ଆଶ୍ଚର୍ଯ୍ୟ ! ଶବକୁ କାନ୍ଧରେ ଧରି ଡିଜେ ଲଗାଇ ନାଚିଲେ ସମ୍ପର୍କୀୟ…ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ, ଏଭଳି ଏକ ଆଶ୍ଚର୍ଯ୍ୟ କରୁଥିବା ଘଟଣା ସମ୍ବନ୍ଧରେ ଜାଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେଇ ବସିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସାଧାରଣତଃ ମଣିଷ ଙ୍କ ଜୀବନ ଚାଲିଗଲାପରେ ଆତ୍ମୀୟ ମାନେ କାନ୍ଦିବାର ଦେଖିଥାଉ । ମାତ୍ର ଏଠାରେ ସମସ୍ତଙ୍କୁ ହସୁଥିବାର ଦେଖିବାକୁ ମିଳିଥିଲା । ଏମାନେ ଅତିଖୁସିରେ ଅଛନ୍ତି ଆଉ ଅତି ଖୁସିରେ ନାଚି ନାଚି ଶବ କୁ ଧରି ଯାଉଥିଲେ ।

ଚାରିକାନ୍ଧରେ ଶବ ଯାଉଥିଲା ସତ ମାତ୍ର କାହାରି ଆଖିରେ ନଥିଲା ଲୁହ, ବାଜୁଥିଲା ଡିଜେ ଆଉ ସଭିଏଁ ନାଚୁଥିଲେ ଡିଜେର ତାଳେ ତାଳେ । ତେବେ ଶବକୁ କାନ୍ଧରେ ଧରି ଏହିଭଳି ନାଚି ନାଚି ଯାଉଥିବା ଦୃଶ୍ୟ ବୋଧହୁଏ ଆପଣ ମାନେ କେବେ ଦେଖିବାକୁ ପାଇନଥିବେ । କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଯେ ଗୋଟିଏ ଶବକୁ ଚାରି କନ୍ଧରେ ଧରି ଏଭଳି ନାଚି ନାଚି ଯାଉଥିଲେ ।

ଆଉ ଆଗରେ ମଧ୍ୟ କିଛି ସମ୍ପର୍କୀୟ ଏହିଭଳି ନାଚୁଛନ୍ତି ଡିଜେର ତାଳେ ତାଳେ । ମଣିଷ ର ଜୀବନ ଚାଲିଗଲେ ସମ୍ପର୍କୀୟ ମାନଙ୍କ ଆଖିରୁ ଲୁହ ଗଡୁଥାଏ । କିନ୍ତୁ ଏଠାରେ ଦେଖିବାକୁ ମିଳିଥିଲା ଅତି ଖୁସିର ବାତାବରଣ । ସମସ୍ତେ ଏଠାରେ ନାଚୁଥିଲେ । ତେବେ ଏହାର କାରଣ କ’ଣ ହୋଇଥିବ ଏବଂ କାହିଁକି ଏଭଳି ନାଚୁଥିଲେ ? ଏହି ଦୃଶ୍ୟ କୁ ଦେଖିଲେ ଏହିଭଳି ଅନେକ ପ୍ରଶ୍ନ ମନକୁ ଆସୁଛି ।

ଖବର ଅନୁଯାୟୀ ବ୍ୟକ୍ତି ଜଣଙ୍କ ଅଧିକ ଦିନ ବଞ୍ଚିଥିବାରୁ ବ୍ୟକ୍ତି ଙ୍କ ସମ୍ପର୍କୀୟ ମାନେ ଏହିଭଳି ଡିଜେ ଲଗାଇ ନାଚି ନାଚି ଯାଉଛନ୍ତି । ଏହି ଘଟଣା ଟି କୁର୍ତ୍ତା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡା ଅଞ୍ଚଳର ଅଟେ । ଶବ ଶୋଭାଯାତ୍ରା କୁ ନେଇ ଏକ ଭିନ୍ନ ପରମ୍ପରା ଏହିଭଳି ଦେଖିବାକୁ ମିଳିଥିଲା । ଘଟଣା ଅନୁସାରେ ପଞ୍ଚରା ଗ୍ରାମର ମାଙ୍ଗୁରୀ ସୂରୀ ନାମକ ଏକ ବୃଦ୍ଧା ଯାହାଙ୍କ ବୟସ ପାଖାପାଖି ୧୧୫ ବର୍ଷ ହୋଇଯାଇଥିଲା ।

ଗତ ରାତିରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେ ୧୧୫ ବର୍ଷ ବଞ୍ଚିଥିବାରୁ ତାଙ୍କର ସାହିଭାଇ ମାନେ ଅନ୍ତିମ ସଂସ୍କାର କରିବାକୁ ଏହିଭଳି ଭାବରେ ନେଇଥିଲେ । ଶବ ଶୋଭାଯାତ୍ରା ନିଆରା ହୋଇଥିଲା ଏଥିରେ ଡିଜେ ବଜାଇ ବାଜାର ତାଳେ ତାଳେ ସଭିଏଁ ନାଚିଥିଲେ । ଏହିଭଳି ଭିନ୍ନ ଢଙ୍ଗରେ ଗାଡିରେ ଡିଜେ ବଜାଇ ଏହିଭଳି ନାଚି ନାଚି ତାଙ୍କୁ ଅନ୍ତିମ ବିଦାୟ ଦେଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚା ସାଉଁଟୁଛି । ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟ ଜନକ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *