NCBର ଦବଙ୍ଗ ଅଫିସର Sameer Wankhede ! 10 ବର୍ଷ ପୂର୍ବେ SRK ଙ୍କୁ ରଖିଥିଲେ ଅଟକ, ଆଉ ଏବେ Aryan

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କୁ ଗି-ର-ଫ କରିବା ପରେ ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ ବହୁତ ଚର୍ଚାରେ ରହୁଛନ୍ତି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଆଡେ ଏହି ଦବଙ୍ଗ ଅଫିସରଙ୍କ ଚର୍ଚା ଚାଲିଛି । ନିଜ କାମକୁ ନେଇ ସବୁବେଳେ ଚର୍ଚାରେ ରହୁଥିବା ସମୀର ବାଙ୍ଖଡେ ଗତ ୧୦ ବର୍ଷ ପୂର୍ବରୁ ବି ଚର୍ଚାରେ ଥିଲେ ।

ସେତେବେଳେ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କୁ ପାଣି ପିଆଇ ସେ ଚର୍ଚାକୁ ଆସିଥିଲେ । ତା ହେଲେ ବନ୍ଧୁଗଣ ସମୀର ବାଙ୍ଖଡେ ଶାହରୁଖ ଖାନଙ୍କୁ କେମିତି ପାଣି ପିଆଇ ଥିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଆଜିକୁ ପ୍ରାୟ ୧୦ ବର୍ଷ ପୂର୍ବେ ଶାହରୁଖଙ୍କୁ ଅ-ଟ-କ ରଖିଥିଲେ ସମୀର ବାଙ୍ଖଡେ । ଇଣ୍ଡିଆନ ରେଭିନ୍ୟୁ ସର୍ଭିସର ୨୦୦୮ ବ୍ୟାଚ ଅଧିକାରୀ ହେଉଛନ୍ତି ସମୀର ।

କଷ୍ଟମ ବିଭାଗରେ ତାଙ୍କୁ ଯେତେବେଳେ ପୋଷ୍ଟିଙ୍ଗ ମିଳିଥିଲା ସେତେବେଳେ ମୁମ୍ବାଇ ଅନ୍ତଃ ରାଷ୍ଟ୍ରୀୟ ବିମାନ ବନ୍ଦରରେ ଏୟାର ଇଣ୍ଟେଲଜେନ୍ସିରେ ତାଙ୍କୁ ନିଯୁକ୍ତି କର ଯାଇଥିଲା । ସେତେ ବେଳେ ସମୀର ବାଙ୍ଖଡେ ନିଷ୍ପତ୍ତି ନେଇଥିଲେ ଯେ, ବିମାନ ବନ୍ଦରରେ ସମସ୍ତଙ୍କ ସହ ସମାନ ବ୍ୟବହାର କରାଯିବ । ସାଧାରଣତ ବ୍ୟକ୍ତି ହେଉ କିମ୍ବା କେହି ଖାସ ବ୍ୟକ୍ତି ସମସ୍ତେ ସମାନ ବ୍ୟବହାର ପାଇବେ । ଧାର୍ଯ୍ୟ ମୁତାବକ ଯଦି ବିଦେଶରୁ କେହି ଅଧିକ ସାମଗ୍ରୀ ନେଇ ଆସେ ତା ହେଲେ ତାକୁ କଷ୍ଟମ ଡ୍ଯୁଟି ଦେବାକୁ ପଡିବ ।

୨୦୧୧ ଜୁଲାଇ ୧୯ ତାରିଖରେ ଶାହରୁଖ ଖାନ ୟୁକେ ଓ ହୋଲାଣ୍ଡରୁ ଛୁଟି ସାରି ଫେରୁଥିଲେ । କିଙ୍ଗ ଖାନଙ୍କ ସହ ଥିଲେ ତାଙ୍କ ପରିବାର ଲୋକେ । ସେତେବେଳେ ବିଦେଶରୁ ସେ ବହୁତ ସାମଗ୍ରୀ ନେଇ ଘରକୁ ଫେରୁଥିଲେ । କିନ୍ତୁ କଷ୍ଟମ ଡ୍ଯୁଟି ନଦେଇ ଶାହରୁଖ ବିମାନ ବନ୍ଦରରୁ ଚାଲି ଯାଉଥିଲେ । ଏହାକୁ ବି-ରୋ-ଧ କରୁଥିଲେ ସମୀର ବାଙ୍ଖଡେ । ଶାହରୁଖଙ୍କୁ ଅ-ଟ-କା-ଇ ତାଙ୍କ ପରିବାରକୁ ଛାଡି ଦିଆଯାଇଥିଲା ।

କିଛି ସମୟ ଅଟକ ରଖି ପଚରା ଉଚରା କରିବା ପରେ ଦେଢ ଲକ୍ଷ ଟଙ୍କା କଷ୍ଟମ ଡ୍ଯୁଟି ନେଇ ତାଙ୍କୁ ଛଡା ଯାଇଥିଲା । ଏବେ ଠିକ ୧୦ ବର୍ଷ ପରେ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କୁ ଗି-ର-ଫ କରିଛନ୍ତି ଏବେ ଏହି ଦବଙ୍ଗ ଅଫିସର ସମୀର ବାଙ୍ଖଡେ । ତେବେ ଏବେ ମାମଲା କଷ୍ଟମ ଡ୍ଯୁଟିର ନୁହେଁ ଏନସିବିର । ଏବେ ସମୀର ବାଙ୍ଖଡେଙ୍କ ବି-ରୋ-ଧ-ରେ କିଛି ବଲିଉଡ କଳାକାର ବୟାନ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସମୀର ବାଙ୍ଖଡେ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *