ବାୟୁସେନାର ହେଲିକ୍ୟାପ୍ଟର କ୍ରାଶ ହେବା ପୂର୍ବରୁ ଶେଷ ଥର ପାଇଁ ନିଜ ସ୍ତ୍ରୀଙ୍କୁ ଭିଡିଓ କଲରେ କିଛି ଏମିତି କହିଥିଲେ ସହିଦ Lance Naik S. Tej, ଦେଖନ୍ତୁ Video

ବନ୍ଧୁଗଣ, ବୁଧୁବାର ସକାଳ ପ୍ରାୟ ୮ ଟାରେ ପତ୍ନୀ ଶ୍ୟାମଲା ଙ୍କ ପାଖକୁ ତାଙ୍କ ସ୍ଵାମୀ ଫୋନ କରିଥିଲେ । ମାତ୍ର ଶ୍ୟାମଲା ଜାଣି ନଥିଲେ ଯେ ସ୍ଵାମୀ ଙ୍କ ସହିତ ତାଙ୍କର ଏହି କଥା ବାର୍ତ୍ତା ଶେଷ ଥର ପାଇଁ ଥିଲା ବୋଲି । ତାମିଲନାଢୁ କୁନ୍ନୁର ରେ ବାୟୁସେନା ହେଲିକାପ୍ଟର ଦୁର୍ଘଟଣା ସାରା ଦେଶ କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି । ଦୁର୍ଘଟଣା ଗ୍ରସ୍ତ ବାୟୁସେନା MI 17 5 ହେଲିକାପ୍ଟର ସେ ବିପିନ ରାୱତ, ତାଙ୍କ ଧରମ ପତ୍ନୀ ଏବଂ ସେନା ର ବରିଷ୍ଟ ଅଧିକାରୀ ଙ୍କୁ ମିଶାଇ ସମୁଦାୟ ୧୪ ଜଣ ଥିଲେ ।

ଏଥିରେ ୧୩ ଜଣ ଙ୍କ ମୃତ୍ୟୁ ମଧ୍ୟ ହୋଇଅଛି । ମୃତକ ଙ୍କ ମଧ୍ୟରେ ଲ୍ୟାନ୍ସ ନାଇକ ଶାଇକ ତେଜା ମଧ୍ୟ ରହିଥିଲେ । ସିଡିଏସ ବିପିନ ରାୱତ ଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ, ଲ୍ୟାନ୍ସ ନାଇକ ସାଇକ ତେଜା । ତାମିଲନାଡୁ କୁ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିବା ବେଳେ, ଲ୍ୟାନ୍ସ ନାଇକ ଶେଷ ଫୋନ କଲ ରେ ତାଙ୍କ ପତ୍ନୀ ଙ୍କୁ ଫୋନ କରି କଥା ହୋଇଥିଲେ । ମାତ୍ର ଏହାର କିଛି ଘଣ୍ଟା ପରେ ହେଲିକାପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା ରେ ଲ୍ୟାନ୍ସ ନାଇକ ସାଇନ ଙ୍କ ମୃତ୍ୟୁ ଘଟଣା ନେଇ ବୁଧୁବାର ଅପରାହ୍ନ ରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ବର୍ତ୍ତମାନ ଏକୁଟିଆ ହୋଇଗଲେ ପୁଅ, ଝିଅ ଏବଂ ସ୍ତ୍ରୀ । ସେନାରେ ଯିବା ନିମନ୍ତେ ସାହାସ ଦେଉଥିଲେ ମା । ଆନ୍ଧ୍ରପ୍ରଦେଶ ଚିତୋର ଜିଲ୍ଲା କାଣ୍ଟିଆଭାଲ୍ଲୀପରି ଗ୍ରାମରେ ୨୭ ବର୍ଷୀଆ ଲ୍ୟାନ୍ସ ନାଇକ ଙ୍କ ଘର ତାଙ୍କର ୫ ବର୍ଷ ର ପୁଅ ଏବଂ ୩ ବର୍ଷ ର ଝିଅଟିଏ ଅଛି ।

ସେମାନେ ଏତେ ଛୋଟ ଯେ ଘଟଣା କୁ ହୃଦୟାଙ୍ଗମ କରିବା ନିମନ୍ତେ ସେମାନଙ୍କ ପାଖରେ ସେତିକି ଧର୍ଯ୍ୟ ନାହିଁ କି ଶକ୍ତି ମଧ୍ୟ ନାହିଁ । ୩ ମାସ ପୂର୍ବେ ଗଣେଶ ପୂଜା ରେ ଲ୍ୟାନ୍ସ ନାଇକ ସାଇ ତେଜା ଘରକୁ ଆସିଥିଲେ । ତେବେ ସାଇ ଙ୍କ ମା ସବୁବେଳେ ୨ ପୁଅ ଙ୍କୁ ସେନା ରେ ଯିବା ନିମନ୍ତେ ଉତ୍ସାହିତ କରି ଆସୁଥିଲେ । ଲ୍ୟାନ୍ସ ନାଇକ ସାଇ ଙ୍କ ସାନଭାଇ ମହେଶ ମଧ୍ୟ ଶିକିମ ର ସେନା ରେ କାର୍ଯ୍ୟରତ ଅଛନ୍ତି ।

୨୦୧୩ ମସିହାରେ ଲ୍ୟାନ୍ସ ନାଇକ ସାଇ ଭାରତୀୟ ସେନା ରେ ଯୋଗ ଦେଇଥିଲେ । ସେନାରେ ଯୋଗ ଦେବାର ଠିକ ବର୍ଷକ ପରେ ସେ ପୁଣିଥରେ ବିଭାଗୀୟ ପରୀକ୍ଷା ଦେଇଥିଲେ । ଏହାପରେ ସେ ନିଯୁକ୍ତି ପାଇଥିଲେ । ୨୦୧୬ ରେ ବିବାହ କରିଥିଲେ ମାତ୍ର ବର୍ତ୍ତମାନ ଲ୍ୟାନ୍ସ ନାଇକ ସାଇ ତେଜା ଙ୍କ ମୃତ୍ୟୁ ଖବର ରେ ପରିବାର ଏବଂ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବନ୍ଧୁଗଣ ଏହି ମର୍ମହାତ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଅମଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *