ଶନିଦେବ ସୂର୍ଯ୍ୟ ଙ୍କର ପୁଅ ଏବଂ ଯମରାଜ ଙ୍କ ଭାଇ ଅଟନ୍ତି । ଶନିଦେବ ନ୍ୟାୟର ଦେବତା ହୋଇଥିଲେ ମଧ୍ୟ ତାଙ୍କର କ୍ରୋଧରୁ ରକ୍ଷା ପାଇବା ଅସମ୍ଭବ ଅଟେ । ତାଙ୍କର କ୍ରୋଧରେ ମଣିଷ ଜୀବନରେ କିଛି ବି ଭଲ ହୋଇ ନଥାଏ । ଶନିଦେବ କର୍ମ ଫଳଡାଟା ହୋଇଥିବାରୁ ଖରାପ କାମ କରୁଥିବା ଲୋକ ତାଙ୍କ କ୍ରୋଧରୁ ବଞ୍ଚି ପାରନ୍ତି ନାହିଁ ଏବଂ ଯେଉଁ ମାନେ ଭଲ କାମ କରିଥାନ୍ତି ସେମାନେ ଶନିଦେବ ଙ୍କ କୃପା ପାଇଥାନ୍ତି ।
ଶନିଦେବ ଏମିତି ଦେବତା ହୋଇଥାନ୍ତି ଯିଏ ବିନା କାରଣରୁ କାହା ଉପରେ ଖରାପ ପ୍ରଭାବ ପକାଇ ନଥାନ୍ତି । ଶନିଦେବ ଙ୍କ କୃପାରୁ ଅତି ଗରିବ ଲୋକ ବି ଧନୀ ହୋଇ ପାରେ । ଶନିଦେବ ଙ୍କ ପ୍ରଭାବରୁ ଯଦି ଆପଣଙ୍କ ଜୀବନରେ କିଛି ଖରାପ ପ୍ରଭାବ ପଡିଥାଏ ତାହେଲେ ସେଥିରୁ ବଞ୍ଚିବା ପାଇଁ ଆପଣ କିଛି ଉପାୟ କରିବା ଦରକାର । ଏହି ଉପାୟ କରିବା ଦ୍ଵାରା ଶନିଦେବ ଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ ।
ଆସନ୍ତୁ ଜାଣିବା ଶନିଦେବ ପ୍ରକୋପରୁ ରକ୍ଷା ପାଇବା ପାଇଁ କେଉଁ ଉପାୟ କରିବା
ଯଦି କୌଣସି ବ୍ୟକ୍ତି ଉପରେ ଶନିଦେବ ରାଗିଯାନ୍ତି ତାହେଲେ ସେହି ବ୍ୟକ୍ତିର କାମରେ ଏବଂ ଚାକିରିରେ ବହୁତ ବାଧା ସୃଷ୍ଟି ହେବା ସହିତ ଅନେକ ଦିନ ଧରି ତାର ଦେହ ଖରାପ ହୋଇଥାଏ । ଶନିଦେବ ଙ୍କର ପୂଜା ଠିକ ବିଧିରେ କଲେ ଆପଣଙ୍କୁ ଏଥିରୁ ମୁକ୍ତି ମିଳିବ ।
ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଆପଣ ଶନିବାର ଦିନ ସକାଳୁ ଉଠି ଗାଧୋଇ ସାରି ପିମ୍ପଳି ଗଛରେ ଜଳ ଦିଅନ୍ତୁ ଏବଂ ଏହାପରେ ଲୁହାରେ ତିଆରି ହୋଇହଟିବା ଶନିଦେବ ଙ୍କ ମୂର୍ତିକୁ ପଞ୍ଚାମୁର୍ତରେ ଗାଧୋଇ ତାଙ୍କର ପୂଜା କରିବା ପାଇଁ ରାସି ତେଲ,ଫୁଲ, କଳା ବସ୍ତ୍ର, ଧୂପ ଅର୍ପଣ କରନ୍ତୁ । ପୂଜା ସାରିବା ପରେ ଆପଣ ଶନି ମନ୍ତ୍ର ଜପ କରି ୭ଥର ପିମ୍ପଳି ଗଛ ଚାରିପଟେ ବୁଲି ଆସନ୍ତୁ ।
ପିମ୍ପଳି ଗଛରେ ଜଳ ଅର୍ପଣ କରିବା ପରେ ସନ୍ଧ୍ୟା ସୋରିଷ ତେଲର ଦୀପ ଜାଳନ୍ତି ତାହେଲେ ଏହାଦ୍ବାରା ଆପଣଙ୍କୁ ଲାଭ ମିଳିବ । ଶନିବାର ଦିନ ଶନୀଙ୍କ ବ୍ରତ କରିବା ସହିତ କିଛି ଦାନ ବି କରନ୍ତୁ । ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ଉପରେ ଶନିଦେବ ଙ୍କ କୃପା ସବୁବେଳେ ଥାଏ ।
ଏହି କାମ କରନ୍ତୁ ନାହିଁ
ଅସହାୟ ଲୋକଙ୍କୁ ହଇରାଣ କରୁଥିବା ଲୋକଙ୍କ ଉପରେ ଶନିଦେବ ପ୍ରକୋପ ପଡିଥାଏ ଏବଂ ଯଦି ଆପଣଙ୍କ ଜାତକରେ ଶନିଙ୍କ ପ୍ରଭାବ ଲାଛି ତାହେଲେ ମାଂସ ଏବଂ ମଦ ସେବନ କରନ୍ତୁ ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।