ଶେଷରେ ନିଷ୍ପତ୍ତି ବଦଲାଇଲେ Tapaswini, ଉପର ମହଲାରେ ରହିବାକୁ ହେଲେ ରାଜି, କିନ୍ତୁ ଶ୍ୱଶୁର ଘର ଆଗରେ ରଖିଲେ ଏମିତି ସର୍ତ୍ତ

ନମସ୍କାର ବନ୍ଧୁଗଣ ତେବେ କୋର୍ଟଙ୍କ ରାୟ ପରେ ବି ତପସ୍ୱିନୀ ଗତକାଲି ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି । ସୁମିତଙ୍କ ପରିବାର ପକ୍ଷରୁ ଯେଉଁ ଘର ଦିଆଯାଉଥିଲା ତାହା ଜଣେ ମହିଳା ପାଇଁ ରହିବାକୁ ଅଯୋଗ୍ୟ ଥିଲା ବୋଲି ତପସ୍ୱିନୀ ଅଭିଯୋଗ କରିଛନ୍ତି । ତା ବଦଳରେ ସେ ସୁମିତଙ୍କ ବେଡରୁମ୍‌ରେ ରହିବାକୁ ଜିଦ୍ ଧରିଥିଲେ । ହେଲେ ସୁମିତଙ୍କ ପରିବାର ଲୋକେ ବେଡରୁମ୍ ଦେବା ସମ୍ଭବ ନୁହଁ ବୋଲି ଦର୍ଶାଇଥିଲେ ।

ତେବେ ତପସ୍ୱିନୀ ଉପର ଘରେ ରହିବା ପାଇଁ କିଛି ସର୍ତ୍ତ ରଖିଛି ସେ କହିଛନ୍ତି କି ଜଣେ ମଣିଷ ରହିଲା ଭଳି ଯଦି ସେ ଘର ହୋଇଥିବ ଖାଲି ଝାଡୁ ମାରି ଚୁନ ଲଗେଇଲେ ହବ ନାହିଁ ।ଯେପରି ଗୋଟିଏ ଡାକ୍ତର ର ସ୍ତ୍ରୀ ରହିଲା ଭଳି ଘର ହୋଇଥିବ ସେହିଭଳି ଷ୍ଟାଟସ ମେଣ୍ଟେନ ଭଳି ରୁମ ଥିବ । ତେବେ ସେ ଉପର ଘରେ ରହିବା ପାଇଁ ତାଙ୍କର କୌଣସି ପ୍ରତିବନ୍ଧକ ନାହିଁ । ତେବେ ଏହାକୁ ନେଇ ଡାକ୍ତର ପ୍ରମୋଦ ସାହୁ କହିଛନ୍ତି କି ତପସ୍ୱିନୀଙ୍କ ରହିବା ପାଇଁ ଆଜି ସକାଳୁ କିଛି ମୂଲିଆଙ୍କ ଘର ପରିଷ୍କାର କରୁଛୁ ।

ପ୍ରଥମେ ମୂଲିଆ ଆଣିବାକୁ ଯାଉଥିବା ବେଳେ ପ୍ରଥମେ ତପସ୍ୱିନୀ ଛାଡ଼ିନଥିଲେ । କିନ୍ତୁ ମୁଁ ଓ ସ୍ଥାନୀୟ ଲୋକ ବୁଝାସୁଝା କରିବା ପରେ ବହୁ କଷ୍ଟରେ ସେ ଛାଡିଥିଲେ । ତାପରେ ଘର ସଫା କାମ ଆରମ୍ଭ ହୋଇଥିଲା । ମୁଁ ନିଜେ ଏହାର ତଦାରଖ କରୁଛି । ତପସ୍ୱିନୀଙ୍କ ରହିବା ପାଇଁ ସମସ୍ତ ପ୍ରକାର ମୌଳିକ ସୁବିଧା ତଥା ଲାଇଟ୍, ଫ୍ୟାନ୍, ଇଲେକ୍ଟ୍ରି, ଟଏଲେଟ୍ ଓ ପାଣି ବ୍ୟବସ୍ଥା ଆଦି କରାଯାଇଛି । ଏହି ଘରେ ଡ୍ରଇଁ ରୁମ୍‌ ଓ ଡାଇନିଂ ହଲ ରଖାଯାଇଛି । ଖଟ ଓ ଗଦି ପଡ଼ିଯାଇଛି ।

ସେ ଆରାମରେ ଏ ଘରେ ରହିପାରିବେ । ଜଣେ ଲୋକ ରହିବା ପାଇଁ ଘରେ ବହୁତ ଜାଗା ରହିଛି । ଆଗରୁ ମଧ୍ୟ ସେ ଘରେ ରହିଆସିଥିଲେ । ବର୍ତ୍ତମାନ ବି ସେ ମଧ୍ୟ ରହିବେ । ଆମେ ଏଇ ଘରେ ହିଁ ସମସ୍ତେ ଆମେ ରହୁଛୁ । ଯେହେତୁ ତଳ ଘରର ଜାଗା ଛୋଟ ଓ ଲୋକସଂଖ୍ୟା ଅଧିକ, ପୁରୁଣା ଘର ଓ ଏହାସହ ୨ଟି କୁକୁର ମଧ୍ୟ ଅଛନ୍ତି ।

ଏହା ଛଡା ସେ କହିଛନ୍ତି କି କୋର୍ଟ କହିଛନ୍ତି ଯେ, ଶାନ୍ତିର ସହ ତାଙ୍କ ଶ୍ୱଶୂର ଘରେ ରହିବେ । ଶଶୂର ଘର ଲୋକଙ୍କ ସହ କୌଣସି ଝଗଡା କରିବେ ନାହିଁ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ନାହିଁ କି ଅନ୍ୟ ଲୋକଙ୍କ ଦ୍ୱାରା କରାଇବେ ନାହିଁ । କୋର୍ଟଙ୍କ ପ୍ରତ୍ୟେକ ଆଦେଶକୁ ଆମେ ମାନୁଥିଲୁ, ମାନୁଛୁ ଓ ଆଗକୁ ମାନୁଥିବୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *