Weather Update: ଅକସ୍ମାତ ଆସିପାରେ ବନ୍ୟା, ଶୁଣନ୍ତୁ ଏ ନେଇ କଣ କହିଲେ ପାଣିପାଗ ବିଶେଷଜ୍ଞ Meteorologist Umashankar Das, ଦେଖନ୍ତୁ Video

ବନ୍ଧୁଗଣ, ସକାଳ ୫.୩୦ ରୁ ୬.୩୦ ମଧ୍ୟରେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଅଛି ଲଘୁଚାପ । ବର୍ତ୍ତମାନ ଏହା ଉତ୍ତରପୂର୍ବ ବଙ୍ଗୋପ ସାଗର ଏବଂ ଓଡିଶା ଉପକୂଳ ରେ ସକ୍ରିୟ ରହିଅଛି । ବର୍ତ୍ତମାନ ଏହା ଉତ୍ତରପୁର୍ବ ଏବଂ ପଶ୍ଚିମ ଦିଗ କୁ ଗତି କରୁଛି । ଘଣ୍ଟାରେ ୫ କିମି ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି ଲଘୁଚାପ । ପାଣିପାଗ କେନ୍ଦ୍ର ର ଅନୁମାନ ଅନୁଯାୟୀ ବର୍ତ୍ତମାନ ୨୪ ଘଣ୍ଟା ମଧ୍ୟରେ ଏହା ସାମାନ୍ୟ ଦୁର୍ବଳ ହେବ । ଏହା ସହିତ ଗୋଟିଏ ଅବପାରିତ କୁ ରୂପାନ୍ତରିତ ହେବ ।

ଏହା ପରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶା, ଉତ୍ତର ଛତିଶ ଗଡ, ଏବଂ ମଧ୍ୟ ପ୍ରଦେଶ ଦେଇ ଗତି କରିବାର ସମ୍ଭାବନା ରହିଅଛି । ଆଜି ୫ ଟି ଜିଲ୍ଲା କୁ ରେଡ ୱାର୍ନିଙ୍ଗ ଜାରି କରାଯାଇଅଛି । କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ତଥା ୧୨ ସେଣ୍ଟି ମିଟର ରୁ ୨୦ ସେଣ୍ଟି ମିଟର । ମାତ୍ର ଗୋଟିଏ ରୁ ୨ ଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ରହୁଅଛି । ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର ଏବଂ ବରଗଡ ଏହି ୫ ଟି ଜିଲ୍ଲା କୁ ରେଡ ୱାର୍ନିଙ୍ଗ ଜାରି କରାଯାଇଅଛି ।

ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଜଗସିଂହପୁର, ପୁରୀ ଏବଂ କଟକ । ଏହି ବର୍ଷା ଫଳରେ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଅଛି । ଏହା ସହିତ ବର୍ତ୍ତମାନ ତଳୁଆ ଅଞ୍ଚଳରେ ପାଣି ଜମି ରହିଅଛି । ଯେଉଁ ଅଞ୍ଚଳରେ ଗତକାଲି ରେଡ ୱାର୍ନିଙ୍ଗ ଥିଲା ସେହି ଅଞ୍ଚଳରେ ବର୍ତ୍ତମାନ ବର୍ଷା ଲାଗି ରହଅଛି ଏବଂ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହୁଅଛି । ମାତ୍ର ଖୋର୍ଦ୍ଧା, ଜଗସିଂହପୁର ପୂରୀ ଏହି ଜିଲ୍ଲା ଗୁଡିକରେ ଅଧିକ ବର୍ଷ ର ସମ୍ଭାବନା ରହିଅଛି ।

ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷ ଆସ୍ତରଙ୍ଗ ଠାରେ ୫୩୦ ମିଲି ମିଟର ବର୍ଷା ରେକର୍ଡ କରାଯାଇଅଛି । ଏହା ସହିତ କାକଟପୁରା ଠାରେ ୫୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଅଛି । କାକଟପୁର ଠାରେ ୪୪୦ ମିଲିମିଟର । ଏହାପପରେ କଟକ ଠାରେ ୩୮୧ ମିଲିମିଟର । ନିଆଳି ଠାରେ ୩୭୦ମିଲିମିଟର । ଏହା ବିଗତ ୮୭ ବର୍ଷ ର ରେକର୍ଡ ଭାଙ୍ଗିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହିଭଳି ବର୍ଷା ତଥା ଏହିଭଳି ପାଗ ଲାଗି ରହିବ । ପାଖା ପାଖି ୫ ବର୍ଷ ପରେ ଏହା ଏକ ବଡ ବର୍ଷା ବୋଲି ଅନୁମାନ କରାଯାଉଅଛି ।

ଆସ୍ତରଙ୍ଗ ରେ ସବୁଠାରୁ ଅଧିକ ୫୪୦ ମିଲିମିଟର ବର୍ଷା ରେକର୍ଡ ହୋଇଅଛି । ରାଜ୍ୟ ର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଅଛି । ମାତ୍ର ବର୍ତ୍ତମାନ ଯେଉଁଭଳି ଭାବରେ ବର୍ଷା ଲାଗି ରହିଛି ତାହା ବନ୍ୟା ସ୍ଥିତି କୁ ସୃଷ୍ଟି କରିପାରେ । ତଳିଆ ଅଞ୍ଚଳରେ ବର୍ତ୍ତମାନ ବହୁତ ପାଣି ଜମି ରହିଅଛି ଏଣୁ ଏହା ପରବର୍ତ୍ତୀ ଅବସ୍ଥାରେ ବନ୍ୟା ଭଳି ବାତାବରଣ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଅଛି । ବନ୍ଧୁଗଣ ଏହହୀ ଭୟାନକ ସ୍ଥିତି ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *