ଆସିଗଲା ସ୍କୁଲ ପିଲାଙ୍କ ପାଇଁ କୋଭିଡ କଟକଣା ! କଣ କରିବେ ଓ କଣ କରିବେନି ? ଏ ନେଇ କଣ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ପୁଣିଥରେ କୋରନା ର ଭୟ ରାଜ୍ୟବାସୀ ଙ୍କ ମନରେ ଘର କରିଲାଣି । ଏହାକୁ ନେଇ ଶିକ୍ଷା ଉପରେ ମଧ୍ୟ ପ୍ରଭାବ ପଡିବାକୁ ଯାଉଛି । ତେବେ ଏ ନେଇ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ନିଶ୍ଚିତ ଭାବରେ ଯାହା କେନ୍ଦ୍ର ସରକାରଙ୍କର ମାର୍ଗ ଦର୍ଶନ ରହିଛି ଆମ୍ଭେ କୋଭିଡ ପାଇଁ ମାକ୍ସ ବର୍ତ୍ତମାନ ବ୍ୟବହାର କରିବା ଦରକାର । ସୋସିଆଲ ଡିଷ୍ଟାଣ୍ଟ ମେଣ୍ଟେନ କରିବା ଦରକାର ।

ଯାହା ରାଜ୍ୟ ସରକାରଙ୍କର ତଥା ସ୍ୱାସ୍ଥ୍ୟ ବିଭାଗର କେନ୍ଦ୍ର ସରକାରଙ୍କର ଯାହା ମଧ୍ୟ ମାର୍ଗଦର୍ଶନ ରହିଛି କୋଭିଡ ଉପରେ ତାକୁ ସମସ୍ତ ପିଲାମାନେ ନିଶ୍ଚିତ ଭାବରେ ପାଳନ କରିବା ପାଇଁ ଶିକ୍ଷା ମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଶେଷ ଭାବରେ ପରୀକ୍ଷା ହେବା ସମୟରେ ମଧ୍ୟ କୋଭିଡ ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଇବାର ବ୍ୟବସ୍ଥା କରାଇବେ । ତେବେ ଏହିଭଳି ଭାବରେ ଶିକ୍ଷାମନ୍ତ୍ରୀ କହିଛନ୍ତି ।

ଏହାକୁ ନେଇ ପିଲାମାନେ ବର୍ତ୍ତମାନ ଭୟଭୀତ ହୋଇ ପଡିଲେଣି । କାରଣ ଏହି ସଂକ୍ରମଣ କିଭଳି ଭାବରେ ନିଜର ପ୍ରଭାବ ଦେଖାଇଥିଲା ତାହା ସମସ୍ତେ ଜାଣିଛନ୍ତି । ପିଲାଙ୍କ ଠାରୁ ବୃଦ୍ଧା ଏହାର ଶିକାର ହୋଇଛନ୍ତି । ଘର ପରିବାର ସଂପୂର୍ଣ୍ଣ ଭାବରେ ବିଛିନ୍ନ ହୋଇଯାଇଥିଲା । ସେହି ସବୁ କ୍ଷତି ଅପୂରଣୀୟ ଅଟେ । ମାତ୍ର ବର୍ତ୍ତମାନ ସ୍ଥିତି ଟିକିଏ ଠିକ ହୋଇ ଆସିଲା ବେଳକୁ ବର୍ତ୍ତମାନ ଆଉ ଏକ ସଙ୍କଟ ଆସି ଦ୍ଵାରା ରେ ଛିଡା ହେଲାଣି ।

ବର୍ତ୍ତମାନ ସ୍ଥିତିରେ ଯଦି ପୁନ୍ନର୍ବାର ଲକଡାଉନ ତଥା ସଟ ଡାଉନ ଲାଗି ରହିବ ତେବେ ନାନା ପ୍ରକାରର ଅସୁବିଧାର ସମୁଖୀନ ହେବାକୁ ପଡିବ ରାଜ୍ୟ ତଥା ଦେଶବାସୀ ଙ୍କୁ । ପିଲା ମାନଙ୍କ ଶିକ୍ଷାକ୍ଷେତ୍ର ସହିତ ଏହା ପ୍ରତକ୍ଷ ଏବଂ ପରୋକ୍ଷ ଭାବରେ ଦେଶର ତଥା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇବ । ଯିଏ ଯେଉଁଠାରେ ଅଛନ୍ତି ସେଠାରେ ରହି ନିଜକୁ ସୁରକ୍ଷା ଘେରାରେ ରଖିବାକୁ ସରକାର ଅନୁରୋଧ କରିଛନ୍ତି ।

ବିଦେଶରେ ଥିବା ବ୍ୟକ୍ତି ଙ୍କ ଠାରୁ ଏହି ସଂକ୍ରମଣ ଆସି ପହଞ୍ଚିବାର ଆଶଙ୍କା ଅନେକ ରହିଛି, ଏହାକୁ ନେଇ ମଧ୍ୟ ସତର୍କ ନୋଟିସ ଜାରି କରାଯାଇଛି । ସାଧାରଣ ଲୋକଙ୍କ ବିଦେଶ କୁ ଯାତାୟାତ କରିବା ଦିଗ ପ୍ରତି ବିଶେଷ ଭାବରେ ନଜର ରଖା ଯାଇଛି । ତେବେ ଆପଣ ମାନେ ମଧ୍ୟ ବର୍ତ୍ତମାନ ଠାରୁ ସତର୍କ ରୁହନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *