ସେତେବେଳେ କଣ ହେଲା ? ଯେତେବେଳେ ପୋଲିସବାଲାକୁ ଆସିଗଲା ଲଟେରୀ ବାଲା ଫ୍ରଡ଼ କଲ, ସାବଧାନ ରୁହନ୍ତୁ ସତର୍କ ରୁହନ୍ତୁ ! ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ କୌନ୍ ବନେଗା କରୋଡପତିରେ ଆପଣଙ୍କ ନମ୍ବରକୁ ବେଷ୍ଟ୍ ନମ୍ବରର ମାନ୍ୟତା ମିଳିଛି । ତେଣୁ ଆପଣ ୫୦ ଲକ୍ଷ ଟଙ୍କା ଜିତିବାର ସୌଭାଗ୍ୟ ପାଇଛନ୍ତି । ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏଭଳି କଥା କାହିଁକି କହୁଛୁ । ତେବେ ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ଯେ ଏହିଭଳି ଫେକ୍ ମେସେଜ୍ ଆପଣଙ୍କ ନମ୍ବରକୁ କେତେ ବେଳେ ବି ଆସିପାରେ । କୌନ୍ ବନେଗା କରୋଡପତି ନା ଶୁଣି ଆପଣ ମଧ୍ୟ ଲୋଭରେ ଆସି ଯାଉଥିବେ ।

ଯଦି ଆପଣଙ୍କ ପାଖକୁ ବି ଏଭଳି ମେସେଜ୍ ଆସୁଛି ତେବେ ଲୋଭ ନକରି ସତର୍କ ହୋଇ ଯାଆନ୍ତୁ । କୌନ୍ ବନେଗା କରୋଡପତି ନାଁରେ ଲକ୍ଷ ଲକ୍ଷ ଟଙ୍କାର ଲଟେରୀ ଲାଗିବା ମେସେଜକୁ ଆପଣଙ୍କ ହ୍ୱାଟସଆପ୍ ରେ ପଠାଇ ଇଣ୍ଟରନେଟ୍ କଲିଙ୍ଗ୍ ମାଧ୍ୟମରେ ଆପଣଙ୍କ ଟଙ୍କାକୁ ଉଡାଇ ନେଉଛନ୍ତି ଦୁର୍ବୃତ । ତେବେ ଏଭଳି ଏକ ଗ୍ୟାଙ୍ଗ୍ ଅନ୍ତରାଜୀୟକୁ ଏବେ ପୋଲିସ୍ ଠାବ କରିଛି।

ତେବେ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ପୋଲିସ ଅଫିସର ଫ୍ରଡ଼ କରୁଥିବା ଲୋକଙ୍କ ସହ କଥା ହେଉଥିଲେ ତେବେ ସେ ଫୋନ ରେ ସେହି ବ୍ୟକ୍ତି ଜଣଙ୍କ କହିଥିଲା କି ଆପଣ ଙ୍କୁ ୨୫ ଲକ୍ଷ ଟଙ୍କାର ଲଟେରୀ ଲାଗିଛି କେବିସି ତରଫ ରୁ। ତେବେ ପୋଲିସ ଜଣଙ୍କ କହିଥିଲେ କି ମୁଁ ତ କୌଣସି ପ୍ରକାରର କେବିସି ରେ ରେଜିଷ୍ଟ୍ରେସନ କରି ନଥିଲି ତେବେ ଏହା କି ପ୍ରକାର ଲଟେରୀ।

https://www.youtube.com/watch?v=Mqx_ZsH_BEc&t=2s

ତେବେ ଏହା ପରେ ସେମାନେ କହିଥିଲେ କି ଏହା ସବୁ ବର୍ଷ ଜଣେ ଭାଗ୍ୟଶାଳୀ ବ୍ୟକ୍ତି କୁ ଏହି ଲଟେରୀ ମିଳେ ଏହା ପରେ ସେ ସବୁ ବ୍ୟଙ୍କ ର ଡକ୍ୟୁମେଣ୍ଟ ଦବାକୁ କହିଥିଲେ ଏବଂ ପରେ ଟ୍ୟାକ୍ସ ରୂପରେ ୧୨ ହଜାର ଟଙ୍କା ଦେବାକୁ କହିଲେ। ତେବେ ପ୍ରଥମେ ଟ୍ୟାକ୍ସ ଭରିଲେ ହିଁ ୨୫ ଲକ୍ଷ ଟଙ୍କା ଆକାଉଣ୍ଟ କୁ ଆସିବ।


ତେବେ ଶେଷ ରେ ସେ ପୋଲିସ ଜଣଙ୍କ ନିଜର ପରିଚୟ ଦେଇଥିଲେ ଏବଂ ଏଭଳି ଅସମାଜିକ କାର୍ଯ୍ୟ କରିବା ପାଇଁ ପାଟି କରିବା ସହ ତାଙ୍କୁ ଆରେଷ୍ଟ କରିବାର କଥା ମଧ୍ୟ କହିଥିଲେ। ତେବେ ସେମାନେ ଏହି ଭଳି ଭାବରେ ଆପଣ ଙ୍କୁ ଲୋଭ ଦେଖାଇ ଆପଣଙ୍କ ଠାରୁ ପଇସା ନେଇ ଗାୟବ ହୋଇ ଯିବେ।


ତେବେ ପୋଲିସ୍ ଅଫିସରଙ୍କ କହିବାନୁସାରେ କେବିସି ତରଫରୁ ଲଟେରୀ ଲାଗିବା ନେଇ ଆସିନଥାଏ ମେସେଜ୍ । ତେବେ ଏଭଳି ମେସେଜରୁ ସତର୍କ ରହିବା ପାଇଁ ପୋଲିସ ତରଫରୁ କୁହାଯାଇଛି। ତେବେ ସତର୍କ ରୁହନ୍ତୁ ଏବଂ ଏହା ଉପରେ ଆପଣ ଙ୍କୁ କିଛି କହିବାର ଅଛି ଯଦି ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ।

 

Leave a Reply

Your email address will not be published. Required fields are marked *