଜା କରିବା ପୂର୍ବରୁ ତାଙ୍କ ପୁତ୍ର ଗଣେଶଙ୍କ ପୂଜା ପ୍ରଥମେ କରିବାର ବିଧାନ ଅଛି। ଭୋଳାନାଥ ସର୍ବ ପ୍ରଥମେ ଗଣେଶଙ୍କ ପୂଜା କରିବାର ଅଧିକାର ଦେଇଛନ୍ତି। ସର୍ଵ ପ୍ରଥମେ ଶ୍ରୀ ଗଣେଶଙ୍କ ପୂଜା କରନ୍ତୁ ଏବଂ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ର ଏକ ସୁବର୍ଣ୍ଣ ସୁଯୋଗ ହେଉଛି ଏହି ଦିନ ଟି।

ଧନ ଏବଂ ସମ୍ମାନ ର ପ୍ରାପ୍ତି ତ ସମସ୍ତଙ୍କ ଇଚ୍ଛା ଥାଏ। ମହା ଶିବରାତ୍ରି ଦିନ ଏକ ପ୍ରମୁଖ ଉପାୟ କରି ଆପଣ ମାନେ ନିଜର ଏହି ଇଛା କୁ ପୂରଣ କରି ପାରିବେ। ଆପଣ ମାନେ ମହା ଶିବ ରାତ୍ରି ଦିନର ଗୋଟିଏ ଦିନ ପୂର୍ବରୁ ରକ୍ଷା ସୁତା ଆଣି ସେହି ସୁତାରେ ସାତ ଟି ଗଣ୍ଠି ପକାଇ ଶ୍ରୀ ଗଣେଶଙ୍କ ପାଦ ପାଖରେ ରଖି ଦିଅନ୍ତୁ। ଯେତେବେଳେ ଶିବ ରାତ୍ରି ଦିନ ଚତୁର୍ଥ ପ୍ରହର ର ପୂଜା ସରି ଯିବ ସେହି ଗଣ୍ଠି ପଡିଥିବା ସୁତା କୁ ଆଣି ନିଜ ପର୍ସ ରେ ରଖି ଦିଅନ୍ତୁ।

ଏହି ଉପାୟ କରିବା ଦ୍ୱାରା କେବେବି ଆପଣଙ୍କ ର ଧନର ଅଭାବ ହେବ ନାହିଁ। ଏବଂ ସମୃଦ୍ଧି ବଢି ଥାଏ। ବାସ୍ତୁ ଅନୁସାରେ ଯଦି ପଇସା ର କିଛି ସମସ୍ୟା ଦେଖାଦିଏ। ତାର କାରଣ ହେଉଛି ଘରେ କିମ୍ବା ଦୋକାନ ରେ କିଛି ତ୍ରୁଟି।  ବହୁତ କିଛି ଭୁଲ ଏପରି ହୋଇ ଯାଏ ଯାହା ଆମେ ଅଜାଣତରେ କରି ଥାଉ। ନିଜ ର ଟଙ୍କା ର ଅଭାବ ସମସ୍ୟା ଦୂର କରିବା ପାଇଁ ଶ୍ରୀ ଗଣେଶ ଏବଂ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି କୁ ଏକାଠି ରଖି ପୂଜା କରନ୍ତୁ। ଗଣେଶ ଙ୍କ ମୂର୍ତ୍ତି କୁ ମହାଲକ୍ଷ୍ମୀ ଙ୍କ ମୂର୍ତ୍ତି ର ବାମ ପଟେ ରଖନ୍ତୁ।

ବାସ୍ତୁ ଅନୁସାରେ ଆପଣ ନିକ ପର୍ସ ରେ ନାଲି କାଗଜ, ଚାଉଳ, ଚାନ୍ଦି ପଇସା, ଗଣେଶ ଏବଂ ମାତା ଲକ୍ଷ୍ମୀ ଙ୍କ ଫୋଟୋ, ଓସ୍ତ ଗଛ ର ପତ୍ର, ଗୋମତି ଚକ୍ର,ଏବଂ ରୁଦ୍ରାକ୍ଷ । ଏହି ସବୁ କୁ ରଖିଲେ ଆପଣ ଙ୍କ ପର୍ସରେ କେବେବି ଧନ ର ଅଭାବ ହେବ ନାହିଁ। ଏବଂ ସମସ୍ତ ସମସ୍ୟା ମଧ୍ୟ ଦୁର ହୋଇ ଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *