ଆସନ୍ତା 27 ରେ ଭାରତ ବନ୍ଦ ଡାକରା, ୨୦୨୪ ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

ନମସ୍କାର ବନ୍ଧୁଗଣ ଆଗାମୀ ସେପ୍ଟେମ୍ବର ୨୭ ତାରିଖ ରେ ଭାରତ ବନ୍ଦ କରିବା ପାଇଁ ଆଜି ଅପରାହ୍ନ ରେ ମୁଜାଫରନଗରରେ ଆୟୋଜିତ କିଶାନ ମହା ପଞ୍ଚାୟତ ରେ ନିଷ୍ପତ୍ତି ନିଆଯାଇଛି। ଚାଷ ଆଇନ ବିରୁଦ୍ଧରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଏହି ଆନ୍ଦୋଳନ କୁ ଏହା ଆହୁରି ଆକ୍ରମଣାତ୍ମକ ଏବଂ କ୍ରିୟାଶୀଳ କରିବ ବୋଲି ଲକ୍ଷରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଆନ୍ଦୋଳନ ର ଚାଷୀ ନେତାମାନେ।

କୃଷକ ନେତାମାନେ ଏହା ସ୍ପଷ୍ଟ କରିଛନ୍ତି କି ଯେ ଯଦି ସରକାର ସେମାନଙ୍କ ଦାବି କୁ ଗ୍ରହଣ ନ କରନ୍ତି ତେବେ ସେମାନେ ୨୦୨୨ ମସିହାରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ରେ ଶାସକ ବିଜେପି ବିରୋଧରେ ପ୍ରଚାର କରିବୁ। ଏପରିକି ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ କୁ ଜାରି ରଖିବାକୁ ଧମକ ମଧ୍ୟ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଆଜି ମୁଜଫରନଗର ରେ କିଶାନ ମହାପଞ୍ଚାୟତ ର ଆୟୋଜନ ହୋଇଥିଲା । ଏଥିରେ କୃଷକ ଏକତାର ଶକ୍ତି କୁ ପ୍ରଦର୍ଶନ କରିବା ପାଇଁ ୧୫ ଟି ରାଜ୍ୟ ଏବଂ ୩୦୦ ରୁ ଅଧିକ କୃଷକ ସଙ୍ଗଠନ ର ନେତା ଏବଂ କର୍ମୀମାନେ କିଶାନ ମୋର୍ଚ୍ଚା ଅଧୀନରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ସଂକଳ୍ପ କୁ ଦୋହରାଇବା ସହ ବିରୋଧ ଜାରି ରଖି ଶପଥ ନେଇଥିଲେ।

ଏହି ଅବସର ରେ ତିନୋଟି ବିବାଦୀୟ ଚାଷ ଆଇନକୁ ବିରୋଧ କରି କୃଷକ ମାନେ ସର୍ଵ ସମ୍ମତି କ୍ରମେ ସେପ୍ଟେମ୍ବର ୨୭ ରେ ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି। କୃଷକ ନେତା ମାନେ କହିଛନ୍ତି କି ଯେ ମହାପଞ୍ଚାୟତ ଏହା ମଧ୍ୟ ପ୍ରମାଣ କରିବ ଯେ ଏହି ଆନ୍ଦୋଳନ ରେ ସମସ୍ତ ଜାତି,ଧର୍ମ, ରାଜ୍ୟ,ଶ୍ରେଣୀ,କ୍ଷୁଦ୍ର ବ୍ୟବସାୟୀ,ଏବଂ ସମାଜର ସମସ୍ତ ବର୍ଗ ର ସମର୍ଥନ ରହିଛି।

କୃଷକ ନେତାମାନେ ଏହା ମଧ୍ୟ କହିଛନ୍ତି କି ଯେ ଯଦି ମୋଦୀ ସରକାର ସେମାନଙ୍କ ଦାବି କୁ ଗ୍ରହଣ ନ କରନ୍ତି ତେବେ ସେମାନେ ୨୦୨୨ ରେ ହେବାକୁ ଥିବା ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପି ବିରୋଧରେ ପ୍ରଚାର କରିବୁ ଏବଂ ୨୦୨୪ ରେ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ କୁ ଜାରି ରଖିବେ ବୋଲି ବିକେୟୁ ମୁଖପାତ୍ର ରାକେଶ ଟିକାୟତ ଗଣ ମାଧ୍ୟମ କୁ କହିଛନ୍ତି।

Leave a Reply

Your email address will not be published. Required fields are marked *