ଖୋଲିଲା ରହସ୍ୟ, ଶେଷ 24 ଘଣ୍ଟାରେ Shane Warne ଙ୍କ ସହିତ ଏମିତି କଣ ହୋଇଥିଲା ? ଦେଖନ୍ତୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ଦିଗଜ ଖେଳାଳି ସେନ ୱାର୍ନଙ୍କୁ ନିଶ୍ଚୟ ଜାଣିଥିବେ । ଗତ ମାର୍ଚ୍ଚ ୪ ତାରିଖ ଦିନ ସେନ ୱାର୍ନଙ୍କ ନିଧନ ହୋଇଥିଲା । ମାତ୍ର ୫୨ ବର୍ଷ ବୟସରେ ସେନ ୱାର୍ନଙ୍କ ନିଧନ ହୋଇଯାଇଛି । ସେନ ୱାର୍ନ କେବଳ ଅଷ୍ଟ୍ରେଲିଆ ଟିମର ବୋଲର ନଥିଲେ ସେ ଏହି ଗେମର ସୁପର ଷ୍ଟାର ଥିଲେ । ସେନଙ୍କ ନିଧନ ପରେ ସାରା କ୍ରିକେଟ ଜଗତ ଓ ଦୁନିଆରେ ଶୋକର ଛାୟା ଖେଳି ଯାଇଛି ।

ବନ୍ଧୁଗଣ ସେନ ୱାର୍ନଙ୍କୁ ଯାଦୁଗର କୁହନ୍ତି କାରଣ ତାଙ୍କର ଜବରଦସ୍ତ ବୋଲିଙ୍ଗ ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି । ତାଙ୍କୁ କେତେକ ଲୋକ ‘କିଙ୍ଗ ଅଫ ସ୍ପିନ’ ମଧ୍ୟ କୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେନ ୱାର୍ନଙ୍କ ଜୀବନ ସହ ଜଡିତ କିଛି ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସେନ ୱାର୍ନଙ୍କ ଜନ୍ମ ୧୩ ସେପ୍ଟେମ୍ବର ୧୯୬୯ ମସିହାରେ ହୋଇଥିଲା । ସେନ ନିଜ ୧୫ ବର୍ଷ କାରିୟରରେ ୧୪୫ଟି ଟେଷ୍ଟ ମ୍ଯାଚ ଖେଳି ୭୦୮ ୱିକେଟ ନେଇଛନ୍ତି । ସେନ ୱାର୍ନଙ୍କ ଠାରୁ ଅଧିକ ଟେଷ୍ଟରେ ୱିକେଟ ନେଇଥିବା ଖେଳାଳି ହେଉଛନ୍ତି ମୁତିଆହ ମୁରଲୀଥରନ । ୱାର୍ନଙ୍କ ନାମରେ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ୱିକେଟ ନେବାର ରେକର୍ଡ ଅଛି ।

ସେ ୩୬ ଟେଷ୍ଟରେ ୧୬୫ ୱିକେଟ ନେଇଛନ୍ତି । କ୍ରିକେଟରେ ତାଙ୍କର ସଫଳତା ଦୁନିଆରେ କୋଟି କୋଟି ଲୋକଙ୍କ ପାଇଁ ଉଦାହରଣ ପାଲଟିଛି । ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୱାର୍ନ ଛୋଟ ବେଳେ ଫୁଟବଲ ଓ ଟେନିସ ଖେଳିବା ପାଇଁ ଇଛୁକ ଥିଲେ । ସେ ଅଷ୍ଟ୍ରେଲିଆନ ଫୁଟବଲ ଲିଗର ଷ୍ଟାର ହେବାକୁ ଚାହୁଁ ଥିଲେ । ହେଲେ ୧୮ ବର୍ଷ ବୟସରେ ୱାର୍ନଙ୍କ ଜୀବନରେ ଏକ ଏପରି ଘଟଣା ଘଟିଥିଲା ଯାହାଫଳରେ ତାଙ୍କର ଦୁନିଆ ବଦଳି ଯାଇଥିଲା ।

ବନ୍ଧୁଗଣ ୱାର୍ନକୁ ୧୮ ବର୍ଷ ବୟସରେ ଏଏଫଏଲ କ୍ଲବ ସେଣ୍ଟ କ୍ରେଡା ରିଜେକ୍ଟ କରିଦେଇଥିଲା । ସେତେବେଳେ ୱାର୍ନ ଏହି ଟିମରେ ଅଣ୍ଡର ୧୯ରେ ଖେଳୁଥିଲେ । ସେ ପିଲା ଦିନରୁ ଏଏଫଏଲ ଷ୍ଟାର ହେବାର ସ୍ଵପ୍ନ ଦେଖିଥିଲେ ହେଲେ ତାଙ୍କୁ ରିଜେକ୍ଟ କରିବାରୁ ତାଙ୍କର ସମସ୍ତ ସ୍ଵପ୍ନ ଭାଙ୍ଗି ଯାଇଥିଲା । ବନ୍ଧୁଗଣ ଏହା ପରେ ୱାର୍ନ କ୍ରିକେଟରେ ପାଦ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହି ଘଟଣା ବିଷୟରେ ୱାର୍ନ ନିଜେ ଏକ ଇଣ୍ଟର୍ବ୍ୟୁରେ କହିଛନ୍ତି । ୱାର୍ନଙ୍କ ପାଖରେ ଇଶ୍ଵରଙ୍କ ବରଦାନ ଥିଲା କାରଣ ତାଙ୍କ ହାତ ଓ ପାପୁଲି ବଡ ଥିଲା ଯାହାଫଳରେ ସେ ବହୁତ ଭଲ ଲେଗ ସ୍ପିନ ପକାଇ ପାରୁଥିଲେ । ଏହା ପରେ ୱାର୍ନ ଲେଗ ସ୍ପିନ ପାଇଁ ବହୁତ ଅଭ୍ଯାସ କରିଥିଲେ ଓ ନିଜ ଭାଗ୍ୟ ନିଜେ ଲେଖିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସେନ ୱାର୍ନଙ୍କ ଲେଗ ସ୍ପିନ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *