ସତର୍କ ସୂଚନା ! ମାଡି ଆସୁଛି ବଡ ବାତ୍ୟା, ପୁଣି ଥରେ ପ୍ରଭାବିତ ହେବ ଓଡିଶାର ଏହି ସବୁ ଜିଲ୍ଲା

ନମସ୍କାର ବନ୍ଧୁଗଣ ତେବେ ଆସନ୍ତା ୨୩ ତାରିଖ ବେଳକୁ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆଣ୍ଡାମାନର ପୂର୍ବ ଉପକୂଳରେ ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇବା ଆଶଙ୍କା ରହିଛି । ଆମେରିକାର ଟ୍ରପିକାଲ ଟିଡବିଟସ୍‌ ୱେବସାଇଟ୍‌ର ଜିଏଫ୍‌ଏସ ମଡେଲ ଏପରି ଚିତ୍ର ଆଙ୍କିଛି । ପୂର୍ବାନୁମାନ କରିଛି, ଅକ୍ଟୋବର ୨୧ ତାରିଖରେ ଆଣ୍ଡାମାନର ପୂର୍ବ ଉପକୂଳରେ ଲଘୁଚାପ ସୃଷ୍ଟି ହେବ ।

ଏହା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ସମୁଦ୍ର ଉପରେ ଏହା ପ୍ରାୟ ତିନି ଦିନ ରହିବ । ଲଘୁଚାପ ଅଧିକ ବଳ ଗୋଟାଇ ବେଶ୍‌ ଶକ୍ତିଶାଳୀ ହେବ । ୨୧ରେ ଲଘୁଚାପ ସୃଷ୍ଟି ବେଳକୁ କେନ୍ଦ୍ରସ୍ଥଳରେ ବାୟୁର ଚାପ ୧୦୦୩ ମିଲିବାର୍‌ ରହିଥିବ । ୨୩ କିମ୍ବା ୨୪ ତାରିଖ ବେଳକୁ ଏହା ୯୮୭ ମିଲିବାର୍‌କୁ ଖସିଆସିବ । ବାୟୁର ଚାପ ଏଭଳି ସ୍ତରକୁ ଖସିବା ବାତ୍ୟା ଆଶଙ୍କାକୁ ଦୃଢ଼ କରୁଛି ।

ଲଘୁଚାପର ଗତିପଥକୁ ନେଇ ଟିଡବିଟସ୍‌ ୱେବସାଇଟ୍‌ ଯେଉଁ ଆକଳନ କରୁଛି ସେଥିରେ ଏହାର ଗତିପଥ ଉତ୍ତର ପଶ୍ଚିମ ଆଡ଼କୁ ରହୁଛି । ଆଣ୍ଡାମାନର ପୂର୍ବ ଉପକୂଳରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶରେ ମାଡ଼ ହୋଇପାରେ । କିନ୍ତୁ ଗତିପଥ ସାମାନ୍ୟ ପରିବର୍ତ୍ତନ ହେଲେ ଏହା ଓଡ଼ିଶାରେ ମାଡ଼ ହେବ । ଏବେ ସମୁଦ୍ର ଜଳପତ୍ତନ ତାପମାତ୍ରା ୨୯ରୁ ୩୦ ଡିଗ୍ରୀ ରହୁଛି । ବାତ୍ୟା ସୃଷ୍ଟି ପାଇଁ ଏଭଳି ପାଗ ବେଶ୍‌ ଅନୁକୂଳ ହେବ ।

ତେବେ ଅପରପକ୍ଷରେ ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ ୨୧ ତାରିଖ ପୂର୍ବରୁ ଆଉ ଏକ ଘୂର୍ଣ୍ଣିବଳୟ ହେବ । ବୋଲି ଗୁରୁବାର ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ବିସ୍ତୃତ ପୂର୍ବାନୁମାନ ଜାରି କରିଥିଲା । ଏଥିରେ ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ୧୩ରୁ ୧୯ ତାରିଖ ଭିତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି ।

ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳକୁ ଗତି କରିବ ବୋଲି ଆକଳନ କରାଯାଇଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୧୭ ତାରିଖରେ ଦକ୍ଷିଣ ଥାଇଲାଣ୍ଡ ଉପକୂଳ ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହୁଛି । ମଡେଲ କହୁଛି, ଏହା ତାମିଲନାଡୁ ଉପକୂଳକୁ ମୁହାଁଇବ । ଓଡ଼ିଶାରେ ଏହାର ପ୍ରଭାବ ରହିବ ଓ ଭଲ ବର୍ଷିବ ।

ୱିଣ୍ଡି ଡଟ୍‌ କମ୍‌ର ଜିଏଫଏସ୍‌ ମଡେଲ ଦର୍ଶାଇଛି, ୧୭ତାରିଖରେ ଆଣ୍ଡାମାନର ପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ଥାଇଲାଣ୍ଡ ଆଡ଼କୁ ପଳାଇବ । ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ । ପ୍ରଫେସର ପଶୁପାଳକ ଆହୁରି କହିଛନ୍ତି, ଏବେ ଦକ୍ଷିଣ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୧୨ ତାରିଖ ଯାଏ କମ୍‌ ବର୍ଷା ହେବ । ତେବେ ରବିବାର ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ସଂଲଗ୍ନ ଉପକୂଳ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ । ଆଭ୍ୟନ୍ତରୀଣ ଦକ୍ଷିଣରେ ବର୍ଷା ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଉତ୍ତରରେ ୧୧ ତାରିଖ ଯାଏ ହାଲୁକା ବର୍ଷା ହୋଇପାରେ ।

୧୪ରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୧୭ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ ଗଜପତି, ଗଞ୍ଜାମ ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *