ସାବିତ୍ରୀ ଅମାବାସ୍ୟାରେ ଲାଗିବ ସୂର୍ଯ୍ୟ ପରାଗ, ଜାଣନ୍ତୁ ବିବାହିତା ନାରୀ ମାନେ କେଉଁ ସମୟରେ କରିବେ ପୂଜା

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ପର୍ବ ପର୍ବାଣି ଗୁଡିକର ବହୁତ ମାନ୍ୟତା ରହିଛି । ବନ୍ଧୁଗଣ ଆସୁଥିବା ୧୦ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା ପଡିବାକୁ ଯାଉଛି । ହିନ୍ଦୁଧର୍ମ ଅନୁସାରେ ଜ୍ୟୋଷ୍ଠ ମାସ ଅମାବାସ୍ୟା ତିଥି ବହୁତ ଖାସ ହୋଇଥାଏ ।

ଏହି ଅମାବାସ୍ୟାକୁ ସାବିତ୍ରୀ ପର୍ବ କୁହାଯାଏ । ଏହି ପର୍ବକୁ ସମସ୍ତ ବିବାହିତା ମହିଳା ମାନେ ବହୁତ ନିଷ୍ଠାର ସହ ପାଳନ କରିଥାନ୍ତି । ଏହି ଦିନରେ ସ୍ତ୍ରୀ ମାନେ ନିଜ ସ୍ଵାମୀଙ୍କ ଆୟୁଷ ବଢାଇବା ପାଇଁ ଜମ ରାଜାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ସମସ୍ତ ସ୍ତ୍ରୀ ମାନଙ୍କ ପାଇଁ ଏହି ପର୍ବଟି ବହୁତ ଖାସ ହୋଇଥାଏ । ତେଣୁ ବନ୍ଧୁଗଣ ମାତ୍ର ଆଉ କିଛି ଦିନ ପରେ ଅର୍ଥାତ ଜୁନ ୧୦ ତାରିଖ ଦିନ ଏହି ପର୍ବ ପଡିବାକୁ ଯାଉଛି ହେଲେ ଏହି ପର୍ବ ଦିନ ସୂର୍ଯ୍ୟ ପରାଗ ମଧ୍ୟ ପଡୁଛି ।

ଏହାଦ୍ବାରା ଏହି ତିଥିର ମହତ୍ଵ ଆହୁରି ଅଧିକ ବଢିଯିବ । ହିନ୍ଦୁ ପାଞ୍ଜି ଅନୁଯାଇ ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖ ତଥା ଗୁରୁବାର ୧.୪୨ ରେ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୧ ରେ ଶେଷ ହୋଇଯିବ । ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୁତକ ଲାଗେ, ସୁତକ ସମୟରେ କୌଣସି ଶୁଭ କାର୍ଯ୍ୟ ଏବଂ ପୂଜା ପାଠ ଆଦି କରାଯାଏ ନାହିଁ ।

କାରଣ ଏହି ସମୟ ପୂଜା ପାଠ ଆଦି ଧାର୍ମିକ କାର୍ଯ୍ୟ କରିବା ଦ୍ଵାରା ଅଶୁଭ ହୋଇଥାଏ । ବନ୍ଧୁଗଣ ଏହି ସାବିତ୍ରୀ ଦିନ ଯେହେତୁ ସୂର୍ଯ୍ୟ ପରାଗ ପଡୁଛି ତେଣୁ ମହିଳା ମାନେ କେଉଁ ସମୟରେ ପୂଜା କରିବା ଉଚିତ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । 

ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗିଥାଏ । ସୂତକ କାଳରେ କୌଣସି ଶୁଭ କାର୍ଯ୍ୟ ବା ପୂଜା ପାଠ କରାଯାଏ ନାହିଁ । ମନ୍ଦିରରେ କିମ୍ବା କୌଣସି ଧାର୍ମିକ ସ୍ଥାନରେ ପୂଜା ପାଠ ହୁଏନାହିଁ । ମନ୍ଦିର କବାଟ ବନ୍ଦ କରିଦିଆଯାଏ । କିନ୍ତୁ ଏହି ନିୟମ କେବଳ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ଲାଗୁ ହୁଏ । ଜୁନ ୧୦ ତାରିଖରେ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଲାଗିବ ।

ଏହି ସୂର୍ଯ୍ୟ ପରାଗ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ସୂର୍ଯ୍ୟ ପରାଗରେ ସୂତକ କାଳ ମାନ୍ୟ ନୁହେଁ । ସେଥିପାଇଁ ବିବାହିତା ସାବିତ୍ରୀ ବ୍ରତ ପୂଜା ଯେକୌଣସି ସମୟରେ କରିପାରିବେ । ବିବାହିତାମାନେ ପୂଜା କଲେ କୌଣସି ଦୋଷ ଲାଗିବନି । ତେଣୁ ମହିଳା ମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ସେମାନେ ଯେକୌଣସି ସମୟରେ ପୂଜା କରିପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *