‘ମୁଁ ଜିତିଥିଲେ ଦ୍ରୌପଦୀଙ୍କ ଭାଗ୍ୟ ଖୋଲି ନଥାନ୍ତା, ସେ ରାଷ୍ଟ୍ରପତି ହେଲେ ମୁଁ…’ Draupadi ଙ୍କ ପାଇଁ ଦେଖନ୍ତୁ କଣ କହିଲେ ରାମଚନ୍ଦ୍ର ମୁର୍ମୁ, ଶୁଣିଲେ ଆପଣ କରିବେ ପ୍ରଶଂସା…

ବନ୍ଧୁଗଣ ଏବେ କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବେସ ଚର୍ଚ୍ଚା । ବନ୍ଧୁଗଣ ଦ୍ରୌପଦୀ ରାଇରଙ୍ଗ ପୁରରେ ପ୍ରଥମେ କାଉନ୍ସିଲର ହେଲେ ତା ପରେ ବିଧାୟକ ଆଉ ତା ପରେ ମନ୍ତ୍ରୀ ହେଲେ ଆଉ ଏବେ ସେ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଆଉ ସେ ଶ୍ରେଷ୍ଠ ବିଧାୟକର ପୁରସ୍କାର ଓଡିଶା ବିଧାନ ସଭାରୁ ପାଇଥିଲେ ।

ସେ ଯେତେବେଳେ ବିଧାୟକ ନିର୍ବାଚନ ଲଢିଥିଲେ ସେତେବେଳେ ସେ ଯାହାକୁ ପରଜାୟର ସ୍ଵାଦ ଚଖାଇ ଥିଲେ ସେ ହେଉଛନ୍ତି ରାମଚନ୍ଦ୍ର ମୁର୍ମୁ । ମାତ୍ର 42 ଖଣ୍ଡ ଭୋଟରେ ରାମଚନ୍ଦ୍ର ପରାସ୍ତ ହୋଇଥିଲେ । ବନ୍ଧୁଗଣ ଏବେ ରାମଚନ୍ଦ୍ର ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦ୍ରୌପଦୀଙ୍କ ବିଷୟରେ ଦେଇଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ରାମଚନ୍ଦ୍ର ମୁର୍ମୁଙ୍କ କହିବା ମୁତାବକ-‘ଦେଖନ୍ତୁ ଭୋଟର୍ସଙ୍କ ମତ ତାକୁ ଅମାନ୍ୟ କରିହେବ ନାହିଁ । ମୁଁ ମାତ୍ର 42 ଖଣ୍ଡ ଭୋଟ ପାଇଁ ହାରି ଥିଲି ନିଶ୍ଚିନ୍ତ ରୂପରେ ସେତେବେଳେ ଯେଉଁ ଦୁଃଖ ମୋତେ ଦେଇଥିଲା ଆଜି ଯଦି ସେ ଦ୍ରୌପଦୀ ମ୍ୟାଡମ ରାଷ୍ଟ୍ରପତି ହୋଇଯାନ୍ତି ଏ ମୟୂରଭଞ୍ଜ ମାଟିରୁ ମୋ ସାଙ୍ଗରେ ନିର୍ବାଚନରେ ଲଢି ଆଜି ଯଦି ସେ ରାଷ୍ଟ୍ରପତି ହୋଇଯାନ୍ତି ସେ ଦୁଃଖ ମୁଁ ବହୁତ ମାତ୍ରାରେ ଭୁଲି ଯିବି ।

ଯେତେବେଳେ ସେ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ମୋତେ ବହୁତ ଅଧିକ ଖୁସି ଲାଗିବ । ଯେତେବେଳେ ଲାଷ୍ଟ ରାଉଣ୍ଡ ପର୍ଯ୍ୟନ୍ତ ମୁଁ 1500-2000 ଭୋଟରେ ଲିଡ କରୁଥିଲି ସେତେବେଳେ ସେ ଚେତାଶୁନ୍ୟ ହୋଇ ହସ୍ପିଟାଲରେ ଥିଲେ । ଯେତେବେଳେ ମୁଁ ହାରିଲି ସେ ଚେତାରେ ନଥିଲେ । ମୁଁ ତାଙ୍କୁ ସୁବେଚ୍ଚା ଜଣାଇବା ପାଇଁ ବହୁତ ଖୋଜିଲି ହେଲେ ପାଇ ନଥିଲି କାରଣ ସେତେବେଳେ ଭୋଟର୍ସ ମାନଙ୍କୁ ସମ୍ମାନ ଦେବାକୁ ପଡିବ । ହେଲେ ବି ମୁଁ ମୋ ତରଫରୁ ପ୍ରଥମ ସୁବେଚ୍ଚା ଜଣାଇ ଥିଲି ।

ମୁଁ ହାରିବା ପରେ ଫୁଲ ତୋଡା ନେଇ ଦ୍ରୌପଦୀ ମ୍ୟାଡମଙ୍କୁ ସୁବେଚ୍ଚା ଜଣାଇବାକୁ ଯାଇଥିଲି ଆଉ ଦେବାକୁ ବି ପଡିବ କାରଣ ତାଙ୍କୁ ଯେଉଁ ଉଦ୍ଦେଶ୍ୟରେ ଲୋକମାନେ ଭୋଟ ଦେଇଛନ୍ତି ତାହା ହେଉଛି ଏ ଏରିଆର ବିକାଶ କରିବା ପାଇଁ । ଆଉ ଯଦି ସେ ନିର୍ବାଚନରେ ମୁଁ ଜିତି ଥାନ୍ତି ହୁଏତ ସେ ସେହି ଜାଗାରେ ପହଞ୍ଚି ପାରି ନଥାନ୍ତେ ବୋଧେ ଭଗବାନ ମୋତେ ହରାଇ ତାଙ୍କୁ ଜିତେଇଲେ ଆଉ ତାଙ୍କୁ ସେ ଜାଗାରେ ପହଞ୍ଚାଇଲେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *