ଦୀର୍ଘ 27 ବର୍ଷରୁ ବିନା ପୁରୁଷ ବାଲା ଏହି ଗାଁରେ ମହିଳା ମାନେ ପିଲାଙ୍କୁ ଦେଉଛନ୍ତି ଜନ୍ମ, ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା !

ନମସ୍କାର ବନ୍ଧୁଗଣ ତେବେ ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ କଥା ଘଟୁଛି । ତେବେ ଏପରି କିଛି ଘଟଣା ରହିଛି ଯାହାକୁ ବିଶ୍ୱାସ କରିବା ମଧ୍ୟ ବହୁତ କଠିନ ହୋଇଥାଏ । ଆମେ ବର୍ତ୍ତମାନ ସେହିପରି ଏକ ଘଟଣା ବିଷୟରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଯେ କୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବ ନାହିଁ । ତେବେ ସେହି ଘଟଣାଟି ହେଉଛି ଏପରି ଏକ ଗ୍ରାମ ଅଛି ଯେଉଁ ଗ୍ରାମରେ ଜଣେ ବି ପୁରୁଷ ରୁହନ୍ତି ନାହିଁ । ଏହା ଶୁଣିବାକୁ ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ଏକ ସତ୍ୟ ଘଟଣା ।

ଏହି ଗ୍ରାମ କେନିୟା ଦେଶରେ ଅବସ୍ଥିତ । ତେବେ ଏହି ଗ୍ରାମରେ କେବଳ ମହିଳା ମାନେ ବସବାସ କରିଥାନ୍ତି । ଏହି ଗ୍ରାମଟି ସମ୍ପୂର୍ଣ୍ଣ ଭାବରେ କଣ୍ଟା ବାଡ଼ରେ ଘେରି ହୋଇ ରହିଛି । ଏହି ଗ୍ରାମଟି ପ୍ରଥମେ ୧୯୯୦ ମସିହାରେ ୧୫ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିଲା । ଏହା ପରେ ଏହି ଗ୍ରାମରେ କିଛି ବ୍ରିଟିଶ ସୈନିକ ମାନେ ଆସି  କରି ସେମାନଙ୍କୁ ଅନେକ ନିର୍ଯାତନା ଦେଇଥିଲେ ।

ଏହାପରେ ଏହି ଗ୍ରାମଟି ପୁରୁଷ ମାନଙ୍କ ହିଂସାର ଶିକାର ହୋଇଥିଲା । ଏହାପରେ ଏହି ମହିଳାମାନେ ନିଜ ଗ୍ରାମରେ ପୁରୁଷ ମାନଙ୍କୁ ପ୍ରେବେସକୁ ନିଷେଧ କରି ଦେଇଥିଲେ । ଏହା ସହିତ ଏହି ଗ୍ରାମର ମହିଳା ମାନେ ଗ୍ରାମରେ କୌଣସି ପୁରୁଷ ନ ଥାଇ ମଧ୍ୟ ସେମାନେ ଗର୍ଭବତୀ ହୋଇଥାନ୍ତି ଓ ସନ୍ତାନ ଜନ୍ମ ମଧ୍ୟ କରିଥାନ୍ତି । ଏହି ମହିଳାମାନେ ଗ୍ରାମରେ ପୁରୁଷଙ୍କ ପ୍ରବେଶ ଉପରେ ଏକ ରୋକ ଲଗାଇଛନ୍ତି ।

ତେବେ ଏହି ଗ୍ରାମରେ ବର୍ତ୍ତମାନ ୨୫୦ ରୁ ଅଧିକ ମହିଳା ବସବାସ କରୁଛନ୍ତି । ସେମାନଙ୍କ ସହିତ ସେମାନଙ୍କର ସନ୍ତାନ ମାନେ ମଧ୍ୟ ରହୁଛନ୍ତି । ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି । ଏହାସହିତ ଏହି ଗ୍ରାମର ମହିଳାମାନେ ପାରମ୍ପରିକ ଅଳଙ୍କାର ପ୍ରସ୍ତୁତ କରି ସେଗୁଡିକୁ ବିକ୍ରି କରିଥାନ୍ତି । ଏହି ଗ୍ରାମର ଏକ ନିଜସ୍ୱ ୱେବସାଇଟ ରହିଛି । ଏହି ଗ୍ରାମରେ ପୁରୁଷ ନଥାଇ ମଧ୍ୟ ଏମାନେ ଗର୍ଭବତୀ ହୋଇଥାନ୍ତି ।

ଏହି ଗ୍ରାମର ମହିଳାମାନେ ସମ୍ପର୍କ ରଖିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି । ସେଠାରେ ସେମାନେ ସମ୍ପର୍କ ରଖିବା ପରେ ସେମାନେ ପୁନଶ୍ଚ ନିଜ ଗ୍ରାମକୁ ଫେରି ଆସି ଥାଆନ୍ତି । ଏହି ଗ୍ରାମରେ କୌଣସି ବିବାହ ପ୍ରଥା ନାହିଁ । ଯେଉଁ ମହିଳା ଯାହାକୁ ଚାହିଁବେ ସେମାନଙ୍କ ସହିତ ସମ୍ପର୍କ ରଖି ପାରିବେ । ଯଦି କୌଣସି ମହିଳାଙ୍କର ପୁତ୍ର ସନ୍ତାନ ଜାତ ହୋଇଥାଏ । ତେବେ ସେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ନିଜ ସହିତ ରଖି ପାରିବେ ।


ଯେତେବେଳେ ସେହି ପୁତ୍ର ସନ୍ତାନ ୧୦ ବର୍ଷ ବୟସର ହୋଇଯିବେ ସେତେବେଳେ ସେମାନେ ନିକଟରେ ଥିବା ପୁରୁଷ ମାନଙ୍କ ଗ୍ରାମରେ ସେମାନଙ୍କୁ ନେଇ ଛାଡ଼ି ଆସନ୍ତି । ସେଠାରେ ଥିବା ପୁରୁଷ ମାନେ ସେମାନଙ୍କର ଲାଳନ ପାଳନ କରିଥାନ୍ତି । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ସହିତ ସେମାନେ ବଡ଼ ହେବା ପର୍ଯ୍ୟନ୍ତ ସେମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ଵ ବହନ କରିଥାନ୍ତି । ଏହା ସହିତ ଏହି ଗ୍ରାମକୁ ପ୍ରବେଶ କରୁଥିବା ପୁରୁଷ ମାନଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ଯାହା ଫଳରେ ଏହି ଗ୍ରାମକୁ କୌଣସି ପୁରୁଷ ପ୍ରବେଶ କରନ୍ତି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *