କରନ୍ତୁ ଏହି 7 ଟି କାମ, କେବେ ବି ହେବ ନାହିଁ Kidney ଫେଲ

ନମସ୍କାର ବନ୍ଧୁଗଣ କିଡନୀ କିମ୍ବା ବୃକକ୍ ଆମ ଶରୀର ର ଏକ ଆବିଛେଦ ଅଙ୍ଗ ଏହା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ । କିଡ୍ନୀ କୁ ଆପଣ ଏକ ଫିଲଟର ବୋଲି କହି ପାରିବେ । ଆମେ ଦିନ ଯାକ ଖାଉଥିବା ଖାଦ୍ୟ ଏବଂ ପାନୀୟ ଆଦି ଯାହା ଶରୀର କୁ ଆବଶ୍ୟକ ତାହା ଗ୍ରହଣ କରିବା ପରେ । ଯେଉଁ ଜିନିଷ ସବୁ ଅଦରକାରୀ ଆମ ଶରୀର ପାଇଁ ସେହି ବସ୍ତୁ ଶରୀରର ବିଭିନ୍ନ ରାସ୍ତା ଦେଇ ବାହାରେ ।

ଝାଡା,ପରିଶ୍ରା, ଏବଂ ଝାଳ ଦ୍ୱାରା ବାହାରି ଥାଏ । ତେବେ ଖାଦ୍ୟ ଖାଇବା ପରେ ଯେଉଁ ରକ୍ତ ହୁଏ ଏବଂ ରକ୍ତ ହେବା ପରେ ସେଥିରେ ଥିବା ଅଦରକାରୀ ବସ୍ତୁ ସବୁ କୁ ଏହି କିଡ୍ନୀ ଦ୍ୱାରା ବାହାର କରାଯାଇ ଥାଏ । କିଡ୍ନୀ ର ଦୁଇଟା ରାସ୍ତା ଅଛି ଗୋଟିଏ ପଟେ ପରିଷ୍କାର ରକ୍ତ ଗୁଡିକ ଯାଏ ଏବଂ ଅନ୍ୟ ପଟେ ଛଣା ହୋଇ ଅପରିଷ୍କାର ରକ୍ତ ବାହାରି ଆସେ । କିଡ୍ନୀ ର ମୁଖ୍ୟ କାର୍ଯ୍ୟ ହେଉଛି ରକ୍ତ କୁ ଛାଣିବା ।

ଆମ ଶରୀର ସୁସ୍ଥ ରହିବା ନିହାତି ଆବଶ୍ୟକ । ଶରୀର ସୁସ୍ଥ ରହିଲେ ହିଁ ଆମେ ସବୁ ପ୍ରକାରର କାର୍ଯ୍ୟ କରିବାରେ ସକ୍ଷମ ହୋଇ ପାରିବୁ । ତେଣୁ ଶରୀର ରେ ଥିବା ଅଦରକାରୀ ଵସ୍ତୁ ଏବଂ ଆବର୍ଜନା ସବୁ ବାହାରିବା ନିହାତି ଆବଶ୍ୟକ ଅଟେ । ସେସବୁ ବାହାରିଲେ ହିଁ ଆମ ଶରୀର ସୁସ୍ଥ ରହି ପାରିବ । ଯଦି ଅପରିଷ୍କାର ଜିନିଷ ସବୁ ରହିଲା ତେବେ ଆପଣ ଙ୍କୁ ଭୋକ ହେବ ନାହିଁ, ମୁହଁ ହାତ ଫୁଲି ଯିବ । କାମ କରିବାକୁ ଇଚ୍ଛା ହେବ ନାହିଁ । ଦୁର୍ବଳତା ଲାଗିବ ।

କିଡ୍ନୀ ରେ ମୁଖ୍ୟ କାମ ହେଉଛି ଶରୀରକୁ ବାଲାନ୍ସ କରିବା । ତେବେ କିଡ୍ନୀ ଭଲ କିମ୍ବା ସୁସ୍ଥ ରହିଲେ ହିଁ ଆମେ ଏବଂ ଆମ ଶରୀର ସୁସ୍ଥ ରହିବ । ତେବେ ସୁସ୍ଥ କିଡ୍ନୀ ପାଇଁ ଆପଣ ଙ୍କୁ ବାହାର ବଜାର ରେ ମିଳୁଥିବା ଫାଷ୍ଟ ଫୁଡ଼ କୁ କମ ଖାଇବା ଆବଶ୍ୟକ । ଯେତେ ପାରିବେ ଘର ତିଆରି ଖାଦ୍ୟ ଏବଂ ସବୁଜ ପନି ପରିବା, ଭାତ, ଡାଲି ଆଦି ଖାଇବା ଆବଶ୍ୟକ । ଏହା ସହିତ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମ କିଡ୍ନୀ ,ହୃତପିଣ୍ଡ, ବୃକକ ସବୁ ଭଲ ଏବଂ ସୁସ୍ଥ ରହିବ ।

ଏହା ଛଡା ଶୁଦ୍ଧ ପାଣି ବ୍ୟବହାର କରିବେ । ସର୍ଵଦା ପାଣି କୁ ଛାଣି ଶୁଦ୍ଧ କରି ହିଁ ପିଇବା ଆବଶ୍ୟକ ଅଟେ । କାରଣ ଅଶୁଦ୍ଧ ଜଳ ହିଁ କିଡନୀ ଖରାପ ହେବାର ମୁଖ୍ୟ କାରଣ ତେଣୁ ସର୍ଵଦା ଶୁଦ୍ଧ ଜଳ ଏବଂ ପାଣି କୁ ଫୁଟାଇ ପିଇବା ଆବଶ୍ୟକ ଅଟେ । ଏହା ଛଡା ଯୋଗ,ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ । ଏହା ଦ୍ୱାରା ଆପଣଙ୍କ ହାର୍ଟ ଏବଂ କିଡ୍ନୀ ଆଦି ସବୁ ସୁସ୍ଥ ରହିଥାଏ । ତେଣୁ ଡାକ୍ତର ଙ୍କ ପରାମର୍ଶ କିମ୍ବା ନିଜ ସୁବିଧା ଅନୁସାରେ ବ୍ୟାୟାମ କରିବା ଆବଶ୍ୟକ ଅଟେ ।

ଏହି ସବୁ ସହିତ ଆପଣ ନିଜର ହେଲଥ ଚେକଅପ ମଧ୍ୟ କରାନ୍ତୁ ଏବଂ ଶୁଦ୍ଧ ଖାଦ୍ୟ ସେଵନ କରନ୍ତୁ ଏବଂ ଡାକ୍ତର ଙ୍କ ପରାମର୍ଶରେ ହିଁ ମେଡ଼ିସିନ କିମ୍ବା ଅନ୍ୟ କିଛି କାର୍ଯ୍ୟ କରନ୍ତୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୁସ୍ଥ ଜୀଵନ ଶୈଳୀ । ଏହି ସୁସ୍ଥ ଜୀଵନ ଶୈଳୀ ହେଲେ ଆମେ ମଧ୍ୟ ସୁସ୍ଥ ରହିବା । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *